Home / ମୁଖ୍ୟ ଖବର / ସତର୍କତା ଓ ସଚେତନତା ହିଁ ଏଡସ୍ ସଂକ୍ରମଣ ରୋକିପାରେ

ସତର୍କତା ଓ ସଚେତନତା ହିଁ ଏଡସ୍ ସଂକ୍ରମଣ ରୋକିପାରେ

whatsapp image 2025 12 01 at 19.01.21 5bfa0025

ପୁରୀ: ୧/୧୨ ଏଡସ୍ ଏକ ଅଦେଖା ମାରାତ୍ମକ ବ୍ୟାଧି। ଥରେ ଦେହରେ ଲାଗିଲେ ମୃତ୍ୟୁ ନିଶ୍ଚୟ। ଏଣୁ ଏହା ଠାରୁ ଦୂରେଇ ରହି , ସତର୍କତା ଅବଲମ୍ବନ କଲେ ନିଜେ ସୁରକ୍ଷିତ ରହିବା ସହ ସମାଜକୁ ସଚେତନ କଲେ ସମାଜ ଏଡସ୍ ସଂକ୍ରମଣ ରୁ ବର୍ତ୍ତିଯିବ ବୋଲି କହିଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ଶରଧାବାଲି ଠାରେ ସମବେତ ରାଲିକୁ ପତାକା ହଲାଇ ଉଦଘାଟନ କରିବା ସହ ଉଦବୋଧନ ଦେଇ ଶ୍ରୀ ବେହେରା, ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ କ୍ଷେତ୍ର ପୁରୀକୁ ଏଡ଼ସ କବଳରୁ ବଞ୍ଚାଇ ରଖିବାକୁ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଅକ୍ଷୟ କୁମାର ଶତପଥୀ,ଏଡସ୍ ନିୟନ୍ତ୍ରଣ କମିଟି ସଦସ୍ୟ ସମାଜସେବୀ ଡକ୍ଟର ବଦ୍ରି ମିଶ୍ର, ଜିଲ୍ଲା ଏଡସ୍ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ଲଲାଟେନ୍ଦୁ ମିଶ୍ର, ଡାକ୍ତର ଶ୍ରୀକାନ୍ତ ପଣ୍ଡା, ଡାକ୍ତର ସୁଦର୍ଶନ ପୋଥାଳଙ୍କ ସମେତ ସରକାରୀ ଏଏନମ୍ ତାଲିମ କେନ୍ଦ୍ର, ପ୍ରିୟଙ୍କାଦେବୀ ସ୍କୁଲ ଅଫ ନର୍ସିଂ, ଆଇଏମଟି ଫାର୍ମାସୀ କଲେଜ୍, ଶୈଳବାଳା ସ୍କୁଲ ଅଫ୍ ନର୍ସିଂ, ପେନକୋଡ,ହୋପ୍ ଫାଉଣ୍ଡେସନ ର ଛାତ୍ର ଛାତ୍ରୀଙ୍କ ସମେତ ଅନେକ ଟ୍ରାନସଞ୍ଜେଡର ଯୋଗଦାନ କରିଥିଲେ। ପରେପରେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ଓ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲ ର ମିଳିତ ଆନୁକୁଲ୍ୟ ତଥା ଗୋଷ୍ଠୀ ଭେଷଜ ବିଜ୍ଞାନ ବିଭାଗ ସହଯୋଗ ରେ ଡିନ୍ ସବିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୀତଗୋବିନ୍ଦ ସମ୍ମିଳନୀ କକ୍ଷରେ ଜାତୀୟ ବିଶ୍ଵ ଦିବସ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଏଥିରେ ଡାକ୍ତର ଲଲାଟେନ୍ଦୁ ମିଶ୍ର,ଡାକ୍ତର ଶ୍ରୀକାନ୍ତ ପଣ୍ଡା, ଡକ୍ଟର ବଦ୍ରି ମିଶ୍ର , ଡକ୍ଟର ସଂଗୀତା ଦାସ୍ ଓ ଡାକ୍ତର ସନତ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଚର୍ଯ୍ୟା, ରୁଚିକର ଯୌନ ଜୀବନ ଆଧାରିତ ସୂଚନା ଦେବା ସହ ଜଙ୍କ୍ ଓ ଫାଷ୍ଟ ଫୁଡ୍ ଠାରୁ ଦୂରରେ ରହି ପୃଷ୍ଟିକର ଖାଦ୍ୟ ଗ୍ରହଣ ଉପରେ ମତ ଉପସ୍ଥାପନ କରିଥିଲେ। ଜିଲ୍ଲା ଏଡସ୍ ପର୍ଯ୍ୟବେକ୍ଷକ ଦୁଃଖିଶ୍ୟାମ ପଟ୍ଟନାୟକ ଉଭୟ ରାଲି ଓ ଆଲୋଚନା ଚକ୍ର ପରିଚାଳନା କରିଥିଲେ। ଶେଷରେ ସତର୍କତା, ସଚେତନତା ଓ ତୁରନ୍ତ ଚିକିତ୍ସା ହିଁ ପୁରୀ ଜିଲ୍ଲାକୁ ଏଡସ୍ ମୁକ୍ତ କରିବା ବୋଲି ସମୂହ ସଂକଳ୍ପ ପାଠ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply