Home / ମୁଖ୍ୟ ଖବର / ନାରୀ ଶକ୍ତି ବନ୍ଦନ ଦୌଡ ଅନୁଷ୍ଠିତ- ସିବିଏସଇ ଦଶମ ଟପର ଟିନା ରଥ ଙ୍କୁ ସମ୍ବର୍ଦ୍ଧନା।

ନାରୀ ଶକ୍ତି ବନ୍ଦନ ଦୌଡ ଅନୁଷ୍ଠିତ- ସିବିଏସଇ ଦଶମ ଟପର ଟିନା ରଥ ଙ୍କୁ ସମ୍ବର୍ଦ୍ଧନା।

ପୁରୀ ୧୮/୪ ପ୍ରତ୍ୟେକ ନାରୀ ମଧ୍ୟରେ ଅଫୁରନ୍ତ ପ୍ରତିଭା ରହିଛି।ସେ ଶକ୍ତିମୟୀ, କଲ୍ୟାଣମୟୀ।ସଶକ୍ତ ନାରୀ ସଶକ୍ତ ଭାରତ ବୋଲି କହିଛନ୍ତି ପୁରୀ ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା।ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ଲକ୍ଷ୍ୟ ରେ ଆଜି ପୂର୍ବାହ୍ନରେ ଏକ ଦୌଡ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଏହି ଦୌଡ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଆରମ୍ଭ ହୋଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ପହଞ୍ଚି ଥିଲା।

ଏହି ଦୌଡ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମିଶନର ସୁଶ୍ରୀ ସ୍ନେହା ପୁରୁଷ ମାନଙ୍କ ସମକକ୍ଷ ହୋଇ ନାରୀ ବି ସବୁ କରିପାରେ।ଏପରିକି ପୁରୁଷ ଙ୍କ ଠାରୁ ଅଧିକ ମଧ୍ୟ କରିପାରେ।ନିଜର ଗୋଟେ ଲକ୍ଷ୍ୟ ସ୍ଥିର କରି ମନ ପ୍ରାଣ ଦେଇ ତାହାକୁ ସଫଳ କରିବାର ପ୍ରୟାସ ପାଇଁ ସେ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ନାରୀ ମାନଙ୍କ ପ୍ରତିଭାର ବିକାଶ ରାଷ୍ଟ୍ର ବିକାଶ ରେ ସହାୟକ ହୋଇଥାଏ ବୋଲି କହିଥିଲେ।ଆଜିର ସମୟରେ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କର ଶକ୍ତି ଓ ସାମର୍ଥ୍ୟ ର ପରିପ୍ରକାଶ ଘଟିଛି।ଏହାକୁ ଅଧିକ ଋଦ୍ଧିମନ୍ତ ସହ ସେମାନଙ୍କ ଅଧିକାର, କର୍ତ୍ତବ୍ୟ

, ଶକ୍ତି ଓ ସମ୍ଭାବନା ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ରେ ଏହିଭଳି କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି ସେ ମତ ଦେଇଥିଲେ।ଚଳିତ ସିବିଏସଇ ଦଶମ ପରୀକ୍ଷାରେ ପ୍ରଥମ ହୋଇଥିବା ପୁରୀ ଜିଲ୍ଲାର ଟିନା ରଥ ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଖୋ ଖୋ ଖେଳର ମୁଖ୍ୟ ଜାତୀୟ କୋଚ ସଞ୍ଜୀବ କୁମାର ଶର୍ମା, ସର୍ବ ଭାରତୀୟ ଖୋଖୋ ସଂଘର ଉପ ସଭାପତି ପ୍ରଦ୍ୟୁମ୍ନ ମିଶ୍ର,ଓଡିଶା ଅଲମ୍ପିକ ସଂଘର କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ ଟିନା ରଥ ଙ୍କ ପିତାମାତା ପ୍ରମୁଖ ଯୋଗ ଦେଇ ନାରୀ ମାନଙ୍କ ଶକ୍ତି,ପ୍ରତିଭା ଓ ଉତଥାନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ସଚେତନତା ଲକ୍ଷ୍ୟ ରେ ସ୍ବାକ୍ଷର ଅଭିଯାନରେ ପ୍ରତ୍ୟେକ ସ୍ବାକ୍ଷର କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply