ସାକ୍ଷୀଗୋପାଳ,୧୬।୧୨ -ନି:ପ୍ର – ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ଉଦଯାପିତ ହୋଇଛି। ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବ ଉଦଘାଟନ କରିଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁ ପ୍ରିୟା ବରାଳ ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଅବତରଣ କରିଥିଲେ। ନିୟମିତ କ୍ରୀଡା ଅଭ୍ୟାସ ସହିତ ଉପଯୁକ୍ତ ପ୍ରଶିକ୍ଷଣ ଭଲ ଖେଳାଳୀ ହେବାରେ ସହାୟକ ହୋଇଥାଏ ବୋଲି ଅତିଥି ମାନେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ପରାମର୍ଶ

ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଭବମ ପ୍ରଧାନ, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ସମିତି ସଭ୍ୟ ଦୀପକ କୁମାର ଶତପଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା, ମଠସାହି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଙ୍କର ସୁବୁଦ୍ଧି, ସରପଞ୍ଚ ଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ଆଲୁମିନି ସଭାପତି କିଶୋର ଚନ୍ଦ୍ର ମହାପାତ୍ର, ପରିଚାଳନା କମିଟି ସଭାପତି ଚକ୍ରଧର ମହାରଣା ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସେନାପତି ଓ ସହକାରୀ ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ। ପ୍ରତିଯୋଗିତା ପରିଚାଳନା କରିଥିଲେ କ୍ରୀଡା ଶିକ୍ଷକ ସୁଚିତ୍ରା ଖଟେଇ। ଶିକ୍ଷକ ବସନ୍ତ କୁମାର ସ୍ବାଇଁ ଓ ତପସ୍ବୀନି ତ୍ରିପାଠୀ ସଂଯୋଜନା କରିଥିଲେ। ଏହି ଅବସରରେ ଛାତ୍ରୀ ଛାତ୍ର ମାନେ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।











