Home / ମୁଖ୍ୟ ଖବର / ପୁରୀବାସୀଙ୍କ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଘୋଷଣା ଖୁବଶୀଘ୍ର: ଆଇନମନ୍ତ୍ରୀ

ପୁରୀବାସୀଙ୍କ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଘୋଷଣା ଖୁବଶୀଘ୍ର: ଆଇନମନ୍ତ୍ରୀ

whatsapp image 2025 12 18 at 4.46.12 pm

ପୁରୀ: ୧୮/୧୨/୨୦୨୫ – ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଘୋଷଣା ପରେ, ଆଜି ଅଭିଯାନ ମଞ୍ଚ ର ପ୍ରତିନିଧିଙ୍କ ସହ ଆଇନମନ୍ତ୍ରୀଙ୍କ ସରକାରୀ ବାସଭବନରେ ମିଳିତ ଆଲୋଚନା କରିଛନ୍ତି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ, ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ। ପୁରୀ ର ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଅଭିଯାନ ମଞ୍ଚ ପକ୍ଷରୁ ଡକ୍ଟର ବଦ୍ରି ମିଶ୍ର, ମଧୁସୂଦନ ମିଶ୍ର,ମନୋଜ ରଥ, ରାଜେଶ କୁମାର ମହାନ୍ତି, ଡକ୍ଟର ବିଶ୍ଵନାଥ ମିଶ୍ର, ଚକ୍ରଧର ମହାପାତ୍ର,ଭବାନୀ ଶଙ୍କର ସାହୁ, ଶ୍ୟାମାପ୍ରସାଦ ମିଶ୍ର,ହେକ୍ଟର ମିଶ୍ର, ଶ୍ୟାମ ପ୍ରକାଶ ସେନାପତି, ଶିବ ସୁନ୍ଦର ମିଶ୍ର ପ୍ରମୁଖ ଏହି ଆଲୋଚନା ରେ ଭାଗ ନେଇଥିଲେ।

image

ଏଥିରେ ଠାକୁରଙ୍କ ଦର୍ଶନ ପାଇଁ ଦୁଇଲକ୍ଷ ରୁ ଅଧିକ ପୁରୀବାସୀଙ୍କ ଦର୍ଶନ ପାଇଁ ଆକୁଳ ନିବେଦନ, ବାରମ୍ବାର ମହାପ୍ରସାଦ ଓ ଶୁଖିଲି ମାହାର୍ଦ କିଣା, ନିର୍ବନ୍ଧ, ଲକ୍ଷ୍ମୀ ପୂଜା,ଶୀତଳା ଓ ସତ୍ୟନାରାୟଣ ପୂଜା ପାଇଁ ପୁରୀ ବାସୀଙ୍କ ସମସ୍ୟା ଉପରେ ଗଠନମୂଳକ ଓ ସକରାତ୍ମକ ଆଲୋଚନା ହୋଇଥିଲା। ଆଇନମନ୍ତ୍ରୀ କହିଥିଲେ ଯେ ପୁରୀବାସୀଙ୍କ ସହଜ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଖୁବ୍ ଶୀଘ୍ର ବୋଲି ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି।

image
image

ତେବେ ପୁରୀବାସୀମାନେ କିପରି ସୁବିଧାରେ ପ୍ରବେଶ କରିବେ ଓ ଦର୍ଶନ କରିବେ,ସେନେଇ ଖୁବଶୀଘ୍ର ଆଉଥରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ସହ ବିଷଦ ଆଲୋଚନା ହେବ ଏବଂ ନୁଆ ବର୍ଷ ଉପଲକ୍ଷେ ଲକ୍ଷଲକ୍ଷ ଭକ୍ତ -ପର୍ଯ୍ୟଟକ ପୁରୀ ଆସୁଥିବାରୁ,ନୁଆବର୍ଷ ପ୍ରବେଶ ସହ ପୁରୀବାସୀଙ୍କ ସହଜ ପ୍ରବେଶ ଉପରେ ନିଷ୍ପତ୍ତି ଘୋଷଣା ହେବ।ସେ କହିଥିଲେ ଯେ ପୁରୀବାସୀଙ୍କ ସହ ସରକାର ସବୁବେଳେ ରହିଛନ୍ତି ଓ ରହିବେ।
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ବିଶେଷକରି ଆଇନମନ୍ତ୍ରୀ,ପୁରୀବାସୀଙ୍କ ହୃଦୟର ଦୁଃଖ ହୃଦୟଙ୍ଗମ କରିଥିଵାରୁ ଅଭିଯାନ ମଞ୍ଚ ପକ୍ଷରୁ ସେମାନଙ୍କ ଠାରେ କୃତଜ୍ଞତା ଜ୍ଞାପନ କରାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply