Home / ସାମାଜିକ / ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧlଞ୍ଜଳି ଶୋଭାଯାତ୍ରା 

ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧlଞ୍ଜଳି ଶୋଭାଯାତ୍ରା 

sradhanjali

ପୁରୀ :-୨୫/୦୪/୨୦୨୫ – ନି:ପ୍ର- ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆପଣଙ୍କ ସେବାରେ ” ତରଫରୁ ଗତ 22 ତାରିଖ ରେ ଜାମ୍ମୁ କାଶ୍ମୀର ର ପହଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ନିରୀହ ପର୍ଯ୍ୟଟକ ଙ୍କୁ ଯେଉଁ ଭଳି ଭାବରେ ସେମାନଙ୍କ ଧର୍ମ ପଚରାଯାଇ ନିର୍ମମ ଭାବେ ହତ୍ୟା କରାଗଲା ତାର ଏକ ପ୍ରତିବାଦ ଓ ଶ୍ରଦ୍ଧlଞ୍ଜଳି ଶୋଭାଯାତ୍ରା ଶ୍ରୀମନ୍ଦିର ସମ୍ମୁଖରେ ଅନୁଷ୍ଠାନ ର ରାଜ୍ୟ ସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର ଓ ରାଜ୍ୟ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ବିଶ୍ୱାଳ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି l ପ୍ରାରମ୍ଭରେ ୨ମିନିଟ ନିରବ ପ୍ରାର୍ଥନା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଦିବଂଗତ ପର୍ଯ୍ୟଟକ ମାନଙ୍କର ଅମର ଆତ୍ମା ର ବୀରଗତି ଓ ଆହତ ମାନଙ୍କ ର ଆସୁଆରୋଗ୍ୟ କାମନା ସହ ଅରୁଣ ସ୍ଥମ୍ଭ ସମ୍ମୁଖରେ ଦୀପ ଦାନ କରାଯାଇ ଥିଲା l ଅନୁଷ୍ଠାନ ର ସଦସ୍ୟା /ସଦସ୍ୟ ମାନଙ୍କ ଦ୍ୱାରା ଭାରତ ମାତା କି ଜୟ ନାରା ସହ ଆତଙ୍କବାଦ ବିରୋଧୀ ନାରା ଦିଆଯାଇ ଶ୍ରୀମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରା ବଡଦାଣ୍ଡ ଠାରୁ ଶ୍ରୀନହର ପର୍ଯ୍ୟନ୍ତ ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ବରିଷ୍ଠ ମାର୍ଗଦର୍ଶକ ଶ୍ରୀ ମନୋଜ ରଥ ରାଜ୍ୟ ଉପସଭାପତି ବିଜୟ କୃଷ୍ଣ ବ୍ରହ୍ମl, ମୁଖପାତ୍ର ଓ ଗଣମାଧ୍ୟମ ପ୍ରଭାରୀ ଜଗଦୀଶ ପ୍ରଧାନ, ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର,ଶ୍ୟାମସୁନ୍ଦର ମହାପାତ୍ର, ରଞ୍ଜେଷ ସାହୁ, ଦେବାନନ୍ଦ ମିଶ୍ର, ବିନୋଦ ସେନାପତି, ସେବା ସଚିବ ଦେବେନ୍ଦ୍ର ମହାରଣା,ମୀରା ରାଣୀ ଦେବୀ, ପୁଷ୍ପିତା ପଟ୍ଟନାୟକ,ମଞ୍ଜୁଶ୍ରୀ ଦାସ,ଅରୁନ୍ଧତୀ ଦାସ, ଶୁଚିସ୍ମିତା ଆଖୁଆ, ସିସେନ ପ୍ରତିହାରୀ, ଚନ୍ଦନ ବ୍ରହ୍ମl, କୃଷ୍ଣ ଚନ୍ଦ୍ର ମିଶ୍ର, ସୌମ୍ୟଶ୍ରୀ ଆଶୀର୍ବାଦମ,ଲଷ୍ମୀ ପ୍ରିୟା ସାହୁ, ଅନ୍ତର୍ଯ୍ୟାମୀ ପତ୍ରୀ, ଚିନ୍ମୟୀ କର ପ୍ରମୁଖ ଅନେକ ସଦସ୍ୟା /ସଦସ୍ୟ ଯୋଗ ଦାନ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY