Home / ମୁଖ୍ୟ ଖବର / ଓଡ଼ିଆ ନାଟ୍ୟ ପରମ୍ପରାରେ ନୟାଗଡ଼ର ଅବଦାନ ଅତୁଳନୀୟ ।

ଓଡ଼ିଆ ନାଟ୍ୟ ପରମ୍ପରାରେ ନୟାଗଡ଼ର ଅବଦାନ ଅତୁଳନୀୟ ।

ନୟାଗଡ଼,ତା-୨୭.୩.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଓଡ଼ିଶା ନାଟ୍ୟ ସଂଘ, ନୟାଗଡ଼ ଜିଲ୍ଲା ଶାଖା ତରଫରୁ ନୟାଗଡ଼ର ସମସ୍ତ ନାଟ୍ୟ ଅନୁଷ୍ଠାନ,ନାଟ୍ୟକର୍ମୀ ଓ ନାଟ୍ୟପ୍ରେମୀ ମାନଙ୍କୁ ନେଇ ପାଳିତ ହୋଇଯାଇଛି “ବିଶ୍ୱ ନାଟ୍ୟ ଦିବସ”। ଜିଲ୍ଲା ସଂଯୋଜକ ତଥା ଅଭିନେତା କାମାକ୍ଷା ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ଗଦାଧର ନନ୍ଦ, ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ନାଟ୍ୟ ସଂଗୀତ ନିର୍ଦ୍ଦେଶକ ତଥା

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ନାଟ୍ୟ ସମୀକ୍ଷକ ସୁଶାନ୍ତ କୁମାର ପଣ୍ଡା, ଓଡ଼ିଶା ନାଟ୍ୟ ସଂଘର ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ବକ୍ତା ଭାବେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ପାଳନର ଉପାଦେୟତା ଏବଂ ନୟାଗଡ଼ ନାଟକର ଓଡ଼ିଆ ନାଟକକୁ ଅବଦାନ ଉପରେ ଆଲୋକପାତ କରିଥିଲେ। ନୟାଗଡ଼ର ନାଟ୍ୟ ପରମ୍ପରା ବେଶ୍ ସମୃଦ୍ଧ ଅଟେ। ନାଟ୍ୟ ସାହିତ୍ୟ ହେଉ ଅବା ଅଭିନୟ ପ୍ରତ୍ୟେକ କ୍ଷେତ୍ରରେ ନୟାଗଡ଼ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଛି। କେବଳ ମଞ୍ଚ ନାଟକ ନୁହେଁ ଲୋକ ନାଟକ, ଅପେରା, ପଥପ୍ରାନ୍ତ ନାଟକ, ରାସ ଆଦି କ୍ଷେତ୍ରରେ ମଧ୍ୟ ନୟାଗଡ଼ର ରହିଛି ସ୍ୱତନ୍ତ୍ର ପରିଚୟ। ନୟାଗଡ଼ର ନାଟ୍ୟକାରଙ୍କ ନାଟକ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ମଞ୍ଚସ୍ଥ ହେବା ଗୈ।ରବର କଥା। ନାଟକ ପାଇଁ ଅତ୍ୟନ୍ତ ଆବଶ୍ୟକ ଚିତ୍ରାଳୟର ପ୍ରମୁଖ ସ୍ଥାନ ହେଉଛି ଇଟାମାଟି। ଆଜି ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନ ଏବଂ ଅନ୍ୟ ରାଜ୍ୟକୁ ନାଟକ ପାଇଁ ଆବଶ୍ୟକୀୟ ଉପକରଣ ଇଟାମାଟିରୁ ପଠାଯାଉଅଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜ୍ଞାନପ୍ରକାଶ ବାରିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ନୟାଗଡ଼ର ଅନ୍ୟ ପ୍ରମୁଖ ନାଟ୍ୟକର୍ମୀ ଗୋକୁଳ କୁମାର ଷଡ଼ଙ୍ଗୀ, ନିରଞ୍ଜନ ନାୟକ, ନିର୍ଦ୍ଦେଶକ ଡ. ଆଶୁତୋଷ ମିଶ୍ର, ଅଭିନେତା ରଞ୍ଜନ ରଶ୍ମୀ ଜେନା, ରାମକୃଷ୍ଣ ନାୟକ, ଗତିକୃଷ୍ଣ ପ୍ରଧାନ ପ୍ରମୁଖ ନାଟକକୁ ନେଇ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଓଡ଼ିଶାର ଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ପବିତ୍ର କୁମାର ମହାନ୍ତି ନାଟକ ସାଧାରଣ ଜୀବନକୁ କେମିତି ପ୍ରଭାବିତ କରେ ସେ ବିଷୟରେ ପରାମର୍ଶ ଦେଇଥିଲେ। ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଅଭିଲିପ୍ସା ସାହୁ ଓ ଛାତ୍ର ଦୀପଙ୍କର ଦାଶ ଯଥାକ୍ରମେ ଏକକ ଅଭିନୟ ତଥା ମୁକାଭିନୟ ପରିବେଷଣ କରିଥିଲେ। ଶେଷରେ ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।।

SPREAD YOUR LOVE WITH YOUR FRIENDS AND FAMILY

Leave a Reply