Home / ମୁଖ୍ୟ ଖବର / ଜିଲ୍ଲା ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା ୨୦୨୫ ଉଦଯାପିତ : କାକଟପୁର ବ୍ଲକ ଚମ୍ପିୟାନ

ଜିଲ୍ଲା ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା ୨୦୨୫ ଉଦଯାପିତ : କାକଟପୁର ବ୍ଲକ ଚମ୍ପିୟାନ

whatsapp image 2025 12 01 at 18.42.14 b056576b

କାକଟପୁର ତା ୧/୧୨ : ତୁଷାର ଦୀକ୍ଷିତ- ପୁରୀ ଜିଲ୍ଲା ସ୍କୁଲ ଠାରେ ଜିଲ୍ଲା ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ବାଳକ ବିଭାଗର କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ମହେନ୍ଦ୍ର ବିଶ୍ୱାଳ ଯୋଗଦେଇଥିବାବେଳେ ଉକ୍ତ ଫାଇନାଲ ମ୍ୟାଚ କାକଟପୁର ବ୍ଲକ ଏବଂ କୃଷ୍ଣପ୍ରସାଦ ବ୍ଲକ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ୧୧ ଗୋଟି ବ୍ଲରୁ ୧୭୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କୃଷ୍ଣପ୍ରସାଦ ବ୍ଲକ କୁ ହରାଇ କାକଟପୁର ବ୍ଲକ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା l

whatsapp image 2025 12 01 at 18.42.14 1445a3e5

ସୂଚନାନୁସାରେ ଏହି ପ୍ରତିଯୋଗିତାରୁ ଚୟନ ହୋଇଥିବା ଖେଳାଳିମାନେ ଜଗତସିଂହପୁରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତାକୁ କାକଟପୁର ବ୍ଲକ କ୍ରୀଡା ସମ୍ପାଦକ ଓମ ପ୍ରକାଶ ସେଠୀ,ମୁଖ୍ୟ ପ୍ରଶିକ୍ଷକ ସୁରଜ ସ୍ୱାଇଁ,ରାଜ କିଶୋର ନାୟକ, ସୁଧାଂଶୁ ମୋହନ ବିଶ୍ୱାଳ, ମାନସ କୁମାର ବିଶ୍ୱାଳ, ଦୁଷ୍ମନ୍ତ ବିଶ୍ୱାଳ,ଗୀତାଂଶୁ ସ୍ୱାଇଁ,ଜ୍ଞାନ ରଞ୍ଜନ ମିଶ୍ର,ସନତ ପ୍ରଧାନ ପ୍ରମୁଖ ଶିକ୍ଷକ ମାନେ କ୍ରୀଡ଼ାବିତ ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବା ସହିତ ଉତ୍ସାହିତ କରିଥିଲେ l ଏହି ପ୍ରତିଯୋଗିତାରେ କାକଟପୁର ବ୍ଲକ ପକ୍ଷରୁ ଅଧିନାୟକ ରୋନକ ବରାଳ,(ଲାଲା) ପ୍ରଭଞ୍ଜନ ସିଂ ଉଚ୍ଚକୋଟିର ମ୍ୟାଚ ଖେଳି ବ୍ଲକ ପାଇଁ ଗୌରବ ଆଣିଥିଲେ l ଶେଷରେ ସମସ୍ତ ଶିକ୍ଷକ ଏବଂ କ୍ରୀଡ଼ାବିତ ମାନେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ପରେ କାକଟପୁର ବ୍ଲକ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନନ୍ଦଙ୍କୁ ବିଜୟ ଟ୍ରଫି ପ୍ରଦାନ କରିଥିଲେ l ଏହି ଅବସରରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ପ୍ରମୁଖ କ୍ରୀଡ଼ା ବିତ ମାନଙ୍କୁ ପ୍ରଶଂସା କରିବାସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥି

SPREAD YOUR LOVE WITH YOUR FRIENDS AND FAMILY

Leave a Reply