ଜଗତସିଂହପୁର , ତା- ୨୮.୧୧.୨୫ରିଖ ପବିତ୍ର ଓଢ଼ଣ ଷଷ୍ଠୀ ପର୍ବ ଓ ମହାପୁରୁଷ ଯଶୋବନ୍ତ ଦାସଙ୍କର ତିଥି-ଉତ୍ସବ ପାଳନ ଅବସରରେ ଆଧ୍ଯାତ୍ମିକ ଚେତନା ପରିଷଦ ଆନୁକୂଲ୍ୟରେ କଟକ ଅଢଙ୍ଗଗଡ ସ୍ଥିତ ଦିନିକିଆ ଶ୍ରୀକ୍ଷେତ୍ର ମହାପୁରୁଷ ଯଶୋବନ୍ତ ପୀଠ ପରିସରରେ

ଅନୁଷ୍ଠିତ ସାଧୁ ସମ୍ମିଳନୀରେ ଶୃଙ୍ଖଳିତ ମାନବ ସମାଜ ଗଠନର ଶ୍ରେଷ୍ଠ ବୈଭବ ଅମୃତମୟ ସନ୍ଥ ବାଣୀର ବାହକ “ଚେତନାଧର୍ମୀ ଆଧ୍ଯାତ୍ମିକ ପତ୍ରିକା ବିଭୁବୈଭବ” ସତ୍ୟପଥର ପଥିକମାନଙ୍କର ତଥା ସମଗ୍ର ବିଶ୍ବରେ ମାନବତାବାଦ ପ୍ରତିଷ୍ଠା ଆନ୍ଦୋଳନର ସ୍ରୋତରେ ସଂକୀର୍ଣ୍ଣତାର ତମସାରୁ ମୁକ୍ତ କରିବା ପାଇଁ ଆଲୋକବର୍ତ୍ତିକା ସଦୃଶ ବୋଲି ଶିଶୁ ସିଦ୍ଧ ସନ୍ଥ ଶ୍ରୀ ଧୁନ୍ଦରାମ ମହାରାଜ,ପ୍ରେମସାଗର ବାବା ଶ୍ରୀ ଅରକ୍ଷିତ ଦାସ,ବାବା ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ଦାସ,ପୂଜ୍ୟ ଯୋଗୀ ବାବା,ପୂଜ୍ୟ କୁନା ବାବା ପ୍ରମୁଖ ବରେଣ୍ଯ ସାଧୁସନ୍ଥ ଗଣ ମତବ୍ୟକ୍ତ କରିଥିଲେ। ଆଧ୍ଯାତ୍ମିକ ପରିକ୍ରମା ସଂଯୋଜକ ପ୍ରଭୁଦତ୍ତ ପ୍ରଧାନଙ୍କ ପରିଚାଳନାରେ ପ୍ରଥମେ ପୀଠାଧୀଶ ମହନ୍ତ ଶ୍ରୀଯୁକ୍ତ ପ୍ରଶାନ୍ତ ବଲ୍ଲଭ ଦାସ ଆଧ୍ଯାତ୍ମିକ ପତ୍ରିକା “ବିଭୁବୈଭବ”କୁ ପୂଜାର୍ଚ୍ଚନା କରିବା ପରେ ଟ୍ରଷ୍ଟି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ,ସମ୍ପାଦକ ଲୋକଶିକ୍ଷକ ଡ.ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ଯ,ଦୈନିକ ସମ୍ବାଦର ସାମ୍ବାଦିକ ଶ୍ରୀଯୁକ୍ତ ଅରୁଣ କୁମାର ଦାସ,ଭାଗବତ ପ୍ରଚାରକ ନବଘନ ପଣ୍ଡା,ସମାଜସେବୀ ଦିଗନ୍ତ କୁମାର ପଣ୍ଡା,ପ୍ରଶାନ୍ତ ପାଢୀ ମହାପୁରୁଷଙ୍କ ପଦାରବିନ୍ଦରେ “ବିଭୁବୈଭବ”କୁ ସମର୍ପଣ କରିଥିଲେ।ବିଭୁବୈଭବ ପରିବାରର ସଦସ୍ଯ ଶ୍ୟାମସୁନ୍ଦର ଷଡଙ୍ଗୀ ଏକ ମଙ୍ଗଳମୟ ଦିବ୍ୟ ଆଧ୍ଯାତ୍ମିକ କାର୍ଯ୍ୟକ୍ରମର ସଫଳତା ପାଇଁ ପୀଠର ଟ୍ରଷ୍ଟବୋର୍ଡ଼ର ସଦସ୍ଯ, ପୂଜକ,କୀର୍ତ୍ତନ ମଣ୍ଡଳୀ ଓ ଉପସ୍ଥିତ ସମସ୍ତ ବିଭୁ ପ୍ରେମୀ ସଜ୍ଜନ ମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ।











