Home / ମୁଖ୍ୟ ଖବର / ପିପିଲି ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ପରିଷରରେ ୨ ଦିନିଆ ସପ୍ତଦଶତମ ବାର୍ଷିକ ଉତ୍ସବ

ପିପିଲି ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ପରିଷରରେ ୨ ଦିନିଆ ସପ୍ତଦଶତମ ବାର୍ଷିକ ଉତ୍ସବ

img 20251206 180148

ପିପିଲି: ୬/୧୨/୨୦୨୫ – ପୁରୀ ଜିଲ୍ଲା ପିପିଲି ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ପରିଷରରେ ପାଳିତ ହେଉଛି ୨ ଦିନିଆ ସପ୍ତଦଶତମ ବାର୍ଷିକ ଉତ୍ସବ ୨୦୨୫। ପରିଚଳନା ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଏବଂ ବିଦ୍ୟାଳୟର ଅଧକ୍ଷ୍ୟା ଶ୍ରୀମତୀ ସିମିତା ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଟିତ, ଏହି ଉତ୍ସବରେ, ୧ ମ ସନ୍ଧ୍ୟାରେ ମୁଖ୍ୟବକ୍ତା ଭାବେ, ଗୋବେଲ ଅଲମ୍ପିଆଡ ଫାଉଣ୍ଡେସନ ଲିମିଟେଡ ର ଓଡ଼ିଶା ପ୍ରମୁଖ ଶ୍ରୀଯୁକ୍ତ ଦେବବ୍ରତ ମିଶ୍ର, ଏବଂ ମୁଖ୍ୟ ଅତିଥି ଭାବେ ପିପିଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୀତବାସ ସେଠୀ, ସୋମନାଥ ଦେବ ମହିଳା ଡିଗ୍ରୀ କଲେଜ୍, ଜଟଣି ର ଅଧକ୍ଷ୍ୟା ଡ଼ା: ସୁକାନ୍ତି ମହାପାତ୍ର, ଶିକ୍ଷାବିଦ୍ ଅଙ୍କିତା ଶର୍ମା ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ।

img 20251206 192458

ଶ୍ରୀଯୁକ୍ତ ଦେବବ୍ରତ ମିଶ୍ର ଏବଂ ଡ଼ା: ସୁକାନ୍ତି ମହାପାତ୍ର ଛାତ୍ର ଛାତ୍ରୀ ତଥା ଅଭିବାବକ ମାନଙ୍କୁ ଅନେକ ଶିକ୍ଷଣୀୟ ତତ୍ଵ ଗଳ୍ପ ମାଧ୍ୟମରେ ପରିବେଷଣ କରିଥିଲେ। ଏହା ବ୍ୟତୀତ, ଏହି ଉତ୍ସବରେ ବିଦ୍ୟାଳୟର ବାର୍ଷିକ ବିଜ୍ଞାନମେଳା, କ୍ରୀଡା ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା। ଏବଂ ସ୍କୁଲ ର କୁନି କୁନି ପିଲାଙ୍କ ପ୍ରତି ଗଭୀର ଆତ୍ମୀୟତା, ଓ ନିଷ୍ଠାବାନ ଶିକ୍ଷିକା ହିସାବରେ ଏଲୋରା ମହାନ୍ତିଙ୍କୁ, ଏବଂ ଶ୍ରୀମତୀ ଆଭାରାଣୀ ପାଣ୍ଡାଙ୍କୁ ତାଙ୍କ ସତ୍ୟନିଷ୍ଠା, ଦାୟିତ୍ୱବୋଧ, ନେତୃତ୍ୱଗୁଣ, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ଏବଂ ବିଦ୍ୟାଳୟ ପ୍ରତି ତାଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥଲା।

ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ସ୍କୁଲ ର ବାର୍ଷିକ ପତ୍ରିକା “Exotica” ଉନ୍ମୋଚନ କରାଯାଇଥିଲା । ପରେ ପରେ ଅଧକ୍ଷ୍ୟା ଶ୍ରୀମତୀ ସିମିତା ତ୍ରିପାଠୀ ଅତିଥିମାନଙ୍କୁ ସ୍ମାରକ ଦେଇ ସମ୍ମାନିତ କରିଥିଲେ । ତାପରେ ଆରମ୍ଭ ହୋଇଥିଲା କୁନି କୁନି ଛାତ୍ର ଛାତ୍ରୀଙ୍କ ନୃତ୍ୟଗୀତାଦି ର ପର୍ବ । ଯେଉଁଥିରେ କୁନି କୁନି ପିଲାମାନେ ନିଜର ନୃତ୍ୟ କଳା ପ୍ରଦର୍ଶନ କରି ନିଜେ ଝୁମିଥିଲେ ଓ ଦର୍ଶକଙ୍କୁ ଝୁମାଇଥିଲେ।

ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର ଆକର୍ଷଣୀୟ ନୃତ୍ୟ ପରିବେଷଣ ଉଚ୍ଚକୋଟୀର ଥିବା ସହିତ ଏହି କାର୍ଯ୍ୟକ୍ରମକୁ ଅତିଥି , ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଆନନ୍ଦର ସହ ଉପଭୋଗ କରିବା ସହ ଅନେକ ପ୍ରସଂଶା କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply