Home / ମୁଖ୍ୟ ଖବର / ଜାତୀୟ ପେନସନ ଦିବସ ପାଳିତ।

ଜାତୀୟ ପେନସନ ଦିବସ ପାଳିତ।

whatsapp image 2025 12 17 at 8.39.04 pm

ପୁରୀ ୧୭/୧୨ ଆଜି ପୂର୍ବାହ୍ନ ରେ କେନ୍ଦ୍ର ସରକାରକାରୀ ଅବସର ପ୍ରାପ୍ତ କର୍ମଚାରୀ ସଂଘ ପୁରୀ ଆନୁକୁଲ୍ୟ ରେ ଜାତୀୟ ପେନସନ ଦିବସ ସ୍ଥାନୀୟ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଶ୍ରୀ ସଦାଶିବ ପରିସର ରେ ପାଳିତ ହୋଇଯାଇଛି।ଏହି ଅନୁଷ୍ଠାନର ପ୍ରାକ୍ତନ ଆଧୁନିକ ବିଷୟ ମୁଖ୍ୟଙ୍କ ସଭାପତିତ୍ବ ରେ ପରିଚାଳିତ ସଭା ରେ ଅନୁଷ୍ଠାନର ବର୍ତ୍ତମାନ ମୁଖ୍ୟ ଡକ୍ଟର ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ଆକାଉଣ୍ଟ ଆଣ୍ଡ ଅଡିଟ କର୍ମଚାରୀ ସଂଘ ର ପୁରାତନ ସେକ୍ରେଟାରୀ ଜେନେରାଲ ଓ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡ଼ା ମୁଖ୍ୟ ବକ୍ତା , ସ୍ଥାନୀୟ ଜିଏସଟି ଅତିରିକ୍ତ କମିଶନର କାନନବାଳା ନାୟକ ସମ୍ମାନିତ ଅତିଥି, ପୁରୀ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ବିଶେଷ ଅତିଥି ,ଜିଏସଟି ଡେପୁଟି କମିଶନର ପଦ୍ମଲୋଚନ ରାଉତ ଅତିଥି ରୂପେ ଯୋଗ ଦେଇ ନିଜର ଅନୁଭବ ଓ ଅଭିଜ୍ଞତା, ଅବସର ପରବର୍ତ୍ତୀ ସମୟର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ପୁରୀ ରେ ଏକ କେନ୍ଦ୍ରୀୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ କରାଯାଇଥିଲା।ଅନୁଷ୍ଠାନ ତରଫରୁ ସମସ୍ତ କର୍ମଚାରୀ ସଂଘ ଏକାଠି ହୋଇ ସଂଘ କାର୍ଯକ୍ରମ କୁ ଆଗେଇ ନେବାକୁ ଆହ୍ବାନ କରାଯାଇଥିଲା।ପରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଆସିଥିବା ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ମାନେ ସାମରିକ ବିଭାଗ ଓ ରେଳ ବିଭାଗ ରୁ ଅବସର ନେଇଥିବା ରୋଟରିଆଁ କୃଷ୍ଣଚନ୍ଦ୍ର ସାହୁ,ଆକାଉଣ୍ଟ ଓ ଅଡିଟ ବିଭାଗ ର ସୁଧାଂଶୁ ମୋହନ ମହାପାତ୍ର, ଡାକ ଓ ତାର ବିଭାଗର ବନମାଳୀ ଷଡ଼ଙ୍ଗୀ, ସେଣ୍ଟ୍ରାଲ ସଂସ୍କୃତ ବିଶ୍ଵିଦ୍ୟାଳୟର ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ,ରେଳ ବିଭାଗ ର ବିଶିଷ୍ଟ ଫୁଟବଲ ଖେଳାଳୀ ବାସୁଦେବ ସାହୁ,ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ବିତ ବିଭାଗ ର ଜଗନ୍ନାଥ ରାୟ, ଜିଲ୍ଲା ନିଯୁକ୍ତି ଅଧିକାରୀ ପ୍ରଶାନ୍ତ କୁମାର ଦାସ, ବରିଷ୍ଠ ଇଞ୍ଜିନିୟର ଡକ୍ଟର ରବିନାରାୟଣ ମହାପାତ୍ର, ପୁରୀ ର ଲୋକପ୍ରିୟ ଶଲ୍ୟ ଚିକିତ୍ସକ ଡକ୍ଟର ବାମଦେବ ମହାନ୍ତିଙ୍କୁ ବିଶିଷ୍ଟ ଓ ବରିଷ୍ଠ ପେନସନ ଧାରି ସମ୍ମାନ ରେ ବିଭୂଷିତ କରାଯାଇଥିଲା
ମ୍ପାଦକ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ ବିବରଣୀ ପଠନ,ଉପଦେଷ୍ଟା ବିମଳ ପ୍ରସାଦ ମହାନ୍ତି ଙ୍କ ନେତୃତ୍ୱରେ ଲୋକନାଥ ମିଶ୍ର,ଦର୍ପେନ୍ଦ୍ର ନାରାୟଣ ଦାସ,ମନୋଜ କୁମାର ସାମଲ, ବିଜୟ କୁମାର ପାତ୍ର, ଭାଗିରଥି ବାରିକ ମଞ୍ଚ ପରିଚାଳନା କରିଥିଲେ।ଏହି ସଭାରେ ଓଡ଼ିଶା କର୍ମଚାରୀ ସଂଘ,ବ୍ୟାଙ୍କ୍ ,ଏଲ୍ ଆଇ ସି ଏବଂ ପୁରୀ ରେ ଥିବା ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନର କର୍ମଚାରୀ ଯୋଗ ଦେଇଥିଲେ।ଭୁବନେଶ୍ୱର ର ନାରାୟଣ ମହାପାତ୍ରଙ୍କ ଅନୁଷ୍ଠାନ ତରଫରୁ ଭଜନ ପରିବେଷଣ ପରେ ଉପସଭାପତି ଆନୁଷ୍ଠାନିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply