କାକଟପୁର ତା ୧୮/୧୨,( ତୁଷାର ଦୀକ୍ଷିତ ) କାକଟପୁର ମୁଖ୍ୟ ବଜାରର ଅଗ୍ରଣୀ ଜୁଏଲାରୀ ଦୋକାନ ରାଧାଗୋବିନ୍ଦ ଜୁଏଲାରୀର ଗତ ଦଶହରା ଓ ଦୀପାବଳୀରେ ଗ୍ରାହକ ମାନଙ୍କ ଆକର୍ଷଣ ପାଇଁ ଲକି ଡ୍ର କୁପନ ଯୋଜନା ମାଧ୍ୟମରେ ୨ ଗୋଟି ସ୍କୁଟି ରଖିଥିଲେ l ଏହି ପ୍ରରିପେକ୍ଷୀରେ ଗତ ବୁଧବାର ଦିନ ସ୍ଥାନୀୟ ମୋତି ମଣ୍ଡପ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଗ୍ରାହକଙ୍କ ଉପସ୍ଥିତିରେ ଲକି ଡ୍ର କରାଯାଇ ୨ ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରିଥିଲେ l

ଏଥିରେ ମୁଖ୍ୟ ଅତିଥି ଭାବେ କାକଟପୁର ଥାନାର ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁ, କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ, ଉପସଭାପତି ତଥା ବରିଷ୍ଠ ସେବାୟତ ତୁଷାର ରଞ୍ଜନ ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ,ମଙ୍ଗଳା କ୍ରିକେଟ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଦୀକ୍ଷିତ,ରାଧାଗୋବିନ୍ଦ ଜୁଏଲାରୀର ସତ୍ୱାଧିକାରୀ ଶ୍ରୀଧର କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରଥମ ବିଜେତା ଭାବେ ବିଭୁତିପୁର ଗ୍ରାମର ତୋଫାନ ସାହୂ ପାଇଥିବା ବେଳେ ଅନ୍ୟଟି କଟକଣା ର ସମିରା ବେଗମ ଙ୍କର ଲଟ୍ରି ଉଠିଥିଲା ୨ ବିଜେତାଙ୍କୁ ଅତିଥି ମାନଙ୍କ ଦ୍ୱାରା ସ୍କୁଟି ଚାବି ପ୍ରଦାନ କରିଥିଲେ l ଏହି ଲକି ଡ୍ର କାର୍ଯ୍ୟକ୍ରମ ଚଳିତ ବର୍ଷ ଭଳି ପ୍ରତିବର୍ଷ ଚାଲିବାକୁ ଥିବାବେଳେ ରାଧାଗୋବିନ୍ଦ ଜୁଏଲାରୀ ଆଗାମୀ ଦିନରେ ଗ୍ରାହକ ମାନଙ୍କ ଆସ୍ତାଭାଜନ ହୋଇପାରିବ ବୋଲି ସତ୍ବାଧୀକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି l











