Home / ମୁଖ୍ୟ ଖବର / ବ୍ଲେସେଡ ସାକ୍ରାମେଣ୍ଟ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ୨୦୨୫ ଉତ୍ସବ ଉଦଘାଟିତ

ବ୍ଲେସେଡ ସାକ୍ରାମେଣ୍ଟ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ୨୦୨୫ ଉତ୍ସବ ଉଦଘାଟିତ

whatsapp image 2025 12 10 at 18.19.30 05ba9ef1

ଆଜି ତା ୧୦୧୨୨୫ ରିଖ, ବୁଧବାର ପୁରୀ ଭିଆଇପି ରୋଡ ସ୍ଥିତ ବ୍ଲେସେଡ ସାକ୍ରାମେଣ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୫ ମହାସମାରୋହରେ ଉଦଘାଟିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ସିଷ୍ଟର ଆଡୋରସର ମୁଖ୍ୟ ସିଷ୍ଟର ମ୍ୟାରୀ ରୋଜ ଓ ବିଦ୍ୟାଳୟର ପ୍ରିନ୍ସିପାଲ ସିଷ୍ଟର ମ୍ୟାରୀ ଜର୍ଜ ଙ୍କ ଉପସ୍ଥିତିରେ କ୍ରୀଡା ମଶାଲକୁ ଗ୍ରହଣ କରି ଉଦଘାଟିତ କରିଥିଲେ l

whatsapp image 2025 12 10 at 18.27.35 8c2b4d5a
whatsapp image 2025 12 10 at 18.27.35 8c2b4d5a

ଏହି ଅବସରରେ ମୁଖ୍ୟ ଅତିଥି ବିଦ୍ୟାଳୟରେଯେ କେବଳ ବିଦ୍ୟା ଗ୍ରହଣ କରାଯାଏ ତାହା ନୁହଁ ଛାତ୍ର ଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କ୍ରୀଡା ମଧ୍ୟ ଏକ ଜରୁରୀ ପାଠ୍ୟକ୍ରମ ରୂପରେ ଶିକ୍ଷା ଦିଆଯାଇଥାଏ ବର୍ତ୍ତମାନ ବିଦ୍ୟାଳୟ ସ୍ତରର କ୍ରୀଡାରୁ ପିଲାମାନଙ୍କ ପ୍ରତିଭା ବିକଶିତ ହୋଇ ରାଜ୍ଯସ୍ତରୀୟ ତଥା ରାଷ୍ଟ୍ରୀୟ ସ୍ତରୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରୁଅଛନ୍ତି l ଏହି ଉଦଘାଟନ କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ପରିଚାଳନ କରାଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply