ପୁରୀ:୩୦/୧୨/୨୦୨୫ – ଆଠ ସାହି ଆଖଡାର ମୁଖିଆ ସାମିଲ ହେଲେ ପୁରୀ ବାସୀଙ୍କ ସ୍ଵତନ୍ତ୍ର ଶ୍ରୀ ଜଗନ୍ନାଥ ଦର୍ଶନ ଅଭିଯାନରେ । ଗୋଟିଏ ସ୍ଵରରେ ଆଠ ସାହି ଆଖଡା ସମନ୍ୱୟ ସମିତି ପକ୍ଷରୁ ଦାବି ଉଠିଲା ପୁରୀ ବାସୀଙ୍କ ସୁବିଧାରେ ଶ୍ରୀ ଜଗନ୍ନାଥ ଦର୍ଶନ ଏବଂ ଯାଗା ଆଖଡା ର ସଭାପତି ସମ୍ପାଦକ ଏକ ସ୍ଵରରେ ଆହ୍ବାନ ଦେଲେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରଜ ହଜାର ହଜାର ପୁରୀ ବାସୀ ଏକାଠି ହେବା ଏବଂ ପ୍ରତିବାଦ ର ସ୍ୱର ଉଠେଇବା। ପୁରୀ ବାସୀଙ୍କ ସ୍ଵତନ୍ତ୍ର ଶ୍ରୀମନ୍ଦିର ପ୍ରବେଶ ଯୋଜନା ତରଫରୁ ୭ ତାରିଖ ରେ ଶୋଭାଯାତ୍ରା ପାଇଁ ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହେଲା। ପ୍ରକ୍ରିୟା ର ପ୍ରଥମ ଚରଣ ରେ 28 ଟି ସାମାଜିକ ଅନୁଷ୍ଠାନ ଏକତ୍ରୀତ ହୋଇ social media ରେ ସଚେତନତା ସ୍ରୁଷ୍ଟି କରିବେ।

ଆଗାମୀ ୨ ତାରିଖ ଠାରୁ street corner meeting ଏବଂ ଆଠ ସାହି ବସ୍ତି ଗଳି କନ୍ଦି ରେ ସଚେତନତା ସ୍ରୁଷ୍ଟି କରା ହେବ ଦସ୍ତଖତ ଅଭିଯାନ ଆରମ୍ଭ ହେବ ଏବଂ ଏ ସଂକ୍ରାନ୍ତରେ. ସନ୍ଧ୍ୟା ସମୟରେ ଆଠ ସାହି ଆଖଡା ମେଳି ହୋଇ ଏକ ସ୍ଵରରେ ଦାବି ଉଠାଇଲେ ଶ୍ରୀ ଜଗନ୍ନାଥ ଦର୍ଶନ ପୁରୀ ବାସୀଙ୍କ ମୌଳିକ ଅଧିକାର। ପ୍ରତିଦିନ ଜଗନ୍ନାଥଙ୍କୁ ଦର୍ଶନ କରି ନିଜର ଦୈନଦିନ ଜୀବନ ଆରମ୍ଭ କରିଥାନ୍ତି ପୁରୀ ବାସୀ। ଘର ପ୍ରତିଷ୍ଠା, ବ୍ରତୋପନୟନ, ବିହାହ,. ନିର୍ବନ୍ଧ ଏବଂ ଅନେକ ପୂଜାର୍ଚନା କାର୍ଯ୍ୟରେ ମହାପ୍ରସାଦ ପାଇଁ ଯାଇଥାନ୍ତି ପୁରୀ ବାସୀ ଏବେ ଏପରି ପରିସ୍ଥିତି ସ୍ରୁଷ୍ଟି ହୋଇଛି ମାଳ ମାହାର୍ଦ୍ଦ ପାଇଁ ମଧ୍ୟ ଯିବା ସମ୍ଭବ ହେଉନାହିଁ। ଯାହାର ପରିଣତି ୧୦୦ ଟଙ୍କା ର ମହାପ୍ରସାଦ ବାହାରେ ରହି କିଣିବା ଫଳରେ ତାର ଦର ଅହେତୁକ ମୂଲ୍ୟ ବୃଦ୍ଧି ପାଉଛି। ସାହି ଆଖଡା ର ସମନ୍ଵୟ ସମିତି ର ସଭାପତି ରବିନାରାୟଣ ସେନାପତି, ସମ୍ପାଦକ ନରେନ୍ଦ୍ର ମହାନ୍ତି, ପଥର ଆଖଡା ର ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବିଶ୍ୱଜିତ୍ ସେନାପତି, ଗଉଡବାଡ଼ ସାହି ଆଖଡାର ସମ୍ପାଦକ ରଘୁନାଥ ଖୁଣ୍ଟିଆ, ମାଟି ମଣ୍ଡପ ସାହି ଆଖଡା ର ଉପସଭାପତି ଗଣେଶ ମହାସୁଆର, ପାଣ୍ଡ ଯାଗା ର ସମ୍ପାଦକ ତ୍ରିଲୋଚନ ପ୍ରଧାନ, ଗଦାସାଆଣ ଯାଗାର ସଭାପତି ସୁବାଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୭ ତାରିଖ ଦିନ ଅପରାହ୍ନ ୪ଟା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପୁରୀ ବାସୀ ମାନେ ପହଁଞ୍ଚିବା ପାଇଁ ମଞ୍ଚ ତରଫରୁ ନିବେଦନ କରାଯାଇଛି।।











