ପୁରୀ: ୨୪/୧୧/୨୦୨୫ – ପୁରୀ କବାଡି ଲିଗ ୨୦୨୫ ସଂସ୍କରଣରେ ରାଜ୍ୟ ସଭାର ସଦସ୍ୟ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇଥିବା ସ୍ଥଳେ ଶ୍ରୀଯୁକ୍ତ ରାମକୃଷ୍ଣ ଦାସ ମହାପାତ୍ର, ଶ୍ରୀଯୁକ୍ତ ଜୟକୃଷ୍ଣ ଦାସ ମହାପାତ୍ର, ଶ୍ରୀଯୁକ୍ତ ଗୌରହରି ପ୍ରଧାନ, ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା, ଶ୍ରୀଯୁକ୍ତ ରାଜେଶ କୁମାର ପାଢୀଙ୍କ ସମେତ ପୁରୀ ଜିଲ୍ଲା ସ୍କୁଲ ର ଆଲୁମନିମାନେ ଯୋଗ ଦେଇଥିଲେ। ଆଜିର ମ୍ୟାଚ ରେ ବାଳିକା ବିଭାଗରେ କଳିଙ୍ଗ ଯୋଦ୍ଧା ସହିତ ପୁରୀ ଚ୍ୟାଲେଞ୍ଜର ଓ ବାଳକ ବିଭାଗରେ ପୁରୀ ୱାରିୟର୍ସ ସହିତ ଓଡ୍ରା ଦଳ ମ୍ୟାଚ ରହିଅଛି। ପ୍ରକାଶ ଥାଉ କି ସମସ୍ତ ଦଳ ଫ୍ରାଞ୍ଚାଇଜଙ୍କ ଅଧିନରେ ଖେଳୁ ଅଛନ୍ତି। ଓଡ୍ରା ଦଳ ଶ୍ରୀଯୁକ୍ତ ରାଜ କିଶୋର ପାତ୍ର ଙ୍କ ହୋଇଥିବା ସ୍ଥଳେ ପୁରୀ ୱାରିୟର୍ସ ଆଡଭୋକେଟ ଭଗବାନ ପଢିଆରୀ ଓ କଳିଙ୍ଗ ଯୋଦ୍ଧା ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ହୋଇଥିବା ବେଳେ ପୁରୀ ଚ୍ୟାଲେଞ୍ଜର ଆଡଭୋକେଟ ଆତ୍ମା ରଞ୍ଜନ ମହାନ୍ତି ଙ୍କର ରହିଅଛି। ଏହି ଖେଳ ସମ୍ପୂର୍ଣ୍ଣ ରୂପେ ପ୍ରୋ କବାଡି ପରି ହୋଇଥିବାରୁ ଦର୍ଶକ ଙ୍କ ଭିଡ ଲାଗିରହିଛି।

ଏହି ଟୁର୍ଣ୍ଣାମେଣ୍ଟ ରେ ସ୍ୱର୍ଗତ ଜଗଦିଶ ଚନ୍ଦ୍ର ରାଉତରାଏଙ୍କୁ ମରଣୋତ୍ତର, ଆଡଭୋକେଟ ସତ୍ୟବ୍ରତ ଷଡଙ୍ଗୀଙ୍କୁ ସ୍ପୋର୍ଟସ ପ୍ରମୋସନ ଅନର, ଶ୍ରୀଯୁକ୍ତ ନାରଣ ତିଆଡିଙ୍କୁ ସ୍ପିରିଟ୍ ଅଫ ସ୍ପୋର୍ଟସ ଅନର, ଶ୍ରୀଯୁକ୍ତ ରାଜ କିଶୋର ପାତ୍ରଙ୍କୁ ସ୍ପୋର୍ଟସ ଲିଡରସିଫ୍ ଅନର ସମ୍ମାନରେ ରେ ସମ୍ମାନୀତ କରାଯାଇଅଛି ।ଆୟୋଜକ ନିତା ସ୍ପୋର୍ଟସ ଏକାଡେମୀ ର ସଂପାଦକ ଆଡଭୋକେଟ ସତ୍ୟବ୍ରତ ଷଡଙ୍ଗୀଙ୍କ କହିବା ଅନୁସାରେ ଏହି ଟୁର୍ଣ୍ଣାମେଣ୍ଟ ଦ୍ୱାରା ପୁରୀର କବାଡି ଖେଳକୁ ପ୍ରୋତ୍ସାହନ ମିଳିବା ସହିତ ନୂତନ ଖେଳାଳିଙ୍କ ମନରେ ଆଗ୍ରହ ସୃଷ୍ଟି କରିବା। ଖେଳ ବହୁତ ସଂଘର୍ଷ ପୂର୍ଣ୍ଣ ରହୁଥିବା ହେତୁ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ହେଉଛି। ଖେଳକୁ ତାଲିମ ପ୍ରାପ୍ତ ରେଫରୀ ଙ୍କ ଦ୍ୱାରା ପରିଚାଳନା କରାଯାଉଥିବାରୁ ଏହି ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିଥିବା ନିତା ସ୍ପୋର୍ଟସ ଏକାଡେମୀ କୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି।











