Home / ମୁଖ୍ୟ ଖବର / ନୟାଗଡ଼ରେ ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ ନେଇ ସୂଚନା।

ନୟାଗଡ଼ରେ ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ ନେଇ ସୂଚନା।

untitled 1

ନୟାଗଡ଼,୨୯/୧୧ : ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ବୌଦ୍ଧ ଏବଂ ସଂସ୍କୃତି ଯଶସ୍ବୀ ଗବେଷକ ପ୍ରବୀର କୁମାର ପଟ୍ଟନାୟକ ଯୋଗ୍ୟ ବିବେଚିତ ହୋଇଛନ୍ତି ।

whatsapp image 2025 12 02 at 13.34.38 049287c6

ସେହିଭଳି ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସାରସ୍ଵତ ସାଧକ ଭାରତୀ ଭୂଷଣ ମିଶ୍ରଙ୍କୁ ‘ ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକଙ୍କୁ ‘ପଠାଣି ସାମନ୍ତ ସେବା ସମ୍ମାନ’, ପୂଜ୍ୟ ଗୁରୁଜୀ ଶ୍ରୀଧର ସାହୁଙ୍କୁ ‘ପଠାଣି ସାମନ୍ତ ଶିକ୍ଷାଜ୍ୟୋତି ସମ୍ମାନ’, ସଙ୍ଗୀତ ସାଧକ ଶିବନାରାୟଣ ପଟ୍ଟନାୟକଙ୍କୁ ‘ପଠାଣି ସାମନ୍ତ ସଙ୍ଗୀତ ପ୍ରତିଭା ସମ୍ମାନ’,କ୍ରୀଡ଼ାବିତ୍ ତଥା ଫୁଟବଲ ପ୍ରେମୀ ହଜରତ୍ ଅଲ୍ଲୀ ଖାଁଙ୍କୁ ‘ ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’, ସ୍ୱନାମଧନ୍ୟ ସଙ୍ଗଠକ ରାମେଶ୍ଵର ଶତପଥୀଙ୍କୁ ‘ ପଠାଣି ସାମନ୍ତ ଜନ ସଂଗଠକ ସମ୍ମାନ’, କଣ୍ଠଶିଳ୍ପୀ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କୁ ‘ପଠାଣି ସାମନ୍ତ ସ୍ଵରସୁଧା ସମ୍ମାନ’ ଏବଂ କବି ଡ. ନିର୍ମଳ ଚନ୍ଦ୍ର ଶୂରଦେଓଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯିବ। ବିଶ୍ଵ ବିଶ୍ରିତ ଜ୍ୟୋର୍ତିବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୧ ତମ ଜନ୍ମ ସ୍ମାରକୀ ପାଳନ ଅବସରରେ ପୁରୁଣାସହର ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ଯଦୁମଣି ମଣ୍ଡପ ଠାରେ ଚଳିତ ଡିସେମ୍ବର ମାସ ୧୩ ତାରିଖ (ଶନିବାର) ସନ୍ଧ୍ୟା ୬ଟା ସମୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସଙ୍ଗେ ସଙ୍ଗେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଭଜନ ଗାୟକ ଏବଂ ସ୍ଥାନୀୟ କଳାକାରମାନଙ୍କୁ ନେଇ ଏକ ଭଜନ ସମାରୋହର ଆୟୋଜନ କରାଯାଉଅଛି ବୋଲି ସଭାପତି ପ୍ରମୋଦ ପଟ୍ଟନାୟକ  ଜଣାଇଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply