ପୁରୀ ଓଁକାର ଶ୍ୱର ନିକଟସ୍ଥ ଭାଗବତ ପାଟଣା ଗ୍ରାମ ନିକଟରେ ଏକ Check Dam ଯଥା ଶ୍ରୀଘ୍ର ନିର୍ମାଣ ହେବା ପାଇଁ ସରକାର ଙ୍କ ତରଫରୁ ତତ ପରତା ପ୍ରକାଶ ପାଇଛି. ମଙ୍ଗଳା ନଦୀ ବୈସ କୀୟ କମିଟି ର ରିପୋର୍ଟ କୁ କାର୍ଯ୍ୟକାରୀ କରିବା ପାଇଁ Engineer in Chief, ଶ୍ରୀଯୁକ୍ତ ଲିଙ୍ଗରାଜ ଗୌଡ଼ (Dept ଅଫ Irrigation ) ଙ୍କ ନିର୍ଦେଶ କ୍ରମେ Er ଅମୀୟ କୁମାର ସେଠ ( SE, Irrigation, Puri), Asst Executive Er, ଶ୍ରୀଯୁକ୍ତ ଭାଗବତ ମଲ୍ଲିକ, Asst Er, ପ୍ରଧାନ ସୋର୍କା ( Irrigation ), Er ଅବିନାଶ ଲେଙ୍କା ( SDO, PWD, Puri) ପ୍ରସ୍ତାବିତ ସ୍ଥାନକୁ ପରିଦର୍ଶନ କରି ସେହି ସ୍ଥାନରେ Check Dam ର ସ୍ଥାପନକୁ ଚୂଡାନ୍ତ ରୂପଦେଇଥିଲେ. ଫଳରେ ସମୁଦ୍ର ଜୁଆର ରେ ଲୁଣି ପାଣିକୁ ରୋକାଯାଇପାରିବ, ଓଏହି ମଙ୍ଗଳା ଯମୁନା ନଦୀର ଜୈବ ବିବିଧତା, ପରିବେଶ ସୁରକ୍ଷା, ଭୁତ ଳ ଜଳ ର ସରକ୍ଷ ଣ, ଓ ବର୍ଷ ତମାମ ଜଳ ପ୍ରବାହ ରହିବା ଫଳରେ ଲକ୍ଷ ଲକ୍ଷ ଗ୍ରାମ ବାସୀ, କୃଷି କାର୍ଯ୍ୟ, ମାଛ ଚାଷ, ଯେଉଁ ମାନେ ସେହି ନଦୀ ଉପରେ ପ୍ରତ୍ୟକ୍ଷ ନିର୍ଭର କରନ୍ତି, ସେମାନେ ଉପକୃତ ହେବା ସଙ୍ଗେ ସଙ୍ଗେ,ପଶୁ, ପକ୍ଷୀ ବିଶେଷ କରି ଗୋ ମସାଦି ଆନନ୍ଦ ପାଇବେ କାରଣ ବର୍ତମାନ ପରିସ୍ଥିତି ରେ ଏହି ନଦୀ ଜଳ ଭୟଙ୍କର ଭାବରେ ବିଷାକ୍ତ ହୋଇଯାଇଛି. ମଙ୍ଗଳା ନଦୀ ପୁନଃ ଉଦ୍ଧାର କମିଟି ର ଅଧ୍ୟକ୍ଷ ପ୍ରାକ୍ତନ ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି ଙ୍କ ନେତୃତ୍ୱ ରେ ଏକ ପୁରୀ ସହର, ଶ୍ରୀମନ୍ଦିର, ବିଭିନ୍ନ ଗ୍ରାମରୁ ମୁଖିଆ ମାନେ ଉପସ୍ଥିତ ରହି ବୈ ସକ୍ରିୟ କମିଟି ର Er ମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ, ସେମାନ ଙ୍କ ମଧ୍ୟରେ ଥିଲେ,ପୁରୀ ଗଜପତି ଙ୍କ ତରଫରୁ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ରାଜ ଗୁରୁ, ଶ୍ରୀମନ୍ଦିର ତରଫରୁ, ଶ୍ରୀମନ୍ଦିର ପୁରୋହିତ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ର ସଦସ୍ୟ Dr ସିଦ୍ଧଧେ ଶ୍ୱର ମହାପାତ୍ର, Prof ପ୍ରଭାତ ରଞ୍ଜନ ମହାପାତ୍ର, Dr ନାରାୟଣ ପତି, ପ୍ରାକ୍ତନ ପ୍ରାଧ୍ୟାପକ ବିଶ୍ୱଜିତ ଦାସ, ଅଧ୍ୟାପକ ସୁଶାନ୍ତ ନାୟକ, କଣ୍ଠପୁର ଗ୍ରାମତରଫରୁ ଶ୍ରୀଯୁକ୍ତ ଘନଶ୍ୟାମ ଦଳାଇ, କାଶୀ ଜଗନ୍ନାଥ ପୁର ଗ୍ରାମରୁ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ମିଶ୍ର, ଭାଗବତ ପାଟଣାରୁ ଶ୍ରୀଯୁକ୍ତ କୈଳାଶ ମଲିକ, ରେବତୀ ରମଣ ଗ୍ରାମ ରୁ ରାଜେଶ ଭୋଇ, ସୁଦର୍ଶନ ଭୋଇ, ଖଦୀପଦା ଗ୍ରାମରୁ ଶ୍ରୀଯୁକ୍ତ ବ୍ରଜ କିଶୋର ମହାନ୍ତି, ରମେଶ କୁମାର ସାହୁ, ମଙ୍ଗଳା ଘାଟରୁ ହରିହର ସାହୁ ଓ ଶ୍ୟାମ ସୁନ୍ଦର ସାହୁ ଉପସ୍ଥିତ ଥିଲେ. ପ୍ରକାଶ ଥାଉ କି ଗତ ବର୍ଷ ତା ୧/୭/୨୦୨୪ ରିଖ କମିଟି ର ଅଧ୍ୟକ୍ଷ ଅଧ୍ୟାପକ ମହାନ୍ତି ସହର ଓ ଗ୍ରାମର ଏକ ଟିମ ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କୁ ଦାବିପତ୍ର ଦେବାପରେ ଶ୍ରୀମତୀ ପରିଡା ଜୁଲାଇ ୧୬ ତାରିଖରେ ପରିଦର୍ଶନ କରିବା ପରେ ଏକ Chief Er Arabinda jena ଙ୍କ ଅଧ୍ୟକ୍ଷତା ରେ ଏକ ବୈଷକୀୟ କମିଟି ଗଢ଼ାଯାଇଥିଲା. Er ବିକ୍ରମ ରାଉତ (ସେ, WATCO) ତାଙ୍କର କାର୍ଯ୍ୟ କୁ ୨୦୨୬ ମାର୍ଚ୍ଚ ସୁଦ୍ଧା ସମାପ୍ତ କରିବା ପାଇଁ ଦୃଢ଼ ପ୍ରତିଶୃତି ଦେଇଛନ୍ତି.
ମଙ୍ଗଳା ନଦୀ ରେ ଚେକ୍ ଡିଆମ ଏକ ନିର୍ମାଣ ର ଫାଇନାଲ ପ୍ରସ୍ତାବ ଗ୍ରହଣ











