Home / ମୁଖ୍ୟ ଖବର / ବିଦେଶରେ ରହି ମଧ୍ୟ ପିଲାଦିନର ବିଦ୍ୟାଳୟକୁ ଭୁଲି ନାହାଁନ୍ତି ଯୁବ ବୈଜ୍ଞାନିକ।

ବିଦେଶରେ ରହି ମଧ୍ୟ ପିଲାଦିନର ବିଦ୍ୟାଳୟକୁ ଭୁଲି ନାହାଁନ୍ତି ଯୁବ ବୈଜ୍ଞାନିକ।

whatsapp image 2025 12 17 at 11.24.02 am

ନୟାଗଡ଼,ତା-୧୬.୧୨.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଦରପଦା ଗ୍ରାମର ସ୍ବର୍ଗତ ପାଣ୍ଡବ ପାତ୍ରଙ୍କ ପୁତ୍ର ବିରଞ୍ଚି ନାରାୟଣ ପାତ୍ର ପ୍ରଥମେ ଅଷ୍ଟ୍ରେଲିଆରେ ବୈଜ୍ଞାନିକ ଭାବରେ ଅବସ୍ଥାପିତ ହୋଇ ଏବେ ଆମେରିକାରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଅଛନ୍ତି । ସୁଦୂର ବିଦେଶରେ ରହି ମଧ୍ୟ ନିଜ ଗ୍ରାମ ଦରପଦା ଓ ପିଲାଦିନେ ପଢିଥିବା ପ୍ରାଥମିକ ବିଦ୍ୟାଳୟକୁ ଏ ପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି । ପିଲାଦିନେ ପାଠ ପଢିଥିବା ପ୍ରାଥମିକ ବିଦ୍ୟାଳୟକୁ ଲକ୍ଷାଧିକ ଟଙ୍କା ଦାନ କରି ତାର କଳେବର ଓ ପରିବେଶକୁ ସମ୍ପୂର୍ଣ ଭାବରେ ଉନ୍ନତି କରିପାରିଛନ୍ତି ।

image
image

ଖାଲି ସେତିକି ନୁହେଁ ବିଦ୍ୟାଳୟର ଏକ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟର ଗରିବ ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏହି ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ପ୍ରାକ୍ତନ ଶିକ୍ଷକ ନେତା ତଥା ବରିଷ୍ଠ ସାମ୍ବାଦିକ ଦିନବନ୍ଧୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ବୈଜ୍ଞାନିକ ବିରଞ୍ଚି ନାରାୟଣ ପାତ୍ର , ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ଭକ୍ତରଞ୍ଜନ ମିଶ୍ର,ପ୍ରାକ୍ତନ ଶିକ୍ଷକ ନେତା ତଥା ସାମ୍ବାଦିକ ରାମକୃଷ୍ଣ ପରିଡ଼ା , ପ୍ରାକ୍ତନ ଶିକ୍ଷକ ଗିରିଶ ଚନ୍ଦ୍ର ମିଶ୍ର, ବିଦ୍ୟାଳୟ ପରିଚାଳନା ସଭାପତି ବାନାମ୍ବର ଦାସ ଓ ବରିଷ୍ଠ ନାଗରିକ ବିଦ୍ୟାଧର ପାତ୍ର ଉପସ୍ଥିତ ରହିଥିଲେ ।ପ୍ରଥମେ ଠାକୁରଙ୍କ ନିକଟରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଉତ୍ସବକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରାଯାଇଥିଲା ।ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ସହିତ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ ସହିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟକୁ ଆସି ତାର ଉନ୍ନତି ପାଇଁ ମନୋନିବେଶ କରୁଥିବାରୁ ଅତିଥିମାନେ ଯୁବ ବୈଜ୍ଞାନିକଙ୍କ ଭୂରି ଭୂରି ପ୍ରଶଂସା କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବକୁ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ନଳିନୀ ସାହୁ ଓ ଦ୍ରୌପଦୀ ସାହୁ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତା କରାଯାଇ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply