Home / ମୁଖ୍ୟ ଖବର / ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

whatsapp image 2025 12 08 at 20.41.03 cd6d4e52

ପୁରୀ ୮/୧୨ ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆଜି ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୨୦୧ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୧୮୯ ଗୋଟି ବ୍ୟକ୍ତିଗତ,୧୦ ଗୋଟି ଗ୍ରାମ ସମ୍ବନ୍ଧୀୟ,ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କରେ ୧ଟି ଓ ରେଡକ୍ରସ ରୁ ସହାୟତା ସମ୍ପର୍କରେ ୧ଟି ଅଭିଯୋଗ ରହିଥିଲା।ତତକ୍ଷଣାତ ୭ ଗୋଟି ର ସମାଧାନ କରାଯାଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।

whatsapp image 2025 12 08 at 20.41.04 56eabd26

ଏହି ଶୁଣାଣୀ ରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ନିମାପଡା ପୋଲିସ ଏସଡିପିଓ ଜନାର୍ଦ୍ଦନ ପାଢୀ,ଅସ୍ତରଙ୍ଗ ବିଡ଼ିଓ ସସ୍ମିତା ବେହେରା,ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି,ଡେପୁଟି କଲେକ୍ଟର ଅନୁସ୍ରବ ଗନ୍ତାୟତ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୧୫ ତାରିଖରେ ପିପିଲି ବ୍ଲକ,୨୨ ତାରିଖରେ ଡେଲାଙ୍ଗ ବ୍ଲକ ଓ ୨୯ ତାରିଖରେ ଗୋପ ବ୍ଲକ ସମ୍ମିଳନୀ ଗୃହରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଅଭିଯୋଗ ପ୍ରକୋଷ୍ଠ ସୂତ୍ରରୁ ପ୍ରକାଶ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply