ପୁରୀ : ୧୧/୧୨/୨୦୨୫ – ପୁରୀ ପୋଲିସ ଦ୍ୱାରା ଚାଳିତ ଅପରେସନ “ଚକ୍ର” ଅଭିଯାନରେ ଜିଲ୍ଲାରେ ହଜିଯାଇଥିବା ନାବାଳିକା/ନାବାଳକ ଓ ପ୍ରାପ୍ତ ବୟସ୍କଙ୍କ ପୁଅ/ଝିଅ ଉଦ୍ଧାରରେ ଏକ ସଫଳତା ମିଳିଛି। ପୁରୀ ପୁଲିସର ନିରନ୍ତର ଚେଷ୍ଟା, ସମସ୍ତ ଥାନା IIC/ OICଙ୍କ ଦୃଢ଼ ପଦକ୍ଷେପ ଓ ସମ୍ପୃକ୍ତ ସମନ୍ୱୟରେ, ଏହି ବୃହତ ଅଭିଯାନକୁ ସଫଳତାରେ ପରିଣତ କରାଯାଇଛି। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ସମଗ୍ର ପୁରୀ ଜିଲ୍ଲାରେ ଅପରେସନ ଚକ୍ର ଡ୍ରାଇଭ ଆରମ୍ଭ କରି ସମସ୍ତ ଥାନା ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଥିଲେ—ପ୍ରତ୍ୟେକ ହଜିଯାଇଥିବା ନାବାଳକ ନାବାଳିକା ବା ପ୍ରାପ୍ତ ବୟସ୍କଙ୍କୁ ଶୀଘ୍ର ସମୟରେ ଉଦ୍ଧାର କରିବା। ଅଭିଯୋଗକାରୀ ପରିବାରକୁ ସମ୍ପୂର୍ଣ୍ଣ ଆଶ୍ୱାସନ ଦେବା, ଯେ ପୋଲିସ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବା ପାଇଁ ସକ୍ରିୟ ଅଛି। ଥାନାମାନଙ୍କୁ ମିସିଂ କେସ ଟ୍ରାକିଂ, ରେଡ଼, ଇଣ୍ଟରସେପ୍ସନ, ଟେକ୍ନିକାଲ ଆନାଲିସିସ ଓ ଇଣ୍ଟରସ୍ଟେଟ କୋଅର୍ଡିନେସନ ଜୋର ଦେବାକୁ ପରାମର୍ଶ କରିଛନ୍ତି। ଏହା ସହ ଗତ ଚାରି ମାସରେ ଅପରେସନ୍ ଚକ୍ର ଅଧୀନରେ ମୋଟ ୭୧ ନାବାଳକ ନାବାଳିକା ଉଦ୍ଧାର ହୋଇଛନ୍ତି। ସିଟି ସବଡିଭିଜନ – ୧୯ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ଟାଉନ ଥାନା – ୦୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ସମୁଦ୍ରକୂଳ – ୦୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
କୁମ୍ଭାରପଡ଼ା – ୦୯ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ବାସେଳୀସାହି – ୦୧ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ତାଳବଣିଆ – ୦୧ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ସଦର ସବଡିଭିଜନ – ୧୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ସଦର – ୦୩ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ବ୍ରହ୍ମଗିରି – ୦୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
କୃଷ୍ଣପ୍ରସାଦ – ୦୨ ଜଣ ନାବାଳିକା ଉଦ୍ଧାର କରାଯାଇଛି
