Home / ମୁଖ୍ୟ ଖବର / କଳା ଛାତ୍ର ଛାତ୍ରୀ ମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ 

କଳା ଛାତ୍ର ଛାତ୍ରୀ ମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ 

whatsapp image 2025 12 06 at 19.57.58 b60a36b0

ପୁରୀ :୬/୧୨/୨୦୨୫ – ଗୋରୁଆଳ ସ୍ଥିତ ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ପରିସର ରେ ନବାଗତ ପ୍ରଥମ ବର୍ଷ ର କଳା ଛାତ୍ର ଛାତ୍ରୀ ମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଅଛି। ଏଥିରେ 25 ଜଣ କଳା ଛାତ୍ର ଛାତ୍ରୀ ଙ୍କୁ ମହାବିଦ୍ୟାଳୟ ତରଫରୁ ପାଠ୍ୟ ଉପକରଣ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ବାଗତ କରାଯାଇଥିଲା

whatsapp image 2025 12 06 at 19.57.57 59243a15

ମୁଖ୍ୟ ଅତିଥି ରୂପେ ମାନ୍ୟବର ଶୁଭାଶିଷ ଖୁଣ୍ଟିଆ  ସାଂସଦ , ,ଅତିଥି ରୂପେ ସ୍ଥାନୀୟ ଶ୍ରୀ.ଜିତେନ୍ଦ୍ର କୁମାର ବେହେରା ( ସମିତି ସଭ୍ୟ)ଗୋରୁଆଳ,ପୁରୀ ଯୋଗଦେଇଥିଲେ ।ଏଥିରେ ଗୌରହରି ପ୍ରଧାନ ପୂର୍ବତନ ନଗରପାଳ,ବିଜୟ ପଣ୍ଡା, ଅର୍ଣ୍ଣପୂର୍ଣା ଦେବୀ ବରିଷ୍ଠ ଚିତ୍ରଶିଳ୍ପୀ ନୃସିଂହ ନାୟକ,ସପନ  ଉପାଧ୍ୟାୟ । ଗ୍ରାମ କମିଟି ର ସଭାପତି ରାମଚନ୍ଦ୍ର ପ୍ରଧାନ,ବଟକୃଷ୍ଣ ଖଟେଇ,ଦେବେନ୍ଦ୍ର ବିଶ୍ଵାଳ, ସମ୍ପାଦକ ଲକ୍ଷ୍ମୀଧର ପ୍ରଧାନ, ଡ଼lକୁ ସ୍ୱାଇଁ ଉପସ୍ଥିତ ଥିଲେ ଓ ମହାବିଦ୍ୟାଳୟର  ଅଧ୍ୟାପକ ଜଗବନ୍ଧୁ ଦାଶ ,ବଟକୃଷ୍ଣ ପ୍ରଧାନ ,ଉଦ୍ଧବ ନାୟକ, ଅନନ୍ତ ପ୍ରଧାନ ଓ ଅଧ୍ୟାପିକା ତୃପ୍ତିରେଖା ମିଶ୍ର, ଶୁଭସ୍ମିତା କର ଉପସ୍ଥିତ ଥିଲେ । ମହାବିଦ୍ୟାୟାଳୟର ଅଧ୍ୟକ୍ଷ ଡକ୍ଟର ଦୁର୍ଗା ମାଧବ କର ଅତିଥି ପରିଚୟ ପ୍ରଦାନ କରିଥିଲେ। ମାନ୍ୟବର ସାଂସଦ  ପିଲାମାନଙ୍କୁ ଆଶ୍ରିବଚନ ପ୍ରଦାନ ପୂର୍ବକ ଚିତ୍ରକଳା ପ୍ରଦର୍ଶନୀ କୁ ଉଦ୍ଘାଟନ କରି ଚାରୁ କଳା ପରିସର ବୁଲି ଦେଖିଥିଲେ।ଏହା ପରେ  ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହାକୁ ସାଂସ୍କୃତିକ ସଂପାଦକ ଶ୍ୟାମ ପ୍ରକାଶ ସେନାପତି ପରିଚାଳନା କରିଥିଲେ । ପରିଶେଷ ରେ    ଶୁଭସ୍ମିତl କର ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply