Home / ମୁଖ୍ୟ ଖବର / ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଓ ମାରିଦେବାକୁ ଧମକ ଅଭିଯୋଗ। କଲେଜ ୱାଚ ମ୍ୟାନ ଗିରଫ

ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଓ ମାରିଦେବାକୁ ଧମକ ଅଭିଯୋଗ। କଲେଜ ୱାଚ ମ୍ୟାନ ଗିରଫ

img 20251213 wa0010

କଣାସ: ୧୩/୧୨/୨୫ ନିପ୍ର କଣାସ କଲେଜରେ ଯୁକ୍ତ 2 କଳା ଶ୍ରେଣୀରେ ପଢ଼ୁଥିବା ନେଇ ଜନୈକ ନାବାଳିକା ଛାତ୍ରୀଙ୍କୁ (16 ବର୍ଷ) ସେଇ କଲେଜରେ ରାତ୍ର ଜଗୁଆଳି କଣାସ ଥାନା ଅନ୍ତର୍ଗତ କଣାସ ଗ୍ରାମର ବିଜୁ ଓରଫ ଧ୍ରୁବ ଚରଣ ମହାପାତ୍ର ନାମକ ଜଣେ ଯୁବକ ରାସ୍ତାରେ ଅଟକାଇ ଅସଦାଆଚରଣ କରିବାକୁ ଚେଷ୍ଟା କରିଥିଲେ। ଏମିତିକି ପାଟି କଲେ ମାରିଦେବି ବୋଲି ଧମକ ଦେଇ ତା ସହିତ ବାହାରକୁ ବୁଲିଯିବାକୁ ଧମକ ବି ଦେଇଥିଲେ। ନାବାଳିକା ର ସାର୍ଟ କୁ ଟାଣି ଦେଇ ତାଙ୍କୁ ଟଣା ଓଟରା କରିବା ବେଳେ ଛାତ୍ରୀ ଜଣକ ତାଙ୍କ ମାଆଙ୍କୁ ଏକଥା ଜଣାଇବାରେ ପୀଡିତାର ମାଆ ଏକଥା କଣାସ ଥାନାରେ ଜଣାଇବା ପରେ କଣାସ ଥାନା IIC କେଶ ର ତଦନ୍ତ ଦାୟିତ୍ୱ SI ଦେବୀ ପ୍ରସାଦ ଲେଙ୍କାଙ୍କୁ ଦେଇଛନ୍ତି ଓ ନିଜ ପୋଲିସ ଟିମ ସହ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଆଜି ସକାଳୁ ଆସାମୀ ବିଜୁ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଏ ସଂକ୍ରାନ୍ତରେ କଣାସ ଥାନା କେଶ ନମ୍ବର 295 Dt 13.12.2025 ଦଫା 126(2)/75/79/351(2) BNS /Sec 12 ପୋକସ ଆକ୍ଟ ରେ କେଶ ରୁଜୁ କରାଯାଇ ତଦନ୍ତ ଜାରି ଅଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply