Home / ମୁଖ୍ୟ ଖବର / ସାଖା ସହାୟ ଓ ସାହିଭାଇ ସଂଗଠନର ପ୍ରୟାସ

ସାଖା ସହାୟ ଓ ସାହିଭାଇ ସଂଗଠନର ପ୍ରୟାସ

whatsapp image 2025 11 30 at 17.05.00 d02e24af

ପୁରୀ: ୩୦/୧୨/୨୦୨୫ – ଜିଲ୍ଲା ଚିକିତ୍ସାଳୟରେ ରକ୍ତାଭାବକୁ ଦୃଷ୍ଟିରେ ରଖି ସଖା ସହାୟ ଓ ସାହିଭାଇ ସଂଗଠନର ଯୁଗ୍ମ ପ୍ରଚେଷ୍ଟାରେ ରାଣୀ ସତୀଭବନ, ବଡଶଙ୍ଖ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଗଲା।

ଶିବିରରେ ମୋଟ ୪୦ ଇଉନିଟ ରକ୍ତ ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ସ୍ୱଇଛାପୂର୍ବକ ଦାନ କଲେ। ଏହି ଶିବିରକୁ ପୁରୀ ବ୍ଲଡ୍‌ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ସଫଳ କରିଥିଲେ।

ଶିବିରର ଉଦ୍‌ଘାଟନ ସଖା ସହାୟର ଅଧ୍ୟକ୍ଷ ଶ୍ରୀ ଦିବାକର ହାତି ଓ ସହିଭାଇ ସଂଗଠନର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ବ୍ରଜବନ୍ଧୁ ମହାରଣା କରିଥିଲେ। ପୁରୀ ମେଡିକାଲ ବ୍ଲଡ୍ ବ୍ୟାଙ୍କର ଅଧିକାରୀ ଶିବିରକୁ ପରିଦର୍ଶନ କରି ସଂଗଠନମାନଙ୍କ ଏହି ପ୍ରୟାସକୁ ସ୍ବାଗତ କରିଥିଲେ ।

ଶିବିର ଶେଷରେ ସହିଭାଇ ସଂଗଠନର ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ମିଶ୍ର ସମସ୍ତ ରକ୍ତଦାତା, ସେବାଦାତା, ବ୍ଲଡ୍ ବ୍ୟାଙ୍କ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply