କାକଟପୁର ତା ୨୩/୧୦/୨୦୨୫ (ତୁଷାର ଦୀକ୍ଷିତ ) ,କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଯୁବ ସେବାୟତ ମାନଙ୍କ ଦ୍ୱାରା ମା ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି l ଯୁବ ଗୋଷ୍ଠୀ ଙ୍କ ଉଦ୍ୟମ ଓ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ମନ୍ତ୍ର ଧ୍ୱନି ଉଚ୍ଚାରଣ କରାଯାଇ ମା ଙ୍କର ମୁର୍ମୟ ମୃତି କୁ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା, ଚନ୍ଦନ ବେଶ ସହିତ ବିଭିନ୍ନ ବସ୍ତ୍ର, ଅଳଙ୍କାର ଆଭୂଷଣ ଲାଗି କରାଯାଇ ବିଳମ୍ବିତ ପ୍ରହରରେ ପ୍ରାଚୀନଦୀରୁ ଜଳ ଅଣା ଯାଇ ଘଟ ସ୍ଥାପନ କରାଯିବା ପରେ ମା କାଳୀଙ୍କୁ ଆବାହନ ଜରାଯାଇଥିଲା l ମଧ୍ୟ ରାତ୍ରରେ ସପ୍ତସତୀ ଚଣ୍ଡୀପାଠ, ହୋମଯଜ୍ଞ କରାଯାଇ ମା ଙ୍କୁ କୁସ୍ମାଣ୍ଡ ବଳି ଦିଆଯାଇଥିଲା l ଏହି କାଳୀପୂଜା ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ l ଯୁବ ସେବାୟତ ଶୈଳଂଶୁ ଶେଖର ଦୀକ୍ଷିତ , ଜୀବନ ଜ୍ୟୋତି ଦୀକ୍ଷିତ,ସୂର୍ଯ୍ୟନାରାୟଣ ପାଢ଼ୀ, ଶରଣାଗତ ପଣ୍ଡା,ସତ୍ୟ ନାରାୟଣ ସାମଲ ଲଲାଟେନ୍ଦୁ ଦୀକ୍ଷିତ ଙ୍କ ପୂର୍ଣ୍ଣ ସହଯୋଗ ରେ ମା କାଳୀ ଙ୍କ ପୂଜା କରାଯାଇଥିଲା ,ଆସନ୍ତା ଶୁକ୍ରବାର ଦିନ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଙ୍କ ପାଇଁ ରାତିରେ ମନ୍ଦିର ପରିସରରେ ପ୍ରସାଦ ସେବନର ବ୍ୟବସ୍ଥା ହେବା ସହିତ ମାଙ୍କୁ ବିସର୍ଜନ କରାଯିବାର ବନ୍ଦୋବସ୍ତ କରାଯାଇଛି, ଯୁବ ସେବାୟତ ମାନଙ୍କ ଙ୍କ ଦ୍ୱାରା ପଣା ଭୋଗ କରି ଶ୍ରାଦ୍ଧଳୁ ମାନଙ୍କୁ ଦିଆ ଯିବାର ଵେବସ୍ତା କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ,
ବିଳମ୍ବିତ ରାତ୍ରରେ କୁସ୍ମାଣ୍ଡ ବଳି
No Comments
October 24, 2025 1:58 am
Previous Article
Next Article

ରତ୍ନକୁଦ ପୀଠରେ ଆଧ୍ଯାତ୍ମିକ ପତ୍ରିକା ‘ବିଭୁବୈଭବ’ ଆନୁକୂଲ୍ୟରେ ସ୍ବଧ୍ୟାୟ ଓ ସତସଙ୍ଗ ଅନୁଷ୍ଠିତ ।
ପୁରୀ ପୌରପାଳିକା ଅଦ୍ବୀକା ପ୍ରତିଭା ଚୟନ ଅନୁଷ୍ଠିତ
Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





