କାକଟପୁର ତା ୨୪/୧୧ ( ତୁଷାର ଦୀକ୍ଷିତ ) ଲୌହ ମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ରବିବାର ଜାତୀୟ ସଂହତି ଓ ଭାଇଚାରାର ବାର୍ତ୍ତା ନେଇ ଏକତା ପଦଯାତ୍ରା ପୁରୀ ଜିଲ୍ଲା କାକଟପୁର ସ୍ଥିତ ବିଶ୍ୱାମିତ୍ର ଆଶ୍ରମ ରୁ ମୋତି କଲ୍ୟାଣୀ ମଣ୍ଡପ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।

ଭାରତୀୟ ଏକତା ଓ ଅଖଣ୍ଡତାର ପୁରୋଧା ଲୌହମାନବ ସର୍ଦ୍ଧାର ପଟେଲଙ୍କୁ ଉତ୍ସର୍ଗୀକୃତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ପ୍ରାଥୀ ଗୌରୀ ଶଙ୍କର ଦାଶ, ଈଶ୍ୱର ବେହେରା, ପୁରୀ ଜିଲ୍ଲା ଉପସଭାପତି ରତିକାନ୍ତ ବେହେରା,ସାଂସଦ ଙ୍କ କାକଟପୁର ବ୍ଲକ ପ୍ରତିନିଧି କୈଳାଶ ନାୟକ, ସାଂସଦ ଙ୍କ କାକଟପୁର ପ୍ରତିନିଧି ସୁଦର୍ଶନ ସ୍ୱାଇଁ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ,ସମାଜସେବୀ ତଥା ଅସ୍ତରଙ୍ଗ ମଣ୍ଡଳ ୧ନଂ ସଭାପତି ଶ୍ରୀଯୁକ୍ତ ଇନ୍ଦ୍ରମଣି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଗଡ଼ଜାତ ରାଜ୍ୟଗୁଡିକ ଭାରତ ସହିତ ମିଶ୍ରଣ କରିବାରେ ବଲ୍ଲଭଭାଇଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଅତିଥି ମାନେ ଆଲୋକପାତ କରିଥିଲେ। ଯୁବପୀଢ଼ି ସର୍ଦ୍ଧାର ପଟେଲ ଙ୍କ ନୀତି ଆଦର୍ଶକୁ ଅନୁସରଣ କରି ଦେଶ ମାତୃକା ସେବାରେ ନିଜକୁ ନିୟୋଜିତ କରିବା ଏବଂ ନିଜକୁ ସ୍ୱାବଲମ୍ବି ମଣିଷ ରୂପେ ଗଢିତୋଳିବାକୁ ସମାଜସେବୀ ଶ୍ରୀଯୁକ୍ତ ଇନ୍ଦ୍ରମଣି ଜେନା ନିଜ ବକ୍ତବ୍ୟ ରେ କହିଥିଲେ। ପଦଯାତ୍ରା କାର୍ଯ୍ୟକ୍ରମ ସମାପନ ପରେ ମୋତି କଲ୍ୟାଣୀ ମଣ୍ଡପ ପରିସରରେ “ବନ୍ଦେ ମାତରମ୍ “ର ୧୫୦ବର୍ଷ ପୂର୍ତ୍ତି ରେ ଏକ ସଭା ଆୟୋଜନ କରାଯାଇଥିଲା। ସରୋଜ କୁମାର ସାହୁ ଙ୍କ ସଭାପତିତ୍ବ ରେ ଅତିଥି ନିଜ ବକ୍ତବ୍ୟ ରେ ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ର ପ୍ରେମ, ତ୍ୟାଗ ଓ ବୀରତ୍ବ ର ପ୍ରତୀକ। ବଙ୍କିମ୍ ଚନ୍ଦ୍ର ଚଟୋପାଧ୍ୟାୟ ଙ୍କ “ଆନନ୍ଦ ମଠ “ଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀ ଙ୍କ ମନରେ ଉତ୍ସାହ ଓ ବୈପ୍ଲବିକ ମନୋଭାବ ଲଗାଇଥିଲା। ଆମେ ଯେଉଁ ଧର୍ମ, ଭାଷା, ଅଞ୍ଚଳ ହେଉ ନାଁ କାହିଁକି ଦେଶ ପ୍ରେମ ବିନା ଦେଶର ଉର୍ନ୍ନତି ଅସମ୍ଭବ।ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ ନିଜ ବକ୍ତବ୍ୟ ରେ କହିଥିଲେ” ବନ୍ଦେ ମାତରମ୍ ଆମ ହୃଦୟରେ ରହିଛି। ଯାହା ଦେଶ ପ୍ରେମର ଅଗ୍ନିକୁ ପୁନଃ ଜାଗୃତି କରେ। ଯୁବ ପୀଢ଼ି, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା ପାଇଁ ଏହି ବର୍ଷବ୍ୟାପି ପାଳନ ଖୁବ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଛୋଟ ପିଲା, ଛାତ୍ର ଓ ଯୁବକ ଙ୍କ ଉପରେ ଏହା ପ୍ରଭାବ ରହିବ। ଆଗାମୀ ଦିନରେ ଏହା ରାଷ୍ଟ୍ରବାଦକୁ ଏକ ନୂଆ ସଂଜ୍ଞା ଦେବାରେ ସଫଳ ହେବ।ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପଦଯାତ୍ରା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ କଳାକାର। ପଦଯାତ୍ରା ରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର, ଛାତ୍ରୀ, ବୁଦ୍ଧିଜୀବୀ, ଜନପ୍ରତିନିଧି, କାକଟପୁର, ଅସ୍ତରଙ୍ଗ ଅଞ୍ଚଳର ଶତାଧିକ ସାଧାରଣ ଜନତା ପଦଯାତ୍ରାରେ ସାମିଲ ହୋଇଥିଲେ।ଶେଷ ରେ ଗୋଲେଖ ପ୍ରଧାନ ଉପସ୍ଥିତ ବ୍ୟକ୍ତି ବିଶେଷ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।











