ନୟାଗଡ଼,ତା-୨୧.୧୧.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲା ଓ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ କୃଷି ବିଜ୍ଞାନ କେନ୍ଦ୍ରରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ବିଶ୍ବର କୋଟି କୋଟି ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ବିଶାଳ ସମୁଦ୍ର ତଥା ଅନ୍ୟାନ୍ୟ ଜଳ ଉତ୍ସର ଗୁରୁତ୍ୱକୁ ଉପଲବ୍ଧି କରିବା ତଥା ଏହା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କ ଜୀବିକା ସୁନିଶ୍ଚିତ କରିବା ସହ ଏକ ପୋଷଣୀୟ ମତ୍ସ୍ୟଧରା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ଵ ବ୍ୟାପି ବିଶ୍ଵ ମତ୍ସ୍ୟ ଦିବସ ପାଳନ କରାଯାଏ। ରାଜ୍ୟ ସ୍ତରରେ ପାଳିତ ହେଉଥିବା ବିଶ୍ଵ ମତ୍ସ୍ୟ ଦିବସ କାର୍ଯ୍ୟକ୍ରମକୁ ସିଧା ସଳଖ ଭାବେ ଏଠାରେ ଉପସ୍ଥିତ ମତ୍ସ୍ୟଜୀବୀ ମାନେ ଦେଖିଥିଲେ।

ସରକାରଙ୍କ ପକ୍ଷରୁ ପ୍ରାକୃତିକ ଜଳଉତ୍ସର ସୁରକ୍ଷା ତଥା ମତ୍ସ୍ୟଜୀବୀଙ୍କ ଆର୍ଥିକ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ଃ ଅନିଲ କୁମାର ସ୍ବାଇଁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରକାଶ କୁମାର ତ୍ରିପାଠୀ ଆଲୋକପାତ କରିଥିଲେ। ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକର ପଚାଶରୁ ଅଧିକ ମତ୍ସ୍ୟ ଚାଷୀ ଓ ମତ୍ସ୍ୟଜୀବୀ ଯୋଗ ଦେଇଥିଲେ। ସଫଳ ମତ୍ସ୍ୟ ଚାଷୀଙ୍କୁ ଏହି ଅବସରରେ ସେମାନଙ୍କ କୃତି ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବକୁ ପରିଚାଳନା କରିଥିଲେ ନୟାଗଡ଼ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ସ୍ନେହାଂଶୁ ପଣ୍ଡା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ରୀମତୀ ସୁଚିଶ୍ମିତା ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।











