Home / ମୁଖ୍ୟ ଖବର / ଅପରେଶନ୍ ଚକ୍ର ଅଭିଯାନରେ ପୁରୀ ପୋଲିସଙ୍କ ବଡ଼ ସଫଳତା

ଅପରେଶନ୍ ଚକ୍ର ଅଭିଯାନରେ ପୁରୀ ପୋଲିସଙ୍କ ବଡ଼ ସଫଳତା

ପୁରୀ : ତା୧୩/୧୨/୨୦୨୫ “ଅପରେଶନ୍ ଚକ୍ର” ଅଭିଯାନରେ ପୁରୀ ପୋଲିସଙ୍କ ବଡ଼ ସଫଳତା : ଅବୈଧ ମଦ ବିକ୍ରୟ ବିରୋଧରେ ୮୧୩ ମାମଲା, ୮୧୩ ଅଭିଯୁକ୍ତ ଗିରଫ*ପୁରୀ ଜିଲ୍ଲାରେ ଅବୈଧ ମଦ ବିକ୍ରୟ, ଅବୈଧ ମଦ ତିଆରି ଓ ଚୋରା ମଦ ଚାଲାଣକୁ ସମ୍ପୂର୍ଣ ରୋକିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ଦ୍ୱାରା “ଅପରେଶନ୍ ଚକ୍ର” ଡ୍ରାଇଭରେ, ନିରନ୍ତର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ନିୟମିତ ଭାବେ ଚଢ଼ାଉ, ତଲାସି ଓ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇ ଆସୁଛି।ଗତ ୧୧ ମାସ ମଧ୍ୟରେ “ଅପରେଶନ୍ ଚକ୍ର” ଅଭିଯାନରେ ପୁରୀ ପୋଲିସ ମୋଟ ୮୧୩ଟି ମାମଲା ରୁଜୁ କରିବା ସହ ୮୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି। ଅବୈଧ ମଦ ବିକ୍ରୟ ଓ ପୋଚ କାରଣରେ ସୃଷ୍ଟ ହେଉଥିବା ସାମାଜିକ ଅସୁବିଧା କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଏହି ଅଭିଯାନକୁ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଇଛି।ସିଟି ସବ୍-ଡିଭିଜନ୍ – ମୋଟ: ୧୨୦ • ଟାଉନ ଥାନା – ୧୪• ସମୁଦ୍ରକୁଳ ଥାନା – ୨୬• କୁମ୍ଭାରପଡା ଥାନା – ୩୨• ବସେଳିସାହି ଥାନା – ୨୧• ବଳିଆପଣ୍ଡା ଥାନା – ୧୮• ତାଳବଣିଆ ଥାନା – ୦୯ସଦର ସବ୍-ଡିଭିଜନ୍ – ମୋଟ: ୨୯୬ • ସଦର ଥାନା – ୬୭• ପେଣ୍ଠକଟା ମେରାଇନ ଥାନା – ୩୨• ବ୍ରହ୍ମଗିରି ଥାନା – ୫୧• ଅରଖକୁଦା ମେରାଇନ ଥାନା – ୧୪• କୃଷ୍ଣପ୍ରସାଦ ଥାନା – ୭୩• ଚନ୍ଦନପୁର ଥାନା – ୩୨• ଗଡିସାଗୋଦା ଥାନା – ୨୭ନିମାପଡା ସବ୍-ଡିଭିଜନ୍ – ମୋଟ: ୨୨୭ • ନିମାପଡା ଥାନା – ୨୬• ଚାରିଛକ ଥାନା – ୨୦• ଗୋପ ଥାନା – ୩୬• କାକଟପୁର ଥାନା – ୨୯• ଅସ୍ତରଙ୍ଗ ଥାନା – ୩୩• ଅସ୍ତରଙ୍ଗ ମେରାଇନ ଥାନା – ୦୭• କୋଣାର୍କ ଥାନା – ୪୧• ରାମଚଣ୍ଡି ଥାନା – ୨୯• ଚନ୍ଦ୍ରଭାଗା ମେରାଇନ ଥାନା – ୦୬ପିପିଲି ସବ୍-ଡିଭିଜନ୍ – ମୋଟ: ୧୭୦ • ପିପିଲି ଥାନା – ୨୬• ସତ୍ୟବାଦୀ ଥାନା – ୩୭• ଡେଲାଙ୍ଗ ଥାନା – ୪୩• କଣାସ ଥାନା – ୨୦• ବଳଙ୍ଗା ଥାନା – ୪୪ଏହି ଅଭିଯାନ ସମ୍ପର୍କରେ ଏସ୍‌ପି ପୁରୀ ଶ୍ରୀ ପ୍ରତୀକ ସିଂହ କହିଛନ୍ତି ଯେ, “ପୁରୀ ପୋଲିସ ଅବୈଧ ମଦ ବିକ୍ରୟ, ମଦ ତିଆରି ଓ ଚୋରା ଚାଲାଣ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଅନୁସରଣ କରୁଛି। ଏହି ଅଭିଯାନରେ ଜନସାଧାରଣଙ୍କ ସହଯୋଗ ଆମର ପ୍ରଧାନ ଶକ୍ତି। ୧୧୨ ହେଲ୍ପଲାଇନ୍‌ ମାଧ୍ୟମରେ ଯେପରି ଗୁପ୍ତ ସୂଚନା ମିଳୁଛି, ସେଥିରୁ ପୋଲିସ ତୁରନ୍ତ ଓ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରୁଛି। ‘ଅପରେଶନ୍ ଚକ୍ର’ ଆଗାମୀ ଦିନରେ ମଧ୍ୟ ଅଧିକ ତୀବ୍ର ଭାବରେ ଜାରି ରହିବ। ଜନସାଧାରଣଙ୍କ ସୁରକ୍ଷା, ଶାନ୍ତି ଓ ସୁସ୍ଥ ସାମାଜିକ ପରିବେଶ ନିମନ୍ତେ ପୁରୀ ପୋଲିସ ସଦା ସଚେତନ ଓ ପ୍ରତିବଦ୍ଧ। ଅବୈଧ କାର୍ଯ୍ୟ ସମ୍ପର୍କରେ ଯେକୌଣସି ସୂଚନା ୧୧୨ ହେଲ୍ପଲାଇନ୍‌କୁ ମାଧ୍ୟମରେ ପୋଲିସକୁ ସହଯୋଗ କରିବାକୁ ଆମର ଅନୁରୋଧ ସହ ଆମେ ସମସ୍ତେ ମିଶି ସୁସ୍ଥ ପୁରୀ ଗଠନ କରିବା ଏହା ଆମ ସଂକଳ୍ପ କରିବା”

SPREAD YOUR LOVE WITH YOUR FRIENDS AND FAMILY

Leave a Reply