Home / ମୁଖ୍ୟ ଖବର / ପୁରୀ ଜିଲ୍ଲା sp ଶ୍ରୀଯୁକ୍ତ ପ୍ରତୀକ ସିଂହ ଙ୍କ ସହିତ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ-ଭଏସ୍ ଅଫ୍ କମନ୍ ମ୍ୟାନ୍

ପୁରୀ ଜିଲ୍ଲା sp ଶ୍ରୀଯୁକ୍ତ ପ୍ରତୀକ ସିଂହ ଙ୍କ ସହିତ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ-ଭଏସ୍ ଅଫ୍ କମନ୍ ମ୍ୟାନ୍

whatsapp image 2025 12 11 at 19.34.16 e33ed75a

 ପୁରୀ :୧୧/୧୨/୨୦୨୫ – ଭଏସ୍ ଅଫ୍ କମନ ମ୍ୟାନ ଆନୁକୁଲ୍ୟରେ ପୁରୀ ଜିଲ୍ଲା sp ଶ୍ରୀଯୁକ୍ତ ପ୍ରତୀକ ସିଂହ ଙ୍କ ସହିତ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସମ୍ବଳିତ ସ୍ୱାଗତ୍ ସଭା ସ୍ତାନୀୟ ହୋଟେଲ holiday resort ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ voice of common man ର ପ୍ରତିଷ୍ଠାତା ସଦସ୍ୟ Hector ମିଶ୍ର ଏହି ସଂସ୍ଥାର କାର୍ଯ୍ୟକାରିତା ତଥା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ଆଜି ସଭା ର ସଭାପତି ବରିଷ୍ଟ ସଦସ୍ୟ ଦେବୀ ପ୍ରସନ୍ନ ନନ୍ଦ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ।

whatsapp image 2025 12 11 at 19.34.18 6fb944c4
whatsapp image 2025 12 11 at 19.34.18 6fb944c4

ଅନ୍ୟତମ ବରିଷ୍ଟ ସଦସ୍ୟ ଶ୍ରୀ ରାଜେଶ ମିଶ୍ର ଜନ ସାଧାରଣ ଙ୍କ ପ୍ରତି ପୁଲିସ ର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ ଉପରେ ଆଲୋକପାତ କରିଥିଲେ ସେ ଆହୁରି କହିଥିଲେ ଯେ ନାଗରିକ ଙ୍କ ମୌଳିକ ଅଧିକାର ର ସୁରକ୍ଷା ପୁଲିସ ର ପ୍ରାଥମିକତା ହବା ଉଚିତ ।ପୁରୀ ରେ ନିଶା ଦ୍ରବ୍ୟ କାରବାର କରୁଥିବା ବ୍ୟକ୍ତି ଙ୍କ ଉପରେ ପୁଲିସ ଙ୍କ କାର୍ଯ୍ୟାନୁଷ୍ଠାନ ସ୍ଵାଗତ ଯୋଗ୍ୟ। ଏହା ପରେ ଉପସ୍ଥିତ ଜନତାଙ୍କ ସହିତ ମୂଖ୍ୟ ଅତିଥିଙ୍କ ଭାବ ବିନିମୟ ହୋଇଥିଲା। ଏଥିରେ ପ୍ରାୟ କୋଡିଏ ଜଣ ବ୍ୟକ୍ତି ପୁରୀ ରେ ବିଭିନ୍ନ କ୍ଷେତ୍ରରେ ଲୋକଙ୍କ ସମସ୍ୟାର ପ୍ରତିକାର ପାଇଁ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସମୁଦ୍ର କୂଳ, ବଳିଆ ପଣ୍ଡା ଅଞ୍ଚଳ ତଥା ବିଭିନ୍ନ ସାହି ବସ୍ତିରେ ଘଟୁଥିବା ଅପରାଧ, ନିଶା କାରବାର ତଥା ବିଦେଶୀ ମାନଙ୍କ ଅନୁପ୍ରବେଶ ଉପରେ ମନ୍ତବ୍ୟ ଦେଇଥିଲେ। ଆହୁରି କେତେ ଜଣ ସହରର ବିଭିନ୍ନ ଗଳି କନ୍ଦିରେ ଟ୍ରାଫିକ୍ ସମସ୍ୟା ଯୋଗୁ ନାଗରିକ ମାନେ ଅକଥନୀୟ ଅସୁବିଧା ଭୋଗ କରୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଉପସ୍ଥିତ କିଛି ବରିଷ୍ଠ ନାଗରିକ ସେମାନଙ୍କର ସମସ୍ୟା ଜଣାଇଥିଲେ।

whatsapp image 2025 12 11 at 19.34.19 dacafed7

ବିବାହ ଶୋଭାଯାତ୍ରା ରେ ବ୍ୟବହୃତ dj ବାଦ୍ୟର ପ୍ରାଣଘାତୀ ଆବାଜ ବିରୁଦ୍ଧରେ ପ୍ରତିବାଦ ଜଣାଇଥିଲେ। ଏ ସବୁ ସମସ୍ୟା ସମ୍ବଳିତ ଅଭିଯୋଗ ଶୁଣିବା ପରେ ମୁଖ୍ୟ ଅତିଥି ଶ୍ରୀ ପ୍ରତୀକ ସିଂହ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ପୂର୍ଣ୍ଣ ବାସ୍ତବିକତା ଉପରେ ଆଧାରିତ ତାଙ୍କର ବକ୍ତବ୍ୟ ରେ ପ୍ରାୟ ସମସ୍ତଙ୍କ ପ୍ରତିବାଦର ଉପଯୁକ୍ତ ସମାଧାନର ପନ୍ଥା ଯଥା ସମ୍ଭବ ଗ୍ରହଣ କରାଯିବ ବୋଲି ସେ ଆଶ୍ୱସନା ଦେଇଥିଲେ। ଥାନାରେ ଆପତ୍ତି ଜଣାଇବାକୁ ଆସୁଥିବା ଲୋକ ଙ୍କ ସହିତ କର୍ତ୍ତବ୍ୟ ରତ ଅଧିକାରୀ ମାନେ ଭଦ୍ରତା ଆଚରଣ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଦ୍ଵାରା ସମସ୍ତ ପଦକ୍ଷପ ନିଆଯାଉଛି ବୋଲି ସେ କହିଥିଲେ। ଏହି ଭଳି ସଭାର ଆୟୋଜନ କରିଥିବାରୁ voice of common man ର ସଦସ୍ୟ ମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ଏବଂ ଏହି ଭଳି ବୈଠକ ର ଆୟୋଜନ ଦ୍ଵାରା ତଥା ଜନ ସାଧାରଣ ଙ୍କ ସହଯୋଗ ମିଳିଲେ ବହୁ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତି ମାନଙ୍କ ମଧ୍ୟରୁ ଅବସର ପ୍ରାପ୍ତ ଭାରତୀୟ ବିଦେଶ ସେବା ଅଧିକାରୀ ମଳୟ ମିଶ୍ର,ଏର. ବିଭୁ  ପ୍ରସାଦ ସାହୁ, କବି ମାନସ ମହାପାତ୍ର, ଡାକ୍ତର ବାନାମ୍ବର ସେନାପତି, ଅଜିତ ମହାପାତ୍ର, ଭବାନୀ ଶଙ୍କର, ଅଶୋକ ପାତ୍ର, ରାଜେଶ ମହାନ୍ତି,ସୁକାନ୍ତ ପଣ୍ଡା, ସରସ୍ଵତୀ ପାତ୍ର, ବିଶ୍ଵନାଥ ମିଶ୍ର, ପୁଲିନ ବିହାରୀ ଆଚାର୍ଯ୍ୟ, ଭାସ୍କର ପରିଡା, ଗୀତା ପଣ୍ଡା ପ୍ରଭୃତି ଭାଗ ନେଇଥିଲେ। ଉକ୍ତ ସଭାକୁ ସଫଳ କରିବାରେ, ମୀନକେତନ ମିଶ୍ର, ଅବିନାଶ ବେହେରା, ନିଶାନ୍ତ ସାହୁ, ଶତୃଘ୍ନ ବଳିୟାରସିଂହ, ଅଜିତ୍ ବିକ୍ରମ ସୁଆର, ରାଜକୁମାର ସାହୁ, ଓମ ପ୍ରକାଶ ସାହୁ,ମୋହିତ ଆନିମେଶ ଦାଶ ଇତ୍ୟାଦି ସହଯୋଗ କରିଥିଲେ। ଧବଳେଶ୍ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply