ସାକ୍ଷୀଗୋପାଳ : ୬/୧୨:ନି:ପ୍ର : ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସ ବିଦ୍ୟାଧର ପଞ୍ଚାୟତର ପକ୍ଷୀମୁଣ୍ଡ ଗ୍ରାମର ଗଉଡ ସାହିରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି। ପକ୍ଷୀଟି ରାସ୍ତା ଉପରେ ବସିଥିବା ବେଳେ କିଛି ବୁଲା କୁକୁର ଶିକାର ଭାବି ଆକ୍ରମଣ କରିବାକୁ ଗୋଡ଼ାଇ ଥିଲେ। ଖବର ଜାଣିବା ପରେ ଗ୍ରାମର ସ୍ବେଚ୍ଛାସେବୀ ଯୁବକ ପ୍ରମୋଦ ବେହେରା ସମେତ ସାଥି ମାନେ ସେଠାରେ ପହଞ୍ଚି ପକ୍ଷୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ଖବର ପାଇ ବନବିଭାଗର ଗୋଟିଏ ଟିମ ଘଟଣା ସ୍ଥଳରେ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରିଛନ୍ତି। ପକ୍ଷୀଟି ପେଚା ପରି ଦେଖାଯାଉଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ତେବେ ବନବିଭାଗ ଅଧିକାରୀ ଏହାକୁ ହୁଁ ହାଁ ଚଢ଼େଇ ବୋଲି କହିଛନ୍ତି।
ସାକ୍ଷୀଗୋପାଳରେ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର











