Home / ମୁଖ୍ୟ ଖବର / ଭିନ୍ନକ୍ଷମ ପରିବାର କୁ ସହଯୋଗ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ

ଭିନ୍ନକ୍ଷମ ପରିବାର କୁ ସହଯୋଗ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ

img 20251220 wa0001

ପୁରୀ ୨୦/୧୨ପୁରୀ ମୁନିସିପାଲଟି ର ୧୨ ନମ୍ବର ୱ୍ବାର୍ଡରେ ରହୁଥିବା ଶରତ ଚନ୍ଦ୍ର ବେହେରା ଯାହାଙ୍କ ର ୪ ଜଣିଆ ପରିବାର ବିଭିନ୍ନ ରୋଗରେ ପିଡୀତ ତାଙ୍କ ସମ୍ପର୍କରେ ଗଣମାଧ୍ୟମ ରେ ଏକ ଖବର ପ୍ରକାଶିତ ହୋଇଥିଲା।ଏହି ସମ୍ବାଦ ଖଣ୍ଡ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ଦୃଷ୍ଟି କୁ ଆସିବା ପରେ ଜିଲ୍ଲାପାଳ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସାମାଜିକ ସୁରକ୍ଷା ଅଧିକାରୀ ନମିତା ଚାନ୍ଦଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ ଓ ମୁନିସିପାଲଟି ସିଓ ପ୍ରମୁଖ ଶରତ ଙ୍କ ଗୃହ ଅନୁଧ୍ୟାନ କରିଥିଲେ।ପ୍ରାୟ ୮୦ ବର୍ଷ ବୟସ୍କ ଶରତ ବୟସାଧିକ ରୋଗ ରେ,୭୫ ବର୍ଷୀୟା ପତ୍ନୀ ପକ୍ଷାକ୍ଷାତରେ, ୪୫ ବର୍ଷୀୟ ପୁତ୍ର ଶତକଡା ୬୦ ଭାଗ ଭିନ୍ନକ୍ଷମ ଯିଏ କି ଭିନ୍ନକ୍ଷମ ଭତ୍ତା ପାଉଛନ୍ତି ଓ ଅନ୍ୟ ଜଣେ ପୁତ୍ର ରୋଗାକ୍ରାନ୍ତ ଅଟନ୍ତି।ଅନ୍ୟ ତିନି ଜଣଙ୍କ ର ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରସ୍ତୁତ ପାଇଁ ସିଡିଏମଓ ଙ୍କୁ ଅନୁରୋଧ କରାଯାଇଥିଲା।ସିଡିଏମଓ ସେମାନଙ୍କ ବାସଭବନକୁ ଏକ ଡାକ୍ତରୀ ଦଳ ପଠାଇଥିଲେ ଏବଂ ୟୁଡିଡିଆଇଡି ପ୍ରମାଣପତ୍ର ପାଇଁ ସେମାନଙ୍କର ଚିକିତ୍ସା / ଯୋଗ୍ୟତା ପାଇଁ ପଦକ୍ଷେପ ନିଆଯାଇଥିଲା।ୟୁଡିଆଇଡି ପ୍ରମାଣପତ୍ର ସୃଷ୍ଟି କରିବା ପରେ ସେମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଅବଗତ କରାଇଛନ୍ତି।ଏହାକୁ ଯଥାଶୀଘ୍ର କାର୍ଯ୍ୟ କାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply