ସତ୍ୟବାଦୀ, ତା୬/୧୨ ନିପ୍ର – ନୂତନଭାବେ ନିଯୁକ୍ତି ପାଇ ରାଜ୍ୟ ଏମ.ଡି.ଆର.ଏ.ଏଫ.ଏମ. ରେ ତାଲିମ୍ ନେଉଥିବା ୫୧ ଜଣ ସମୀକ୍ଷକଙ୍କ ସାକ୍ଷୀଗୋପାଳ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଏକ ଅଧ୍ୟୟନ ଓ କ୍ଷେତ୍ର ପରିଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଏମଡିଆରଏଏଫଏମ ର ଉପନିର୍ଦ୍ଧେଶକ ଚନ୍ଦନ ମଲ୍ଲୀକ ଓ ପୁରୀ ଜିଲ୍ଲା ଲୋକାଲ ଫଣ୍ଡ ଅଡିଟ କାର୍ଯ୍ୟାଳୟର ସହାୟକ ସମୀକ୍ଷI ଅଧିକାରୀ ବିଜୟ କୁମାର ପଟ୍ଟନାୟକ ଯୋଗଦେଇଥିଲେ I ଏହି ଅଧ୍ୟୟନ ପରିଦର୍ଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପମିତ୍ରା ପଟ୍ଟନାୟକ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ଉପାଦେୟ ବିବୃତ୍ତି ପ୍ରଦାନ କରିଥିଲେ I ବାଣିଜ୍ୟ ଅଧ୍ୟାପକ ତଥା ହିସାବ ବରଷାର ଚନ୍ଦ୍ର ଶେଖର ତ୍ରିପାଠୀ, ଅଧ୍ୟାପକ ମହାବିଦ୍ୟାଳୟରେ ବ୍ୟବହୃତ ହେଉଥିବା ବୂକସ ଅଫ ଆକାଉଣ୍ଟସ ଉପରେ ଏକ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। କଲେଜର ହିସାବ ରକ୍ଷକ ମହେଶ୍ୱର ମିଶ୍ର, ମହାବିଦ୍ୟାଳୟର ହିସାବ ଖାତା ଓ ଆନୁସଙ୍ଗିକ ଦସ୍ତାବିଜ ପ୍ରଶିକ୍ଷାର୍ଥୀ ମାନଙ୍କୁ ଦେଖାଇବା ସହିତ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ I ପରିଶେଷରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I
୫୧ ସମୀକ୍ଷକଙ୍କ ଏକ ଅଧ୍ୟୟନ କ୍ଷେତ୍ର ପରିଦର୍ଶନ











