ପୁରୀ, ୨୨/୧୨: ପୁରୀ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପୋଲିସ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ,ପୁରୀ ପରିସରରେ ଜାତୀୟ ଗଣିତ ଦିବସ ପାଳନ ହୋଇଯାଇଛି। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀକୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ନେଇ ଗାଣିତିକ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ପୋଲିସ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ ମିଶ୍ରଙ୍କ ଦ୍ଵାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା। ଶିକ୍ଷକ ଦେଵବ୍ରତ ବେଦମତା, ପ୍ରଭାତ କୁମାର ଦାସ, ଶିକ୍ଷୟିତ୍ରୀ ଅନିମା ମିଶ୍ର ଏବଂ ଛାତ୍ରୀ ଆଦ୍ୟାସା ମହାପାତ୍ର, ସୁଶ୍ରୀ ଲକ୍ଷ୍ମୀପ୍ରିୟା ପୃଷ୍ଟି ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଙ୍କ ଜୀବନୀ ଓ ଗଣିତ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମଞ୍ଚପରିଚାଳନା ଶିକ୍ଷକ ମହେନ୍ଦ୍ର ପ୍ରଧାନ, ଉମାକାନ୍ତ ମିଶ୍ର କରିଥିଲେ ଏବଂ ଅୟନ୍ ଚକ୍ରବର୍ତ୍ତୀ, ହିରଣ୍ୟ ସେଠୀ, ନରେନ୍ଦ୍ର ପ୍ରଧାନ ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ଶେଷରେ ବିଜ୍ଞାନ ନିରୀକ୍ଷକ ଶ୍ରୀକୁମାର ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଜାତୀୟ ଗଣିତ ଦିବସ,
No Comments
December 22, 2025 6:53 pm

Previous Article
Next Article

ପୁରୀ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କଲେ ନୋଡାଲ ସଚିବ।
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Related Posts
ଅକ୍ଟୋବର ୨୫ରୁ ଦୁଇଦିନିଆ କୁମାର ଉତ୍ସବ- ମୁଖ୍ୟ ଆକର୍ଷଣ ସାଂସ୍କୃତିକ ଆସର, ସ ...
October 25, 2026
ପୁରୀ ସହରର ବିଭିନ୍ନ ସ୍ଥାନରେ ସିଟି ଡିଏସ୍ପିଙ୍କ ନେତୃତ୍ୱରେ ମିଳିତ ଯାଞ୍ଚ ...
October 25, 2026