ଚନ୍ଦନପୁର – ୦୧ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ଗଡ଼ିଶାଗୋଦା – ୦୩ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ଅରଖକୁଦା – ୦୧ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ନିମାପଡା ସବଡିଭିଜନ – ୧୪ ଜଣ ନାବାଳିକା ଉଦ୍ଧାର କରାଯାଇଛି
ନିମାପଡା – ୦୩ ଜଣ ନାବାଳିକା ଉଦ୍ଧାର କରାଯାଇଛି
ଗୋପ – ୦୨ ଜଣ ନାବାଳିକା ଉଦ୍ଧାର କରାଯାଇଛି
କାକଟପୁର – ୦୩ ଜଣ ନାବାଳିକା ଉଦ୍ଧାର କରାଯାଇଛି
କୋଣାର୍କ – ୦୨ ଜଣ ନାବାଳିକା ଉଦ୍ଧାର କରାଯାଇଛି
ରାମଚଣ୍ଡୀ – ୦୩ ଜଣ ନାବାଳିକା ଉଦ୍ଧାର କରାଯାଇଛି
ଅସ୍ତରଙ୍ଗ – ୦୧ ଜଣ ନାବାଳିକା ଉଦ୍ଧାର କରାଯାଇଛି
ପିପିଲି ସବଡିଭିଜନ – ୨୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ପିପିଲି – ୧୫ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ସତ୍ୟବାଦୀ – ୦୧ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ଡେଲାଙ୍ଗ – ୦୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
କଣାସ – ୦୨ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ବଳଙ୍ଗ – ୦୨ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି
ପୁରୀ ପୋଲିସ ଦ୍ୱାରା ଉଦ୍ଧାର ହୋଇଛନ୍ତି ମୋଟ ୯୩ ଜଣ ପ୍ରାପ୍ତ ବୟସ୍କ ଝିଅ/ପୁଅ।
ସିଟି ସବଡିଭିଜନ – ୩୮ ଜଣ ଉଦ୍ଧାର
ସିଂହଦ୍ଵାର – ୦୨ ଜଣ ଉଦ୍ଧାର
ଟାଉନ – ୦୭ ଜଣ ଉଦ୍ଧାର
ସମୁଦ୍ରକୂଳ – ୨୨ ଜଣ ଉଦ୍ଧାର
ବାସେଳୀସାହି – ୦୩ ଜଣ ଉଦ୍ଧାର
ବଳିଆପଣ୍ଡା – ୦୨ ଜଣ ଉଦ୍ଧାର
ତାଳବଣିଆ – ୦୨ ଜଣ ଉଦ୍ଧାର
ସଦର ସବଡିଭିଜନ – ୦୬ ଜଣ ଉଦ୍ଧାର
ଅରଖକୁଦା ସାମୁଦ୍ରିକ – ୦୧ ଜଣ ଉଦ୍ଧାର
କୃଷ୍ଣପ୍ରସାଦ – ୦୪ ଜଣ ଉଦ୍ଧାର
ଗଡ଼ିଶାଗୋଦା – ୦୧ ଜଣ ଉଦ୍ଧାର
ନିମାପଡା ସବଡିଭିଜନ – ୨୭ ଜଣ ଉଦ୍ଧାର
ନିମାପଡ଼ା – ୦୫ ଜଣ ଉଦ୍ଧାର
କାକଟପୁର – ୧୬ ଜଣ ଉଦ୍ଧାର
ଅସ୍ତରଙ୍ଗ – ୦୨ ଜଣ ଉଦ୍ଧାର
କୋଣାର୍କ – ୦୩ ଜଣ ଉଦ୍ଧାର
ରାମଚଣ୍ଡୀ – ୦୧ ଜଣ ଉଦ୍ଧାର
ପିପିଲି ସବଡିଭିଜନ – ୨୨ ଜଣ ଉଦ୍ଧାର
ସତ୍ୟବାଦୀ – ୦୫ ଜଣ ଉଦ୍ଧାର
ଡେଲାଙ୍ଗ – ୧୧ ଜଣ ଉଦ୍ଧାର
କଣାସ – ୦୧ ଜଣ ଉଦ୍ଧାର
ବଳଙ୍ଗା – ୦୫ ଜଣ ଉଦ୍ଧାର
ନାବାଳକ ନାବାଳିକା ଉଦ୍ଧାର – ୭୧
ପ୍ରାପ୍ତ ବୟସ୍କ ଝିଅ ପୁଅ ଉଦ୍ଧାର – ୯୩
ଉଦ୍ଧାର ସଂଖ୍ୟା – ୧୬୪
ପୁରୀ ପୋଲିସଙ୍କ ଏହି ବୃହତ ଅଭିଯାନ ଲୋକଙ୍କର ପ୍ରତି ଆସ୍ଥା, ପୋଲିସଙ୍କ ପ୍ରତି ଆଶ୍ରୟ ଏବଂ ସମୁଦାୟ ପୋଲିସ ସମ୍ପର୍କକୁ ଆହୁରି ମଜବୁତ କରିଛି।










