Home / ମୁଖ୍ୟ ଖବର / ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

whatsapp image 2025 12 09 at 19.26.01 5f07e823

ତା ୭/୧୨/୨୦୨୫ ରିଖ ରବିବାର ଦିବା ୧୦ ଘଟିକା ସମୟରେ ସ୍ଥାନୀୟ ବଣିବକ୍ରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନର ସମ୍ପାଦିକା ଶିଶୁ ସାହିତ୍ଯିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ଆୟୋଜନରେ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଗୋପଳ ମହାପାତ୍ର କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ପ୍ରଥମ ଅଧିବେଶନର କବିତା ପାଠୋତ୍ସବ ବରିଷ୍ଠ ଶିଶୁ ସାହିତ୍ଯିକ କୁଞ୍ଜବିହାରୀ ସାହୁ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସଂଯୋଜନା କରିଥିଲେ ବରିଷ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ ଓ କବି ଶ୍ରୀମତୀ ଜ୍ୟୋସ୍ମାମୟୀ ସ୍ଵାଇଁ । ଅତିଥି ଭାବରେ କବି ସରୋଜିନୀ ଜେନା କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

whatsapp image 2025 12 09 at 19.26.01 5f07e823

ଏହାପରେ ପରବର୍ତ୍ତୀ ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଟିକାୟତରାୟ, ପ୍ରାକ୍ତନ ନିର୍ଦ୍ଦେଶକ ଓଡିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶା, ମୁଖ୍ୟବକ୍ତା ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାଶ ‘ନିର୍ଝରଣୀ’ ସାହିତ୍ୟ ପତ୍ରିକାର ସମ୍ପାଦକ, ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାଶ, ବରିଷ୍ଠ ଶିଶୁ ସାହିତ୍ୟିକ, ଡକ୍ଟର ହେମନ୍ତ କୁମାର ଛୋଟରାୟ, ବରିଷ୍ଠ ଶିଶୁ ସାହିତ୍ୟିକ, ଶ୍ରୀଯୁକ୍ତ ବିପିନବିହାରୀ ଦଳାଇ ସମ୍ପାଦକ ଟିକିତାରା,ପ୍ରିୟପତ୍ର ଏବଂ ସଭାମୁଖ୍ୟ ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମଙ୍ଗରାଜ ବରିଷ୍ଠ ଶିଶୁ ସାହିତ୍ୟିକ ,ମୁଖ୍ଯ ମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କୁନିକୁନି ଛାତ୍ରଛାତ୍ରୀମାନେ ପ୍ରଦୀପ ପ୍ରଜ୍ଜଳନ ମନ୍ତ୍ର ବୋଲିବା ସହିତ ସ୍ଵାଗତ ସଂଗୀତ ଓ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ସମ୍ପାଦିକା ସାହିତ୍ୟ ସଂସଦର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ବାର୍ଷିକ ପତ୍ରିକା ‘ଗ୍ରାମ୍ୟ ରମ୍ୟ’ ଏବଂ ଶିଶୁ ସାହିତ୍ୟିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ରଚିତ ଶିଶୁ କବିତା ପୁସ୍ତକ ‘ଆମ କୁନାକୁନିଙ୍କ କୁନି ଗୀତ’ ଅତିଥିମାନଙ୍କ ହାତରେ ଉନ୍ମୋଚନ କରାଯାଇଥିଲା। ଏହାପରେ ପତ୍ରିକାର ସମୀକ୍ଷା କରିଥିଲେ ‘ଦିବ୍ୟଦର୍ଶନ’ର ସମ୍ପାଦିକା ପ୍ରବାସିନୀ ମିଶ୍ର ଏବଂ ‘ଆମ କୁନାକୁନୀଙ୍କ କୁନି ଗୀତ’କୁ ସମୀକ୍ଷା କରିଥିଲେ ଜାତୀୟ ପୁରସ୍କାରରେ ସମ୍ମାନୀତ ପ୍ରଧାନଶିକ୍ଷକ ସୁଶ୍ରୀ କ୍ରିଷ୍ଣା ମହାପାତ୍ର । କାର୍ଯ୍ଯକ୍ରମରେ ବିଭିନ୍ନ କ୍ଷେତ୍ରେ ଉତ୍କର୍ଷତା ଅର୍ଜନ କରିଥିବା ବ୍ଯକ୍ତିବିଶେଷମାନଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା | ୨୦୨୫ ମସିହା ପାଇଁ ଶିଶୁ ସାହିତ୍ଯିକା ସବିତା ଭୋଇ, ବରିଷ୍ଠ ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ,ଶିଶୁ ସାହିତ୍ଯିକ ରଶ୍ମି ରଞ୍ଜନ ସାହୁ,ବରିଷ୍ଠ ଶିଶୁ ସାହିତ୍ୟିକା ଲକ୍ଷ୍ମୀପ୍ରିୟା ଦାସ,ବରିଷ୍ଠ ଶିଶୁ ସାହିତ୍ୟିକା ଦୂର୍ଗାବତୀ ପ୍ରଧାନ ସାହିତ୍ଯିକ ଜାନକୀବଲ୍ଲଭ ଦାଶ, ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାସ ବରିଷ୍ଠ ଶିକ୍ଷକ, ସୁରେନ୍ଦ୍ର ନାୟକ , ଶିକ୍ଷକ ସିଦ୍ଧେଶ୍ଵର ବେହେରା , ଜ୍ୟୋସ୍ମାମୟୀ ସ୍ଵାଇଁ ସମ୍ପାଦିକା, ଶିକ୍ଷକ ଚନ୍ଦ୍ରଶେଖର ସେଠୀ, ଛାତ୍ରୀ ସୁଶ୍ରୀ ବିଜୟଲକ୍ଷ୍ମୀ ଜେନା, ଛାତ୍ର ଶ୍ରୀମାନ ସତ୍ୟମ୍‌ ଜିତ୍ ଧାଉଡିଆ ପ୍ରଭୃତିଙ୍କୁ ଉତ୍ତରୀୟ ଓ ମାନପ‌ତ୍ର ଉପଢୌକନ ଦେଇ ଅତିଥିମାନଙ୍କ ହାତରେ ସମ୍ବର୍ଦ୍ଧିତ କରାଯାଇଥିଲା।ପରେପରେ ଅତିଥିମାନଙ୍କ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ ପୂର୍ବକ ସଭାକାର୍ଯ୍ୟକୁ ସମାପନ କରାଯାଇଥିଲା 

SPREAD YOUR LOVE WITH YOUR FRIENDS AND FAMILY

Leave a Reply