Home / ମୁଖ୍ୟ ଖବର / ବୃହତ୍ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବୃହତ୍ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

whatsapp image 2025 12 15 at 20.44.10 d6b0c759

ପୁରୀ/ନିମାପଡ଼ା, ତା, ୧୫.୧୨.୨୫ରିଖ- ଭୁବନେଶ୍ବରର ଅଗ୍ରଣୀ ଚିକିତ୍ସାଳୟ ସୁଶୃତ୍ ହସ୍ପିଟାଲ ଓ ଟ୍ରମା କେୟାର ର ସହଯୋଗରେ ନିମାପଡ଼ା ମହାବିଦ୍ୟାଳୟର ଆଇକିଉସି ସେଲ ଓ ପୁରାତନ ଛାତ୍ର ସଂସଦର ମିଳିତ ଭାବେ ଏକ ବୃହତ୍ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା , ପ୍ରାୟ ଏକ ଶହ ରୁ ଉର୍ଦ୍ଧ୍ ଶିକ୍ଷକ , ଅଣ ଶିକ୍ଷକ କର୍ମଚାରୀ ଓ ଦୁଇ ଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପୁରାତନ ଛାତ୍ର ଛାତ୍ରୀ ଏହି ଶିବିର ରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଡ ଅମରେଶ ପ୍ରହଲ୍ଲାଦ, ଡ ବିଭାସ ରାଜ,ଡ ପଲ୍ଲୀଶ୍ରୀ ଦଳେଇ ଙ୍କ ଭଳି ତିନିଜଣ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ରୋଗର ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ପୁରାତନ ଛାତ୍ର ତଥା ସୁଶୃତ ହସ୍ପିଟାଲ ର ପ୍ରଶାସନିକ ଅଧିକାରୀ ତ୍ରିଲୋଚନ ସାହୁ ଙ୍କ ତତ୍ତ୍ଵାବଧାନରେ ତିନି ଜଣ ଡାକ୍ତର ଓ ୬ ଜଣ ଷ୍ଟାଫ୍ ଯୋଗ ଦେଇ ଥିଲେ । ଅଧ୍ୟକ୍ଷା ଶ୍ରୀମତୀ ଅମିତା ମହାନାୟକ, ପୁରାତନ ଛାତ୍ର ସଂସଦର ସମ୍ପାଦକ ବସନ୍ତ କୁମାର ପାତ୍ର, ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ, ପ୍ରଦୀପ ଦାଶ, ଆଇକିଉସିର ସହ ସଂଯୋଜିକା ସ୍ବପ୍ନାରାଣୀ ମିଶ୍ର, ବିଷ୍ଣୁ ପ୍ରସାଦ ସାହୁ, ଦେବିଦତ୍ତ ବେହେରା, ପ୍ରବୀର କୁମାର ବେହେରା, ପ୍ରେମରାଜ ଗହୀର କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା, ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ୍ କ୍ରସ୍ ର ୨୦ ଜଣ ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply