Home / ମୁଖ୍ୟ ଖବର / ନୟାଗଡ଼ରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ସମ୍ବିଧାନ ବଞ୍ଚାଓ ପଦଯାତ୍ରା

ନୟାଗଡ଼ରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ସମ୍ବିଧାନ ବଞ୍ଚାଓ ପଦଯାତ୍ରା

img 20251126 wa0011

ନୟାଗଡ଼,ତା-୨୬.୧୧.୨୫ରିଖଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ।ଜାତୀୟ ସମ୍ବିଧାନ ଦିବସ ଅବସରରେ ନୟାଗଡ଼ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ସହିତ ଜାତୀୟ ସଂହତିକୁ ବଜାୟ ରଖି ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ତଥା ସମ୍ବିଧାନର

153487

ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପ୍ରୟାସ ଉଦ୍ଦେଶ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ସ୍ଥାନୀୟ ତ୍ରିନାଥ ଛକ ଗାନ୍ଧୀ ମୂର୍ତ୍ତିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା l ଅପରାହ୍ନରେ ଜୟ ଭୀମ ଜୟ ବାପୁ ସ୍ଲୋଗାନ ସହିତ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ନେତୃତ୍ୱରେ ସିନ୍ଦୁରିଆ ଠାରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ସମ୍ବିଧାନ ବଞ୍ଚାଓ ପଦଯାତ୍ରା ରେ ଶତାଧିକ ଛାତ୍ର, ଯୁବକ ଯୋଗ ଦେଇଥିଲେ l ଟ୍ରାଫିକ ଛକ ଠାରେ ସମ୍ବିଧାନ ପ୍ରଣୟନ ମୁଖ୍ୟ ବିନ୍ଧାଣୀ ଡ଼.ଭୀମରାଓ ଆମ୍ବେଦକର ଏବଂ ସମ୍ବିଧାନ ରଚୟିତା ପଣ୍ଡିତ ଜବାହାରଲାଲ ନେହେରୁ , ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍, ସର୍ଦାର ବଲ୍ଲଭ ଭାଇ ପଟେଲ, ଡ଼.ରାଜେନ୍ଦ୍ର ପ୍ରସାଦ ନମ୍ରତା ଏବଂ କଠୋରତା ମଧ୍ୟରେ ସମନ୍ୱୟ ରକ୍ଷାକରି ନ୍ୟାୟ ସ୍ୱାଧୀନତା ସମତା ଏବଂ ଭାଇଚାରା ମୂଲ୍ୟବୋଧ ଉପରେ ନିର୍ମିତ ଦେଶବାସୀଙ୍କ ମୌଳିକ ଅଧିକାର, କର୍ତ୍ତବ୍ୟର ଆଇନକାନୁନ ନିୟମାବଳୀ ଉପରେ ଆଧାରିତ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ବ ଧର୍ମନିରପେକ୍ଷତା ସୁରକ୍ଷା ପାଇଁ ଆହ୍ୱାନ ଦିଆଯାଇଥିଲା l ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ହୁସେନ ଖାଁ, ଗୋଲାବ ଖାଁ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ପୀତବାସ ଖୁଣ୍ଟିଆ, କୂଳେଶ ଚନ୍ଦ୍ର ମହାନ୍ତି,ପ୍ରତୀକ ମହାପାତ୍ର,ମଦନ ମୋହନ ବିଶୋଇ, ଅଶୋକ ନାୟକ, ଜିତେନ୍ଦ୍ର ନାଏକ,ସରାଫତ ଖାଁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଅମ୍ଲାନ ଅଂଶୁମାନ ସାହୁ, ମହିଳା ନେତ୍ରୀ ସୁଜାତା ନାଏକ ଏବଂ ନନ୍ଦିନୀ ନାଏକ ପ୍ରମୁଖଙ୍କ ସହିତ ଶତାଧିକ ଦଳୀୟ କର୍ମୀ ,ଛାତ୍ର ,ଯୁବକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply