Home / ମୁଖ୍ୟ ଖବର / TPCODL ର ବେଆଇନ ଅତିରିକ୍ତ ସୁରକ୍ଷା ଜମା ନୋଟିସ ପ୍ରତ୍ୟାହାର ଦାବୀ

TPCODL ର ବେଆଇନ ଅତିରିକ୍ତ ସୁରକ୍ଷା ଜମା ନୋଟିସ ପ୍ରତ୍ୟାହାର ଦାବୀ

whatsapp image 2025 12 18 at 9.13.05 pm

 ପୁରୀ: ୧୮ /୧୨/୨୦୨୫-ନି:ପ୍ର   ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ପାୱାର ବେ ଆଇନି ଓ ଗ୍ରାହକ ବୀରୋଧି ନୀତି ରେ ଲୋକେ ଅତିଷ୍ଠ। ମିଛ ରେ ଜବରଦସ୍ତ ଘରେ ପଶି ମିଟର ଡିଫେକ୍ଟ ଓ ଟ୍ୟାମ୍ପରିଂ କହି ଚାଲୁଥିବା ମିଟର କୂ ବଦଳାଇ ପ୍ରି ପେଡ ସ୍ମାର୍ଟ ମିଟର ଲଗାଇ ଦେଉଛନ୍ତି। ଲୋକେ ଅଧିକ ବିଲ୍ ଦେଉଛନ୍ତି। ଅଭିଯୋଗ ଓ ବିବାଦ ଶୁଣିବା ପାଇଁ ପୁରୀ ରେ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଅଫିସ ନାହିଁ। ପ୍ରତି ଗ୍ରାହକ ବିଦ୍ୟୁତ ସଂଯୋଗ ବେଳେ ସୁରକ୍ଷା ରାଶି ଦେଇଥିଲେ। ସେ ଟଂକା ଏବେ କୋଉଠି।AES ଆମେରିକୀୟ କମ୍ପାନୀ ଓ RELIANCE ହଜାର ହଜାର କୋଟି ନେଇ ଚାଲିଗଲେ ।ସରକାର୍ ଓ OERC ନିରବ।।ଏବେ ଆହୁରି ଲୁଟିବା ପାଇଁ ଉପଭୋକ୍ତା ମାନଙ୍କୁ ଅତିରିକ୍ତ ସୁରକ୍ଷା ଜମା ପାଇଁ ଡିମାଣ୍ଡ ନୋଟିସ ପଠାଇଛି ଟାଟା ପାୱାର। 

image
image

ପୂର୍ବରୁ ସୁରକ୍ଷା ରାଶି ପ୍ରତି ଗ୍ରାହକ ଙ୍କ ଠାରୁ ଆଦାୟ ହୋଇଛି।OERC distribution condition supply code ନିୟମ ୫୭ଧାରା ମତେ ପ୍ରତି ବର୍ଷ ସୁରକ୍ଷା ଜମା ର ସୁଧ ଗ୍ରାହକ ପାଇବେ। ଟାଟା ପାୱାର ଗ୍ରାହକ ଙ୍କୁ ସୁଧ ନ ଦେଇ ଲୁଟି ଚାଲିଛି। ଚାରି ବର୍ଷ ହେଲା ବିଦ୍ୟୁତ୍ ତାରିଫ ଅପରିବର୍ତ୍ତିତ ଥିଲା ବେଳେ ଅତିରିକ୍ତ ସୁରକ୍ଷା ଜମା ପାଇଁ OERC distribution condition supply code,୨୦୧୯ନିୟମ ୫୩ଧାରାମତେ ଡିମାଣ୍ଡ ନୋଟିସ ପଠାଇବା ଆଇନ ବିରୁଦ୍ଧ ଅଟେ।ନୋଟିସ ପାଇବାର ତିରିଶ ଦିନ ରେ ଅତିରିକ୍ତ ସୁରକ୍ଷା ରାଶି ପୈଠ ନ କଲେ ୧୦ଶତକଡା ଜୋରିମାନା ଆଦାୟ ହେବ। ଅନାଦେୟ ହେଲେ OREC  ଧାରା ୫୬ଧାରା ମତେ ବିଦ୍ୟୁତ୍ ବିଚ୍ଛିନ୍ନ କରିବେ ବୋଲି ନୋଟିସ ରେ ଉଲ୍ଲେଖ କରିଛନ୍ତି। ଗ୍ରାହକ ତାଙ୍କ ଜମା ରାଶି ର ସୁଧ ପାଉନାହାନ୍ତି ସେଥିରେ OERC ନିରବ କାହିଁକି।।ଓଡ଼ିଶା ରେ ଏକ କୋଟି ଏଗାର ଲକ୍ଷ ଗ୍ରାହକ ଙ୍କ ଠାରୁ ସର୍ବନିମ୍ନ ୧୦୦୦ଟଂକା ଲେଖାଏଁ ଅତିରିକ୍ତ ସୁରକ୍ଷା ଜମା ରାଶି ଆଦାୟ ହୁଏ ତେବେ ଟାଟା ପାୱାର ୧୦୦୦କୋଟି ଟଂକା ରୁ ଅଧିକ ଆଦାୟ ହେବ। ସେ ଟଂକା କୋଉଠି ରହିବ। ନା ଟାଟା ପାୱାର ଲୁଟିବ ପାଇଁ ରାସ୍ତା କରୁଛି OREC ଓ ସରକାର୍। ଟାଟା ପାୱାର ବେ ଆଇନ ଅତିରିକ୍ତ ସୁରକ୍ଷା ଡିମାଣ୍ଡ ନୋଟିସ ତୁରନ୍ତ ପ୍ରତ୍ୟାହାର , ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ କରିବା, ବିଦ୍ୟୁତ୍ ସମ୍ବନ୍ଧୀୟ ବିବାଦ ଅଭିଯୋଗ ର ସମାଧାନ ପାଇଁ ପୁରୀ ରେ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଅଫିସ ତୁରନ୍ତ ଖୋଲିବା ଦାବୀ ରେ ଆଜି ପୁରୀ ଓକିଲ ସଙ୍ଗ ଅଫିସ ରୁ ସହ ସହ ଓକିଲ ଶୋଭାଯାତ୍ରା ରେ ଆସି ରେଡ କ୍ରସ୍ ରୋଡ ସ୍ଥିତ ଟାଟା ପାୱାର ଅଫିସ ରେ ବିକ୍ଷୋଭ କରି ମୂଖ୍ୟ ମନ୍ତ୍ରି ଙ୍କୁ ଏକ୍ସିକୁଟିଭ ଇଞ୍ଜିନିୟର ଙ୍କ ଜରିଆରେ ଦାବୀ ପତ୍ର ଦିଆଯାଇଛି।ଏଥିରେ ସଭାପତି ପ୍ରେମାନନ୍ଦ ମହାନ୍ତି,ସାଧାରଣ ସମ୍ପାଦକ ଶରତ କୁମାର୍ ରାୟଗୁରୁ, ବିଭୁ ଦତ୍ତ ପଟ୍ଟନାୟକ, ସମିର ଘୋଷ, ଅନିଲ ସାହୁ,ଭାଗବତ ପଟ୍ଟନାୟକ, କର୍ଣ୍ଣ ବୀର ମହାପାତ୍ର,ଜ୍ୟୋତି ପାଇକରାୟ, ତାପସ ବଳିଆର ସିଂ,ସୋମନାଥ ଦାସ, ସାରଦା ସାମଲ, ବିଭୂତି ତ୍ରିପାଠୀ, ରମେଶ ପ୍ରଧାନ, ପୁଷ୍କର ମହାପାତ୍ର, ଦେବାଶିଷ ଦାସ,ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଶ୍ରୀକାନ୍ତ ପରିଜା, ତପନ ବାରିକ, ସୁଶାନ୍ତ ଦାସ, ଜୟନ୍ତ ମହାପାତ୍ର, ପ୍ରମୋଦ ପ୍ରଧାନ, କାହ୍ନୁ ଚରଣ ଜେନା, ବୈଦ୍ୟନାଥ ପାଣି,ମନୋରଞ୍ଜନ ସାହୁପ୍ରମୁଖ ଯୋଗ ଦେଇ କହିଲେଜେ ପୂରୀ ରେ TPCODL ର ଅତିରିକ୍ତ ସୁରକ୍ଷା ଜମା ପାଇଁ ଡିମାଣ୍ଡ ନୋଟିସ ବେ ଆଇନ ତାକୁ ପ୍ରତ୍ୟା ଖ୍ୟାନ କରନ୍ତୁ। ଦିଅନ୍ତୁ ନାହିଁ।ପ୍ରତି ବର୍ଷ ପୁର୍ବ ଜମା ରାଶି ର ସୁଧ ଦାବୀ କରନ୍ତୁ ଗ୍ରାହକ। ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ପୁରୀ ରେ ନ ଥିବା ଯୋଗୁଁ ମିଟର ବଦଳାଇବା ଓ ସ୍ମାର୍ଟ ମିଟର ବସାଇବା ରେ ବେ ଆଇନ କାର୍ଯ କରୁଛି ଟାଟା ପାୱାର। ଗ୍ରାହକ ତାର ଅଭିଯୋଗ କରିବ କୋଉଠି।ସରକାର୍ ଓ OERC ର ନିରବତା ଆଶ୍ଚର୍ଯ୍ୟ ଜନକ। ତେଣୁ ସମସ୍ତ ଗ୍ରାହକ ଐକ୍ୟ ବଧ ହୋଇ ଟାଟା ପାୱାର ର ବେ ଆଇନ କାର୍ଯ କୂ ବିରୋଧ କରନ୍ତୁ। ଦାବୀ ପତ୍ର ଦେବା ପରେ TPCODL ଯନ୍ତ୍ରୀ ସଙ୍ଗ କୂ ଆଲୋଚନା ପାଇଁ ଆସନ୍ତା କାଲି ଡାକିବେ ପ୍ରତିଶ୍ରୁତି ଦେଲେ। 

SPREAD YOUR LOVE WITH YOUR FRIENDS AND FAMILY

Leave a Reply