ନୟାଗଡ଼,ତା-୧.୧୨.୨୫ରିଖଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ।ଡିସେମ୍ବର ୧ ତାରିଖକୁ ବିଶ୍ଵ ଏଡ଼ସ୍ ଦିବସ ସାରା ବିଶ୍ବ ପାଳନ କରୁଅଛି । ଏହି ଉପଲକ୍ଷେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ତରଫରୁ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଅଛି।

ସମ୍ମାନନୀୟ ଜିଲ୍ଲାପାଳ, ନୟାଗଡ଼ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ କାର୍ଯ୍ୟସୁଚୀ ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ଵା ବଧାନରେ ସକାଳ ୮.୩୦ ମିନିଟ ସମୟରେ ଶ୍ରୀଯୁକ୍ତ ରାଜେଶ କେଶରୀ ସ୍ୱାଇଁ, ତହସିଲଦାର ନୟାଗଡ଼ ପତାକା ଦେଖାଇ ଏକ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରାରେ ଡଃ ନୌଷଦ ଅଲି ଖାଁ ,ଡ଼ଃ ଶରତ କୁମାର ଦାସ ,ଡ଼ଃ ପ୍ରଫୁଲ୍ଲ ପ୍ରସନ୍ନ ପ୍ରସାଦ ସାହୁ, ଶ୍ରୀ ଅଶୋକ କୁମାର ସାହୁ ,କଳ୍ପନା ନାୟକ ଦେବାଶିଷ ସିଂ ଏବଂ ଜିଲ୍ଲା ଏଡ଼ସ୍ ସେଲର ସମସ୍ତ କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ପଦଯାତ୍ରା ଜିଲ୍ଲା ଚିକିତ୍ସାଳୟ ଠାରୁ ବାହାରି ନୟାଗଡ଼ ବଜାର ଦେଇ ଜିଲ୍ଲାପାଳଙ୍କ ଅଫିସ ଦେଇ ଟ୍ରାଫିକ ଛକ ପର୍ଯ୍ୟନ୍ତ ଆସିଥିଲା । ଏଠାରେ ଅଗ୍ରଦୂତ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ କ୍ଷୁଦ୍ର ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା।ପରେ ପଦଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲା । ୧୦.୩୦ ମିନିଟ୍ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ପୁଷ୍ପା ନିଳୀମା ଲାକ୍ରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ମୂଖ୍ୟ ଅତିଥି ବିଜୟାନନ୍ଦ ନାୟକ (ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ ), ସମ୍ମାନିତ ଅତିଥି ଭାବେ ସୁବାସ ଚନ୍ଦ୍ର ପଣ୍ଡା (ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ),ଡା. ନୌଷଦ ଅଲ୍ଲୀ ଖାଁ , ଡ଼ା. ଶରତ କୁମାର ଦାସଏବଂ ନିମନ୍ତ୍ରିତ ହୋଇଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହିତ ଜିଲ୍ଲା ମୁଖ୍ୟାଳୟର କର୍ମଚାରୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।ଉକ୍ତ ସଭାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଅଶୋକ କୁମାର ସାହୁ ପରିଚାଳନା କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ୱାରା ଏଚ୍ଆଇଭି ଓ ଏଡ଼ସର ଭୟାବହତା ଏବଂ ଆମ ଦେଶରୁ କିପରି ଏଚ୍ଆଇଭି ଓ ଏଡ଼ସ୍ ଦୂରେଇ ଦେବା ସହିତ ଏକ ସୁସ୍ଥ ସମାଜ ପ୍ରତିଷ୍ଠା ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ବୈଠକ ଶେଷରେ ଅଶୋକ କୁମାର ସାହୁ ଧନ୍ୟବାଦ୍ ଅର୍ପଣ ଦେବା ପରେ ସଭା ସାଙ୍ଗ କରାଯାଇଥିଲା ।











