Home / ମୁଖ୍ୟ ଖବର / ପିପିଲି ବ୍ଲକର 25ଟି ପଂଚାୟତର ସରପଞ୍ଚମାନଙ୍କ ସହ ଗ୍ରାମ୍ୟ ଉନ୍ନୟନରେ ତ୍ରିସ୍ତରୀୟ ପଂଚାୟତରାଜ ଅନୁଷ୍ଠାନର ଭୂମିକା ଉପରେ ଏକ ଆଲୋଚନା ଚକ୍ର

ପିପିଲି ବ୍ଲକର 25ଟି ପଂଚାୟତର ସରପଞ୍ଚମାନଙ୍କ ସହ ଗ୍ରାମ୍ୟ ଉନ୍ନୟନରେ ତ୍ରିସ୍ତରୀୟ ପଂଚାୟତରାଜ ଅନୁଷ୍ଠାନର ଭୂମିକା ଉପରେ ଏକ ଆଲୋଚନା ଚକ୍ର

img 20251122 wa0010

ପୁରୀ :୨୧/୧୧/୨୦୨୫ ଓଡିଶା ମହାଲେଖାକାର କାର୍ଯ୍ୟାଳୟ (ଏଜି)ଆନୁକୂଲ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଓ ପିପିଲି ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟ ସହଯୋଗରେ ଦାସିଆ ବାଉରୀ ପୀଠ ଠାରେ ପିପିଲି ବ୍ଲକର 25ଟି ପଂଚାୟତର ସରପଞ୍ଚମାନଙ୍କ ସହ ଗ୍ରାମ୍ୟ ଉନ୍ନୟନରେ ତ୍ରିସ୍ତରୀୟ ପଂଚାୟତରାଜ ଅନୁଷ୍ଠାନର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା l ଓଡ଼ିଶାର ପ୍ରଧାନ ମହାଲେଖାକାର ଡି. ସାହୁଙ୍କ ପୌରହିତ୍ୟରେ ଏହି ଆଲୋଚନା ଚକ୍ରରେ ବରିଷ୍ଠ ଉପମାହାଲେଖାକାର ମନୋଜ କୁମାର ଏକ୍କା, ଉପ ନିର୍ଦେଶକ ଅଡିଟ ବିଭ୍ରାଂଶୁ ଶେଖର ନାୟକ, ପିପିଲି ଗୋଷ୍ଠି ଉନ୍ନୟନ ଅଧିକାରୀ, ସହକାରୀ ଗୋଷ୍ଠି ଉନ୍ନୟନ ଅଧିକାରୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ପ୍ରଧାନ ମହାଲେଖାକାର ଶ୍ରୀ ସାହୁ ବର୍ତ୍ତମାନ ଗ୍ରାମୀଣ ଲୋକ କମା ଧନ୍ଦା ଆଶାରେ ସହରାଭିମୁଖୀ ହେଉଛନ୍ତି l ଗାଁ ରେ ସହର ସୁବିଧା ଦେବା ପାଇଁ ସରକାର କୃଷି, ସମବାୟ, କୁଟୀର ଶିଳ୍ପ, ମସ୍ୟ ଚାଷ ତଥା ଗମନା ଗମନ, ପାନୀୟ ଜଳ ପରିବେଶର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ପ୍ରଯ୍ୟାପ୍ତ ପରିମାଣରେ ଯୋଗାଇ ଦେଉଛନ୍ତି l ଏହି ସରକାରୀ ପାଣ୍ଠିର ସଦୁପଯୋଗ ଓ ଠିକ ସମୟରେ ସମ୍ପୂର୍ଣ କରିବା ପାଇଁ ସରପଞ୍ଚମାନେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ସେମାନଙ୍କ ଠାରୁ ଜାଣିବାକୁ ଚାହିଁଥିଲେ l ସରକାରୀ ରାଜକୋଷରୁ ଆବଣ୍ଟିତ ଅର୍ଥର ହିସାବ ରଖାଯିବା ଓ ଦୁର୍ନୀତିର ଗଳାବାଟକୁ ବନ୍ଦ କରିବା ପାଇଁ ଅଡିଟ ହେଉଛି ଏକ ପ୍ରମୁଖ ମାଧ୍ୟମ ବୋଲି ଦର୍ଶାଇଥିଲେ l ସେମାନେ ଚାହିଁଲେ ଏଜି କାର୍ଯ୍ୟାଳୟ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବ l ଉପ ନିର୍ଦେଶକ ଶ୍ରୀ ନାୟକ ଓଡିଶାରେ 63 ଭାଗ ଲୋକ ଗ୍ରାମାଞ୍ଚରେ ବାସ କରନ୍ତି l ସେମାନଙ୍କର ସାମୁହିକ ଉନ୍ନତି ଦେଶକୁ ପ୍ରଗତି ପଥରେ ଆଗେଇ ନେବ ବୋଲି ପ୍ରକାଶ କରିଥିଲେ l ପ୍ରଧାନ ମହାଲେଖାକାର ଶ୍ରୀ ସାହୁ ଆଲୋଚନା ଚକ୍ର ଶେଷରେ ବ୍ୟକ୍ତିଗତ ଭାବେ ସରପଞ୍ଚମାନଙ୍କ ଅସୁବିଧା ଓ ଅଭିଯୋଗ ଶୁଣିଥିଲେ l ଏହାର ନିରାକାରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ l ପ୍ରାରମ୍ଭରେ ବରିଷ୍ଠ ଲେଖା ଅଧିକାରୀ ଭି. ଆନନ୍ଦ ଭଟ୍ଟ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଲେଖା ଅଧିକାରୀ ସାରଦା ପ୍ରସନ୍ନ ମହାପାତ୍ର ଧନ୍ୟବାଦ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ମହଲେଖାକାରଙ୍କ ସଚିବ ପ୍ରଭାତ କୁମାର ପ୍ରଧାନ, ଦୁର୍ଗା ଶଙ୍କର ପରିଡା, ରାଜେଶ ସିଂହ, ଦୀପ୍ତି ରଞ୍ଜନ ରାଏ ପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply