Home / ଶିକ୍ଷା / ଅଲିଭ ରିଡ଼ଲେ କଇଁଚଙ୍କ ଅଣ୍ଡାଦାନ ଓ ପ୍ରଜନନ ପାଇଁ ପ୍ରଶିକ୍ଷଣ ଶିବିର ।

ଅଲିଭ ରିଡ଼ଲେ କଇଁଚଙ୍କ ଅଣ୍ଡାଦାନ ଓ ପ୍ରଜନନ ପାଇଁ ପ୍ରଶିକ୍ଷଣ ଶିବିର ।

whatsapp image 2023 12 27 at 18.59.23 56a3a7f4

କାକଟପୁର (ତୁଷାର ଦୀକ୍ଷିତ ) ତା ୨୬/୧୨,,ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବୁଧବାର ଦିନ ପିର ଜାହାନିଆଁ ନିକଟ ଫରେଷ୍ଟ ଅଫିସ ପରିସରରେ ଅଲିଭ ରିଡେଲ କଇଁଚ ଙ୍କ ସୁରକ୍ଷିତ ଅଣ୍ଡାଦାନ ଓ ପ୍ରଜନନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି । ଏହି ଶିବିରକୁ ଅସ୍ତରଙ୍ଗ ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ । ଏହି ଶିବିରରେ ବନ ବିଭାଗ କର୍ମଚାରୀ,ମତ୍ସ୍ୟଜୀବି,ଆଦି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ସୋଭାକର ବେହେରା , ବିଚିତ୍ରାନନ୍ଦ ବିଶ୍ଵାଳ, ,ଫରେଷ୍ଟର ବଳରାମ ସାହୁ,ସବିର ସାହୁ,ବିରଜା ମହାପାତ୍ର, ଆକାଶ ରଥ, ସୌମ୍ୟ ରଞ୍ଜନ ବିଶ୍ଵାଳ,ଆଦି ଅଲିଭ ରିଡଲ କଇଁଚ ଙ୍କ ସୁରକ୍ଷା,ଅଣ୍ଡାଦାନ ଉପରେ ଗୁରୁତ୍ୱରୋପ କରିବା ସହ,ଅଲିଭ ରିଡଲେ କଇଁଚ ସବୁଠାରୁ ଛୋଟ କଇଁଚ ହେବା ସହ,ତାଙ୍କର ପୃଥିବୀରେ ଆଠଟି ଅଣ୍ଡାଦିଆ ସ୍ଥଳୀ ରହି ଥିବା ବେଳେ,ଓଡ଼ିଶାରେ ତାହା ତିନିଗୋଟି ଅଣ୍ଡାଦିଆ ସ୍ଥାନ ଯଥା,କେନ୍ଦ୍ରାପଡ଼ା ର ଗହିର ମଥା,ଅସ୍ତରଙ୍ଗ ଦେବୀ ନଦୀ , ଗଞ୍ଜାମ ର ଋଷିକୂଲ୍ୟା ରେ ରହି ଅଛି ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଆହୁରି ମଧ୍ୟ ଅଲିଭ ରିଡେଲ ଙ୍କ ଅଣ୍ଡାଦାନ ସୂର୍ଜଦୟୋ ପୂର୍ବରୁ ସମାପ୍ତ ହେବା ସହ,ନିର୍ଜନ ସ୍ଥାନ ରେ ଅଣ୍ଡା ଦେବା,ଅଣ୍ଡା ଦେବାର ୪୫ରୁ୬୦ଦିନ ଭିତରେ ଛୁଆ ଫୁଟିବା ଓ ଯେଉଁ ସ୍ଥାନରେ ଅଣ୍ଡା ଦେବେ ତା ପରେ ସେହି ଅଣ୍ଡା ତଥା ଫୁଟିଥିବା ଛୁଆ କୁ ସେହି ସ୍ଥାନରେ ସମୁଦ୍ର କୁ ନ ଛାଡ଼ି ଛୁଆକୁ ନେଇ,ଅନ୍ୟ ସ୍ଥାନରେ ସୁରକ୍ଷିତ ଭାବେ ଛାଡ଼ିବା ନେଇ ଶିବିର ରେ ମତ ପ୍ରକାଶ ପାଇଥିଲା । ପିର ଜାହାହିଆଁ ବେଳାଭୂମି ନିକଟରେ ଥିବା ଅଲିଭ ରିଡେଲ କାଇଁଚ ଅଣ୍ଡା ରୁ ଛୁଆ ଫୁଟିବା ପାଇଁ ସୁରକ୍ଷିତ ଭାବେ ରଖା କରା ଯାଇଥିବା ଅସ୍ଥାୟୀ ହାଚେରୀ କୁ ଶିବିରାର୍ଥି ମାନେ ପରିଦର୍ଶନ କରି କିପରି ଅଣ୍ଡା ରଖାଯିବା ସହ,କେତେ ଦୂରତା ବ୍ୟବଧାନ ରେ ରଖାଯିବ ସେ ବିଷୟ ରେ ଆଲୋଚନା କରିଥିବାର ଦେଖା ଯାଇ ଥିଲା । ଦିଲୀପ ନାୟକ,ଭାବଗ୍ରାହୀ ସେଠୀ,ଶୁକଦେବ ମହାନ୍ତି,ଆଦି ଅନୁଷ୍ଠିତ ଏହି ଶିବିର ପରି ଚାଳନାରେ ସହଯୋଗ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply