Home / ମୁଖ୍ୟ ଖବର / ମେଘନାଦ ପ୍ରାଚୀରର ସ୍ଥାୟୀ ସଂରକ୍ଷଣ ପାଇଁ ASI କର୍ତ୍ତୃପକ୍ଷଙ୍କୁ ଚିଠି

ମେଘନାଦ ପ୍ରାଚୀରର ସ୍ଥାୟୀ ସଂରକ୍ଷଣ ପାଇଁ ASI କର୍ତ୍ତୃପକ୍ଷଙ୍କୁ ଚିଠି

ପୁରୀ: ତା୧୪.୧୨.୨୦୨୫ ମେଘନାଦ ପାଚେରୀ ରେ ପୁଣି ପାଣି ଝରିବା ସମ୍ପର୍କରେ ASI କର୍ତ୍ତୃପକ୍ଷଙ୍କୁ ପୁନଃ ଦୃଷ୍ଟି ଆକର୍ଷଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ASI ର ମାର୍ଗଦର୍ଶନ ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜରୁରୀ ମରାମତି ପାଇଁ ପଦକ୍ଷେପ ନେବାକୁ ସେ ପତ୍ର ଲେଖି ପ୍ରସ୍ତାବ ରଖିଛନ୍ତି। ଏଥି ସହିତ ମେଘନାଦ ପ୍ରାଚୀରର ପାଣି ଝରିବାର କାରଣ ଏବଂ ଏହାର ସ୍ଥାୟୀ ନିରାକରଣ ନିମନ୍ତେ ASI ପକ୍ଷରୁ ବୈଜ୍ଞାନିକ ଉପାୟରେ ସର୍ଭେ ତଥା ପଦକ୍ଷେପ ଗ୍ରହଣ କରାଯିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱାରୋପ କରିଛନ୍ତି। ମେଘନାଦ ପାଚେରୀ ର ସୁରକ୍ଷା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପତ୍ର ସଂଖ୍ୟା ୧୭୮୦୦ ତା ୧୪.୧୨.୨୦୨୫ କ୍ରମେ ଏ.ଏସ.ଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଗତବର୍ଷ ମେଘନାଦ ପ୍ରାଚୀର ରେ ପାଣି ଝରିବା ସାମ୍ନାକୁ ଆସିଥିଲା । ସେତେବେଳେ ଏ.ଏସ. ଆଇ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ମରାମତି ତଥା ନିରାକରଣ ପାଇଁ ପଦକ୍ଷେପ ନେବାକୁ ଅବଗତ କରାଯାଇଥିଲା । ସେତେବେଳେ ଏ.ଏସ. ଆଇ ମାର୍ଗଦର୍ଶନ ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମରାମତି କରାଯାଇଥିଲା । କିନ୍ତୁ ଏହା ପରେବି ପୁଣି ଥରେ ମେଘନାଦ ପାଚେରୀ ରୁ ପାଣି ଝରିବା ସହ କିଛିଅଂଶ ସନ୍ତସନ୍ତିଆ ରହୁଚି। ଶ୍ରୀମନ୍ଦିର ସୁରକ୍ଷାର ସବୁଠାରୁ ଅନ୍ୟତମ ତଥା ଗୁରୁତ୍ୱପୂର୍ଣ୍ଣ ହେଲା ମେଘନାଦ ପ୍ରାଚୀର ତେଣୁ ଏହାର ସୁରକ୍ଷା ପାଇଁ ASI ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ ଚିଠି ମାଧ୍ୟମରେ ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply