Home / ମୁଖ୍ୟ ଖବର / ଖୋଲିଲା ମଙ୍ଗଳା ମନ୍ଦିରର ୨ ଟି ହୁଣ୍ଡୀ, ୨୫,୭୩,୨୪୫ଟଙ୍କା ସଂଗ୍ରହ

ଖୋଲିଲା ମଙ୍ଗଳା ମନ୍ଦିରର ୨ ଟି ହୁଣ୍ଡୀ, ୨୫,୭୩,୨୪୫ଟଙ୍କା ସଂଗ୍ରହ

whatsapp image 2025 12 19 at 8.07.17 pm

କାକଟପୁର ତା ୧୯/୧୨, (ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ଥିବା ୨ ଗୋଟି ହୁଣ୍ଡୀ ଶୁକ୍ରବାର ସକାଳ ୮ ଘଟିକା ସମୟରେ ଖୋଲାଯାଇ ଗଣତି କରାଯିବା ପରେ ୫୦୦ ଟଙ୍କିଆ ନୋଟ ୨୦୧୩ ଖଣ୍ଡ, ୨୦୦ ଟଙ୍କିଆ ନୋଟ ୧୧୦୨ ଖଣ୍ଡ, ୧୦୦ ଟଙ୍କିଆ ନୋଟ ୮୦୭୯ ଖଣ୍ଡ, ୫୦ ଟଙ୍କିଆ ନୋଟ ୭୮୬୮ ଖଣ୍ଡ, ୨୦ ଟଙ୍କିଆ ନୋଟ ୫୮୨୨ ଖଣ୍ଡ, ୧୦ ଟଙ୍କିଆ ନୋଟ ୨୮୫୭ ଖଣ୍ଡ ଏବଂ ୫ ଟଙ୍କିଆ ନୋଟ ୭ ଖଣ୍ଡ ଏହିଭଳି ଭାବେ ମୋଟ ୨୫,୭୩,୨୪୫ ଟଙ୍କା ସଂଗ୍ରହ କରାଯାଇଛି l

image

ଏହି ଗଣତି ସମୟରେ ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ,କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁ,ଇନସିପେକ୍ଟର ଗୌରୀଶଙ୍କର ସେଠୀ, ସ୍ଥାନୀୟ ୟୁକୋ ବ୍ୟାଙ୍କର କୋଷାଧକ୍ଷ ଦିଲ୍ଲୀପ କୁମାର ମୁଦୁଲି,ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡର ଉପଦେଷ୍ଟା ତୁଷାର ରଞ୍ଜନ ଦୀକ୍ଷିତ,କୋଷାଧକ୍ଷ ପ୍ରଭାତ ସିଂ, ପୂଜାପଣ୍ଡା ସେବକ ରଘୁନାଥ ଦୀକ୍ଷିତ, ନଳିନୀ କାନ୍ତ ଦୀକ୍ଷିତ, ସନ୍ତୋଷ କୁମାର ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ l ସଂଗ୍ରହ କରାଯାଇଥିବା ସମସ୍ତ ଟଙ୍କା ସ୍ଥାନୀୟ ୟୁକୋ ବ୍ୟାଙ୍କ ରେ ମନ୍ଦିର ଟ୍ରଷ୍ଟ ବୋର୍ଡ ଜମା ଖାତାରେ ଜମା କରାଯାଇଥିଲା l ଭକ୍ତଙ୍କ ଏହି ଦାନ ଅର୍ଥ ମଙ୍ଗଳା ମନ୍ଦିର ର ଆଭ୍ୟନ୍ତରୀଣ ଉନ୍ନତି ପାଇଁ ବିନିଯୋଗ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply