Home / ମୁଖ୍ୟ ଖବର / ଭଏସ୍ ଅଫ୍ ନୟାଗଡ଼ ସିଜିନ – ୬ର ଗ୍ରାଣ୍ଡ୍ ଫାଇନାଲ ଅନୁଷ୍ଠିତ।

ଭଏସ୍ ଅଫ୍ ନୟାଗଡ଼ ସିଜିନ – ୬ର ଗ୍ରାଣ୍ଡ୍ ଫାଇନାଲ ଅନୁଷ୍ଠିତ।

whatsapp image 2025 11 24 at 10.06.24 3b6c9609

ନୟାଗଡ଼,ତା-୨୩.୧୧.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ କ୍ଲବ୍ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍-୬ ର ଫାଇନାଲ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ପାଞ୍ଚବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼।

whatsapp image 2025 11 24 at 10.11.12 9fded2ac

ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନନୀୟ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଭଏସ୍ ଅଫ୍ ନୟାଗଡ଼ ବିଜେତାଙ୍କୁ ଟ୍ରଫି- ଓ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ ପ୍ରତିଯୋଗୀଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଶୋକ କୁମାର ଗାଣ୍ଠିଆ ଓ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ଯାପକ ଲଳିତ କୁମାର କର ଯୋଗଦେଇ ୧୧ ଜଣ ପ୍ରତିଯୋଗୀଙ୍କ ମଧ୍ଯରୁ ୩ଜଣ ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ପ୍ରୀତିପଦ୍ମା ମିଶ୍ର “ଭଏସ୍ ଅଫ୍ ନୟାଗଡ଼ ” ର ବିଜେତା ହୋଇଥିବା ବେଳେ ସୌଦାମିନୀ ସାହୁ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଓ ୩ୟ ସ୍ଥାନ ଅଧିକାର କରିଛନ୍ତି ଚିନ୍ମୟ ପ୍ରସାଦ ବେହେରା।
ସକାଳ ୯ଟା ସମୟରେ ସ୍ଥାନୀୟ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ସଭା କକ୍ଷରେ ସେମିଫାଇନାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନକରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲା ବେଳେ ବିଚାରକ ଭାବେ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ଯାପକ ଲଳିତ କୁମାର କର, ବରିଷ୍ଠ ସଂଗୀତ ଶିକ୍ଷକ ରାଜେଶ କୁମାର ମିଶ୍ର ଓ ସଂଗୀତ ନିର୍ଦ୍ଦେଶକ ଶ୍ରୀନିବାସ ସାମନ୍ତରାୟ ଯୋଗଦେଇ ୨୧ ଜଣ ପ୍ରତିଯୋଗୀଙ୍କ ମଧ୍ଯରୁ ୧୧ ଜଣ ପ୍ରତିଯୋଗୀଙ୍କୁ ଫାଇନାଲ କୁ ଚୟନ କରିଥିଲେ।
ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ, ସଂପାଦକ ଶ୍ରୀଧର ସାହୁ ,ଭଏସ୍ ଅଫ୍ ନୟାଗଡ଼ କାର୍ଯ୍ଯକ୍ରମର ଚେୟାରମ୍ୟାନ ମିହିର ରଂଜନ ନାୟକ, ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସଦସ୍ୟ ଅରୁଣ କୁମାର ମହାନ୍ତି , ସନ୍ତୋଷ କୁମାର ନାୟକ, ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ଲକ୍ଷ୍ମୀନାରାୟଣ ରଥ,ମଦନମୋହନ ମହାପାତ୍ର, ଅବିନାଶ ସାହୁ, ପ୍ରସନ୍ନ କୁମାର ବସନ୍ତିଆ, ପ୍ରଶାନ୍ତ କୁମାର ପଟ୍ଟନାୟକ, ବାସୁଦେବ ସାହୁ, ପ୍ରବୀର ପୃଷ୍ଟି ପ୍ରମୁଖ ଉପସ୍ଥିତ ହୋଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ଯକ୍ରମ କୁ ସଂଯୋଜନା କରିଥିଲେ ଶରତ ଚନ୍ଦ୍ର ଆଚାର୍ଯ୍ୟ। ପ୍ରତିଯୋଗୀମାନେ ଓଡିଆ ସିନେମା ସଂଗୀତ, ଓଡିଶୀ ଆଦି ବିଭିନ୍ନ ସଂଗୀତ ଗାନ କରିଥିଲେ । ନୟାଗଡ଼ ର ବହୁ ସଂଗୀତ ପ୍ରେମୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲା ବେଳେ ସଂପାଦକ ଶ୍ରୀଯୁକ୍ତ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply