Home / ମୁଖ୍ୟ ଖବର / କୋଷ୍ଟାଲ୍ ସେକ୍ୟୁରିଟି କମ୍ୟୁନିଟି ପୋଲିସିଙ୍ଗ୍ କାର୍ଯ୍ୟକ୍ରମ ଅସ୍ତରଙ୍ଗ ମେରାଇନ ପୋଲିସ୍ ଷ୍ଟେସନ୍‌ରେ ଆୟୋଜିତ

କୋଷ୍ଟାଲ୍ ସେକ୍ୟୁରିଟି କମ୍ୟୁନିଟି ପୋଲିସିଙ୍ଗ୍ କାର୍ଯ୍ୟକ୍ରମ ଅସ୍ତରଙ୍ଗ ମେରାଇନ ପୋଲିସ୍ ଷ୍ଟେସନ୍‌ରେ ଆୟୋଜିତ

img 20251122 202511

ପୁରୀ: ୨୧/୧୧/୨୦୨୫-ପୁରୀ ପୁଲିସ୍ ଦ୍ୱାରା ସମୁଦ୍ରତଟୀୟ ସୁରକ୍ଷାକୁ ସୁଦୃଢ଼ କରିବା, ଲୋକମାନଙ୍କ ସହ ପୁଲିସ୍ ସମ୍ପର୍କକୁ ବୃଦ୍ଧି କରିବା ଓ ସଚେତନତା ବୃଦ୍ଧିକୁ ଲକ୍ଷ୍ୟ କରି କୋଷ୍ଟାଲ୍ ସେକ୍ୟୁରିଟି କମ୍ୟୁନିଟି ପୋଲିସିଙ୍ଗ୍ କାର୍ଯ୍ୟକ୍ରମ ଆଜି ଚନ୍ଦ୍ରଭାଗା ମେରାଇନ ପୋଲିସ୍ ଷ୍ଟେସନ୍‌ରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା, ସମୁଦ୍ରତଟୀୟ ଅଞ୍ଚଳର ଲୋକଙ୍କୁ ସଚେତନ କରିବା, ବିପଦ ସମୟରେ ସ୍ଥାନୀୟଙ୍କ ସହଯୋଗ ବୃଦ୍ଧି କରିବା, ଯୁବ ସମାଜରେ ସ୍ପୋର୍ଟସ୍ ଓ ସାଂସ୍କୃତିକ ମନୋଭାବ ଗଢ଼ି ତୋଳିବା, ପୁଲିସ୍ ଓ ପବ୍ଲିକ୍ ସମ୍ପର୍କକୁ ଦୃଢ କରିବା ପ୍ରତିଯୋଗିତାମାନେ ଆୟୋଜିତ ଖେଳ ରେ ଯଥା ଭଲିବଲ୍ ମ୍ୟାଚ୍ – ସ୍ଥାନୀୟ ଯୁବମାନଙ୍କ ମଧ୍ୟରେ ଉତ୍ସାହଜନକ ଖେଳ, ଚିତ୍ରକଳା ପ୍ରତିଯୋଗିତା, ପିଲାମାନେ ସମୁଦ୍ର, ପରିବେଶ, ପୁଲିସିଙ୍ଗ୍ ଆଦି ବିଷୟରେ ଅଦ୍ଭୁତ ଚିତ୍ର ପ୍ରସ୍ତୁତ କରିଥିଲେ। ଗୀତ ଓ ନୃତ୍ୟ ପ୍ରତିଯୋଗିତା ସ୍ଥାନୀୟ ସଂସ୍କୃତିକୁ ଅନୁଭବ କରାଇଥିବା ଅନେକ ପ୍ରଦର୍ଶନ କରିଥିଲେ, କଳା ଓ ସାହିତ୍ୟ ମଞ୍ଚ ପିଲାମାନେ ତାଙ୍କ ସ୍ୱରଚିତ କବିତା ଓ ଭାଷଣ ରଖିଥିଲେ ସମସ୍ତ ପ୍ରତିଯୋଗିମାନେ ଉତ୍ସାହର ସହିତ ଯୋଗଦେଲେ, ଯାହା ସମାଜରେ ଏକ ସ୍ୱସ୍ଥ ସଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ପୁରସ୍କାର ବଣ୍ଟନ କରିଥିଲେ, ତତ ସହ ବିଭିନ୍ନ ପ୍ରତିଯୋଗିତାର ଜିତୁଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ, ସ୍ଥାନୀୟ ଆବଶ୍ୟକତାପୂର୍ଣ୍ଣ ଲୋକଙ୍କୁ କମ୍ବଳ ବଣ୍ଟନ, ବିଭିନ୍ନ ସ୍କୁଲ୍ ଓ ଯୁବକ ଓ ଯୁବତୀ ଙ୍କୁ ସଙ୍ଗୀତ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସ୍ୱାସ୍ଥ୍ୟ ଶିବିର ସମୁଦାୟର ଶତାଧିକ ଲୋକଙ୍କୁ ଚିକିତ୍ସା, ପରୀକ୍ଷା ଓ ଔଷଧ ସେବା ଵେବସ୍ତା କରାଯାଇଥିଲା।ଏହି ପ୍ରୟାସ ଦ୍ୱାରା ସମୁଦ୍ରତଟୀୟ ଅଞ୍ଚଳର ସମାଜକୁ ସଜାଗ, ସୁସ୍ଥ ଓ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। କାର୍ଯ୍ୟକ୍ରମର ଗୌରବମୟ ଉପସ୍ଥିତି ଥିଲେ, ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ, ଅତିରିକ୍ତ ଏସ୍‌ପି ଶ୍ରୀ ସଚିନ ପଟେଲ, ଏସ୍‌ଡିପିଓ ନିମାପଡା ଶ୍ରୀ ଜନାର୍ଦ୍ଦନ ପାଢୀ, ଆଇଆଇସି ଅସ୍ତରଙ୍ଗ ମେରିନ୍ ପୋଲିସ୍ ସହ ସ୍ଥାନୀୟ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ଅତିଥିମାନେ କମ୍ୟୁନିଟି ପୋଲିସିଙ୍ଗ୍‌ର ଗୁରୁତ୍ୱ, ସମୁଦ୍ର ସୁରକ୍ଷା, ବିପଦ ପ୍ରବନ୍ଧନ ଓ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେଇଥିଲେ।ପୁରୀ ପୋଲିସ୍ ଦ୍ୱାରା ଏହା ଯୁବ ସଶକ୍ତିକରଣ, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁବିଧା ବୃଦ୍ଧି ପାଇଁ କରାଯାଇଥିଲା। ଏପରି କାର୍ଯ୍ୟକ୍ରମ ସମାଜ ସହ ପୁଲିସ୍ ମଧ୍ୟରେ ବିଶ୍ୱାସ, ସମ୍ପର୍କ ଓ ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଏସ୍ପି ନିଜର ପ୍ରତିକ୍ରିୟା ରଖିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply