Home / ମୁଖ୍ୟ ଖବର / ଆସନ୍ତା ନବବର୍ଷ ୨୦୨୬ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆଗମନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ନିମନ୍ତେ ଆଜି ଏସ୍ପି ପୁରୀ ଶ୍ରୀ ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସମୀକ୍ଷା ଦଳ ଶ୍ରୀମନ୍ଦିର ପରିଦର୍ଶନ 

ଆସନ୍ତା ନବବର୍ଷ ୨୦୨୬ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆଗମନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ନିମନ୍ତେ ଆଜି ଏସ୍ପି ପୁରୀ ଶ୍ରୀ ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସମୀକ୍ଷା ଦଳ ଶ୍ରୀମନ୍ଦିର ପରିଦର୍ଶନ 

whatsapp image 2025 12 18 at 9.17.44 pm

 ପୁରୀ:୧୮/୧୨/୨୦୨୫    ଆସନ୍ତା ନବବର୍ଷ ୨୦୨୬ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆଗମନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ନିମନ୍ତେ ଆଜି ଏସ୍ପି ପୁରୀ ଶ୍ରୀ ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସମୀକ୍ଷା ଦଳ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୀକ୍ଷା ସମୟରେ ଶ୍ରୀମନ୍ଦିରର ଚାରୋଟି ଦ୍ୱାର ସିଂହଦ୍ୱାର, ଅଶ୍ୱଦ୍ୱାର, ବ୍ୟାଘ୍ରଦ୍ୱାର ଓ ହସ୍ତିଦ୍ୱାର ସହିତ ସମ୍ପୃକ୍ତ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା, ବାରିକେଡିଂ, ଭିଡ଼ ନିୟନ୍ତ୍ରଣ, ସିସିଟିଭି କ୍ୟାମେରା, ଆଲୋକ ବ୍ୟବସ୍ଥା ଓ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କର ଖୁବ ଭଲଭାବେ ଅନୁଧ୍ୟାନ କରାଯାଇଥିଲା।

image
image

ନବବର୍ଷ ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଆଗମନ ବଢ଼ିବାର ସମ୍ଭାବନା ଥିବାରୁ, ଭିଡ଼ ପରିଚାଳନାକୁ ସୁଚାରୁ ଓ ସୁରକ୍ଷିତ କରିବା ପାଇଁ ଅଧିକ ପୋଲିସ ବ୍ୟବସ୍ଥା, ପଦଚାଳିତ ଓ କ୍ୱିକ୍ ରିସ୍ପୋନ୍ସ ଟିମ୍ ନିଯୁକ୍ତି, ସଠିକ୍ ରୁଟ୍ ପ୍ଲାନ୍, ପାବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ମାଧ୍ୟମରେ ଘୋଷଣା, ଏବଂ ଆପାତକାଳୀନ ସ୍ଥିତି ପାଇଁ ପ୍ରସ୍ତୁତି ନେବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସମୀକ୍ଷା କାର୍ଯ୍ୟକ୍ରମରେ ପୁରୀ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମ୍ପୃକ୍ତ ଥାନା ଅଧିକାରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶନା ଦେଇଥିଲେ। ପୁରୀ ପୋଲିସ ପକ୍ଷରୁ ନବବର୍ଷ ୨୦୨୬ ଅବସରରେ ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବା, ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ ସୁଚାରୁ ଦର୍ଶନ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply