Home / ମୁଖ୍ୟ ଖବର / ପୁରୀ ପୋଲିସ ତରଫରୁ ସମଗ୍ର ଜିଲ୍ଲାରେ ରାତିରେ ନାକାବନ୍ଦୀ ଆରମ୍ଭ

ପୁରୀ ପୋଲିସ ତରଫରୁ ସମଗ୍ର ଜିଲ୍ଲାରେ ରାତିରେ ନାକାବନ୍ଦୀ ଆରମ୍ଭ

portalnewsthumbnail

ପୁରୀ:୧୦/୯/୨୦୨୫ – ନି:ପ୍ର – ଜିଲ୍ଲାରେ ଅପରାଧୀକୁ ସାବାଡ କରିବା ଓ ଲ’ଅର୍ଡର (Law & Order) ସ୍ଥିର କରିବାକୁ ପୁରୀ ପୋଲିସ ଦ୍ୱାରା ବ୍ୟାପକ ରାତିରେ ନାକାବନ୍ଦୀ ଆରମ୍ଭ କରାଯାଇଛି। ଏହା ପୁରୀ ଜିଲ୍ଲାର ସମସ୍ତ ପୋଲିସ୍‌ ଥାନା ସୀମାରେ ପ୍ରଚଳିତ ହୋଇଛି। ଏହି କାର୍ଯ୍ୟକ୍ରମଟି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ଙ୍କ ସ୍ୱୟଂ ପ୍ରତ୍ୟକ୍ଷ ନିର୍ଦେଶରେ ଆରମ୍ଭ ହୋଇଛି। ଅପରାଧୀମାନଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବା, ରାତିରେ ଚାଲୁଥିବା ସନ୍ଦିଗ୍ଧ ଯାନବାହନ ଓ ବ୍ୟକ୍ତିଙ୍କୁ ଯାଞ୍ଚ କରିବା, ପୁରୀକୁ ଏକ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ପ୍ରାଣନ୍ତଳ କରିବା ଓ ପ୍ରଯ୍ୟଟକ ଓ ସାଧାରଣ ଲୋକଙ୍କୁ ନିରାପତ୍ତାରେ ରଖିବା। ଜିଲ୍ଲାର 25ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନାକାବନ୍ଦୀ ପୁରୀ ଜିଲ୍ଲାର 25ଟି ପ୍ରଧାନ ସ୍ଥାନ ଚିହ୍ନଟ କରାଯାଇ, ସେଠାରେ ଥାନା ପୋଲିସ ସହ ଅତିରିକ୍ତ ପୋଲିସ ଦିଆଯାଇଛି ।

SP ପୁରୀଙ୍କ ବାର୍ତ୍ତା : “ଅପରାଧୀ ହେବେ ସାବାଡ – ପୁରୀକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଅପରାଧମୁକ୍ତ ରଖିବା ପାଇଁ ଏହି କଠୋର ନାକାବନ୍ଦୀ ପୁରୀ ପୋଲିସ ଙ୍କ ତରଫରୁ ସୁଚିନ୍ତିତ ପଦକ୍ଷେପ।”

ସାଧାରଣଙ୍କୁ ଅନୁରୋଧ ପୁରୀ ପୋଲିସ ସାଧାରଣଙ୍କୁ ଅନୁରୋଧ କରୁଛି – ଯାଞ୍ଚ ସମୟରେ ପୋଲିସଙ୍କୁ ସହଯୋଗ କରନ୍ତୁ।

ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗତିବିଧି ବିଷୟରେ 112 କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନ୍‌ କୁ ତୁରନ୍ତ ସୂଚନା ଦିଅନ୍ତୁ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply