Home / ମୁଖ୍ୟ ଖବର / ଉତ୍କଳ ମହିଳା ସମିତିର ନିଶା ମୁକ୍ତ ଓଡିଶା ଦାବିରେ ପୁରୀ ଜିଲ୍ଲାପାଳ ଅଫିସ ଘେରାଉ

ଉତ୍କଳ ମହିଳା ସମିତିର ନିଶା ମୁକ୍ତ ଓଡିଶା ଦାବିରେ ପୁରୀ ଜିଲ୍ଲାପାଳ ଅଫିସ ଘେରାଉ

whatsapp image 2025 11 25 at 21.03.07 f7f2ce5d

ପୁରୀ: ୨୫/୧୧/୨୦୨୫ – ଭାରତୀୟ ମହିଳାଙ୍କ ଜାତୀୟ ଫେଡେରେସନ ସହବନ୍ଧିତ ଉତ୍କଳ ମହିଳା ସମିତି ପକ୍ଷରୁ ନଭେମ୍ବର ୨୫ ତାରିଖରେ ନିଶାମୁକ୍ତ ଓଡିଶା ଦାବିରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ କଠୋର ରୁ କଠୋର ଆଇନ ପ୍ରଣୟନ କରିବା, ସମସ୍ତ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଆଇନ ବ୍ୟବସ୍ଥା ହେଉ, ପ୍ରତିଟି ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପାଇଁ ୫୦% ଭାଗ ସ୍ଥାନ ସଂରକ୍ଷଣ, କର୍ମ କ୍ଷେତ୍ରରେ ରାତ୍ରିକାଳୀନ ପାଳି କାମରେ ମହିଳା ନିଯୁକ୍ତିର ଯେଉଁ କଳା ଆଇନ କରାଯାଇଛି ତାହାକୁ ପ୍ରତ୍ୟାହାର କରାଯାଉ, ପ୍ରଭୃତି ଦାବୀ କରି ପୁରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ମହିଳା ମାନଙ୍କର ଏକ ଶୋଭାଯାତ୍ରା, ମୋଚି ସାହି ଛକରୁ ବାହାରି ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ସମୁଖରେ ଏକ ପ୍ରତିବାଦ ସଭାରେ ଉତ୍କଳ ମହିଳା ସମତିର ଜିଲ୍ଲା ସଭାନେତ୍ରୀ ବିଦୁଲତା ସେଠୀ, ରାଜ୍ୟ ସାଧାରଣ ସମ୍ପାଦିକା ଜିନ୍ମୟୀ ସାହାଣି, ମାଗୁଣି ପ୍ରଧାନ, ସରୋଜିନୀ ଜେନା, ପ୍ରତିଭା ମହାପାତ୍ର, ସସ୍ମିତା ନାୟକ, ସଞ୍ଜୁଲତା ବେହେରା ପ୍ରମୁଖ ଅଭିଯୋଗ କରିଥିଲେ ଯେ, ଗତ ବିଧାନ ସଭା ଓ ସଂସଦ ନିର୍ବାଚନ ସମୟରେ ବିଜେପି ମହିଳାଙ୍କ ସାମାଜିକ ସୁରକ୍ଷା ପାଇଁ ଦେଇଥିବା ବହୁ ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛି । ମହିଳା ସ୍ବାବଲମ୍ବୀ ପାଇଁ ଚାଲିଥିବା ସୁଭଦ୍ରା ଯୋଜନା ପ୍ରହସନରେ ପରିଣତ ହୋଇଛି । ରାଜ୍ୟରେ ଦିନକୁ ଦିନ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ରୋକିବାରେ ବିଫଳ ହୋଇଛନ୍ତି । ସାମାଜିକ ଅଶାନ୍ତି ଓ ପରିବାର ଗୁଡିକ ଭାଙ୍ଗି ପଡିବା ପାଇଁ ମଦ ମୁଖ୍ୟ ଭୂମିକା ନେଉଥିବାରୁ ତୁରନ୍ତ ମଦମୁକ୍ତ ଓଡିଶା କରିବା ପାଇଁ ସରକାର ଦୃତ ପଦକ୍ଷେପ ନେବାକୁ ସେମାନେ ଦାବୀ କରିଥିଲେ । ନଚେତ ମହିଳା ମାନଙ୍କ ନିଶାମୁକ୍ତ ଓଡିଶା ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଥିଲେ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲl

SPREAD YOUR LOVE WITH YOUR FRIENDS AND FAMILY

Leave a Reply