ପୁରୀ :-୩୦/୧୨/୨୦୨୫ – ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆପଣଙ୍କ ସେବାରେ, ଭାନମୁହିଲ ଓ ଇଣ୍ଡିଆନ ହ୍ୟୁମାନ ରାଇଟ୍ସ ଏଡ଼ୁକେସନ, ଭୁବନେଶ୍ୱର ଆନୁକୂଲ୍ୟରେ ସ୍ଥାନୀୟ କଳାକବର ବସ୍ତିରେ ଛୋଟ ଶିଶୁ ମାନଙ୍କୁ ନେଇ ଗଠିତ ଆଚାର୍ଯ୍ୟ ହରିହର ଶିଶୁ ଅଧିକାର କ୍ଲବ ଦ୍ୱାରା ସାଂସ୍କୃତିକ ଓ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠାନ ର ସଂଯୋଜକ ସନ୍ଦୀପ କର୍ମକାର ଙ୍କ ଦ୍ୱାରା ସମ୍ପାଦିତ ହୋଇଯାଇଅଛି l

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଯୋଗ ଦେଇ ପାଠ ପଢ଼ା ସହ ପିଲାମାନଙ୍କର ବୌଦ୍ଧିକ ଓ ସାଂସ୍କୃତିକ ଉନ୍ନତି କିପରି ସମ୍ଭବ ହୋଇପାରିବ ସେଥିପ୍ରତି ଯତ୍ନ ନେବାପାଇଁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ମନୋଜ କୁମାର ତ୍ରିପାଠୀ ମହୋଦୟ ବାଲ୍ୟବିବାହ କିପରି ଏକ ଗୁରୁତର ଅପରାଧ ତା ଉପରେ ଆଲୋକପାତ କରିଥିଲେ l ସେହିପରି ଜିଲ୍ଲା ଶିଶୁ ସହାୟ ସଂଯୋଜକ ଶ୍ରୀ କୃଷ୍ଣ ଚନ୍ଦ୍ର ମିଶ୍ର ଶିଶୁ ସହାୟ ନମ୍ବର 1098 କିପରି ଫଳପ୍ରଦ ଓ ପିଲାମାନେ ଏହାର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ l ଆପଣଙ୍କ ସେବାରେ ଅନୁଷ୍ଠାନ ର ବରିଷ୍ଠ ମାର୍ଗଦର୍ଶକ ମନୋଜ ରଥ ମହୋଦୟ ପିଲାମାନଙ୍କୁ ସର୍ବଦା ସତ୍ୟ କହିବା ଓ ସତପଥରେ ଅଗ୍ରସର ହେବାପାଇଁ ପରାମର୍ଶ ଦେଇଥିଲେ l ଅନୁଷ୍ଠାନ ର ରାଜ୍ୟ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ବିଶ୍ୱାଳ ପିଲା ମାନଙ୍କୁ ଭବିଷ୍ୟତରେ ସୁନାଗରିକ ହେବା ପାଇଁ ବର୍ତମାନ ଠାରୁ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ l ଅନୁଷ୍ଠାନ ର ରାଜ୍ୟ ମୁଖପାତ୍ର ଜଗଦୀଶ ପ୍ରଧାନ ପିଲାମାନଂକର ଆଚରଣ ଉଚ୍ଚାରଣ ରେ ଶୁଦ୍ଧତା ଆଣିବା ସହ ପିତା ମାତା ତଥା ଗୁରୁଜନ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ l ଭାନ ମୋହିଲ ର ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଭିନ୍ନ ଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ ଓ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ଶିଶୁ ସଂଯୋଜକ ସନ୍ଦୀପ କର୍ମକାର ଓ ଅଂଚଳ ର ବ୍ୟକ୍ତିବିଶେଷ ପରିଚାଳନା କରିଥିଲେ l











