Home / ମୁଖ୍ୟ ଖବର / ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନ ଠାରେ ସମ୍ବିଧାନ ବଂଚାଅ ଦିବସ ଅନୁଷ୍ଠିତ 

ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନ ଠାରେ ସମ୍ବିଧାନ ବଂଚାଅ ଦିବସ ଅନୁଷ୍ଠିତ 

img 20251126 wa0008

ପୁରୀ : ୨୬/୧୧/୨୦୨୫- ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ , ଇନ୍ଦିରା ଭବନ ଠାରେ ସମ୍ବିଧାନ ବଂଚାଅ ଦିବସ ଅନୁଷ୍ଠିତ ହୋଇ ଯାଇଅଛି । ପ୍ରଥମେ ଜିଲ୍ଲା କଂଗ୍ରେସ କମିଟି ର କର୍ମକର୍ତ୍ତା ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ ଗାନ୍ଧୀ ସ୍ମୃତି ପୀଠ, ପୁରୀ ରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଏବଂ ପରବର୍ତୀ ସମୟରେ ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରାଯାଇଥିଲା

img 20251126 wa0007

ଏଥିରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଉତ୍ତମ ଆଚାର୍ଯ୍ୟ ନିଜର ଅଭିଭାଷଣ ପ୍ରଦାନ କରି ଆଜି ସରକାର ନିଜ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଦେଶର ସମ୍ବିଧାନ ବାରମ୍ବାର ସଂସୋଧନ କରୁଥିବା ସ୍ଥଳେ‌ ସମ୍ବିଧାନ ସଂପୂର୍ଣ୍ଣ ପରିବର୍ତ୍ତନ ର ଅପଚେଷ୍ଠା କରୁଛନ୍ତି । ପରବର୍ତ୍ତୀ ବକ୍ତା ଭାବେ ବରିଷ୍ଠ ଅଧିବକ୍ତା ବୈଦ୍ୟନାଥ ପାଣି ମହାତ୍ମା ଗାନ୍ଧୀ ଙ୍କ ଦେଶ ଏ ଜାତି ପ୍ରତି ନିଜର ବଳିଦାନ ସଂପର୍କରେ ଆଲୋକପାତ କରିବା ସହିତ କଂଗ୍ରେସ ସେବା ଦଳର ସ୍ବାଧୀନତା ପୂର୍ବର ଭୁମିକା ବର୍ଣ୍ଣନା କରିଥିଲେ । ପରେ ବିଶିଷ୍ଟ ସାହିତ୍ୟିକ ଭାରତ ସରକାରଙ୍କ ପୂର୍ବତନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମାନସ ମହାପାତ୍ର ଗୋପବନ୍ଧୁ ଦାସଙ୍କ ଉକ୍ତି “ନିଜ ସୁଖ ଲାଗି ଜାତନୂହେଁ ହିନ୍ଦୁ ବିଶ୍ବ ହିତେ ତାର ପ୍ରତି ରକ୍ତ ବିନ୍ଦୁ” ଉକ୍ତି ରୁ ଆରମ୍ଭ କରି ଆଜି ନକଲି ହିନ୍ଦୁତ୍ବ ର ନାରାବାଜି ଚାଲିଛି ଯାହା ଆମ ସମ୍ବିଧାନ ପ୍ରତି ବିପଦ ବୋଲି ଦର୍ଶାଇବା ଥିଲେ । ଶେଷରେ ଗାନ୍ଧୀ ବାଣୀ ଲେଖକ ବରିଷ୍ଠ ଅଧିବକ୍ତା ଗୌରାଙ୍ଗ ଚରଣ ପରିଡା ସମ୍ବିଧାନ ପ୍ରଣୟନ ସଭାରେ ପୁରୀ ର ପୂର୍ବତନ ସାଂସଦ ଲୋକନାଥ ମିଶ୍ର, ଯାହାଙ୍କୁ ପଙ୍କ ବାବୁ ବୋଲି ଶ୍ରଦ୍ଧାରେ ସମସ୍ତେ ଡାକନ୍ତି ତାଙ୍କର ଦସ୍ତଖତ ମଧ୍ୟ ସମ୍ବିଧାନ ମୂଳ ଲିପି ରେ ଥିବା ସୂଚନା ଦେବା ସହ ପଙ୍କ ବାବୁ ମଧ୍ୟ ଧର୍ମନିରପେକ୍ଷ ସମ୍ବିଧାନ ଗଠନ ପ୍ରସ୍ତାବ ଦେଇଥିଲେ। ସେହିପରି ଭାରତ କୁ ଦୀର୍ଘ ବର୍ଷ ଶାସନ କରୁଥିବା ଇଂଲଣ୍ଡ ଭଳି ଇଉରୋପୀୟ ଦେଶର ଆଜି ପର୍ଯ୍ୟନ୍ତ ନିଜର ଲିଖିତ ସମ୍ବିଧାନ ନଥିବା କହିଥିଲେ ଏବଂ ଆମେରିକା ସମ୍ବିଧାନ ରେ ମାତ୍ର ୭ଗୋଟି ଧାରା ଥିବା ବେଳେ ଭାରତୀୟ ସମ୍ବିଧାନ ର ମହାନତା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସରକାରୀ ଦଳର ହ୍ବାଟସାପ ୟୁନିଭରସିଟିର ମିଥ୍ୟା ପ୍ରଚାରରେ କିପରି କିଛି ଅନ୍ଧ ଭକ୍ତ ଆଜି ପାଗଳ ହୋଇଛନ୍ତି ସେଥିରେ ଦୁଃଖ ପ୍ରକାଶ କରିଥିଲେ । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦିକା ଶିଳ୍ପିଶ୍ରୀ ହରିଚନ୍ଦନ, ପୂର୍ବତନ ପିସିସି ସଂପାଦକ ବିଶ୍ବନାଥ ଦାଶ, ଉମାକାନ୍ତ ବରାଳ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ସରସ୍ବତୀ ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ଆଶୁତୋଷ ମିଶ୍ର, ଉମାକାନ୍ତ ବେହେରା, ଅମିୟ କୁମାର ଦାସ, ସୌମ୍ୟ କାନ୍ତ ପ୍ରଧାନ, ବିଶ୍ୱରଂଜନ ସାମନ୍ତରାୟ, ଜିବେଶ ରଥ, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply