Home / ମୁଖ୍ୟ ଖବର / ଇନ୍ଦିରା ଭବନ ଠାରୁ ଏକ ବିଶାଳ ଜନସଚେତନତା ଶୋଭାଯାତ୍ରା

ଇନ୍ଦିରା ଭବନ ଠାରୁ ଏକ ବିଶାଳ ଜନସଚେତନତା ଶୋଭାଯାତ୍ରା

whatsapp image 2025 12 22 at 10.00.42 pm

ପୁରୀ ଆଜି ତା୨୨/୧୨/୨୦୨୫ରିଖ ଦିବା ଘ୧୨.୦୦ମି ରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ, ଇନ୍ଦିରା ଭବନ ଠାରୁ ଏକ ବିଶାଳ ଜନସଚେତନତା ଶୋଭାଯାତ୍ରା ବାହାରି ପୁରୀ ବିଦ୍ୟୃତ ବିଭାଗ କାର୍ଯ୍ୟାଳୟ, ପାଓ୍ବାର ହାଉସ ଘେରାଉ କରିଥିଲା ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ ମୁଖ୍ୟତଃ ଅତିରିକ୍ତ ସିକ୍ୟୃରିଟି ଡିପୋଜିଟ୍ ନୋଟିସ୍ କୁ ବିରୋଧ କରିବା ସହିତ ନିମ୍ନଲିଖିତ ଦାବି ସମ୍ବଳିତ ଏକ ସ୍ମାରକପତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ‌ପ୍ରଦାନ କରିଛି ।

image
image


ଓଡ଼ିଶା ବିଦ୍ୟୃତ ଉତ୍ପାଦନ ରେ ଦେଶରେ ଏକ ଅଗ୍ରଣୀ ଏବଂ ବଳକା ରାଜ୍ୟ ତେବେ ଓଡ଼ିଶା ସରକାର ବା ଓଡ଼ିଶା ବିଦ୍ୟୃତ ନିୟାମକ ଆୟୋଗ ଓଡ଼ିଶାର ଉପଭୋକ୍ତା ଙ୍କ ଠାରୁ ବିଦ୍ୟୃତ ବିଲ ବହୁତ ସ୍ବଳ୍ପ ଆଦାୟ କରିବା କଥା ମାତ୍ର ଆମ ରାଜ୍ୟ ରେ ବିଦ୍ୟୃତ ଦର ଅନ୍ୟ ରାଜ୍ୟ ତୁଳନାରେ ବହୁତ ଅଧିକ। ଏପରି ସ୍ଥିତିରେ
(୧) ଟାଟା ପାଓ୍ବାର ଅତିରିକ୍ତ ସିକ୍ୟୃରିଟି ଡିପୋଜିଟ୍ ପାଇଁ ଉପଭୋକ୍ତା ଙ୍କୁ ନୋଟିସ୍ ପଠାଇବା ଏକ ପ୍ରକାର ସ୍ବେଛାଚାରି ଏବଂ ବେଆଇନ ଏଣୁ ତୁରନ୍ତ ରାଜ୍ୟ ସରକାର ତଥା ଟାଟା ପାଓ୍ବାର ଏପରି ଅତିରିକ୍ତ ସିକ୍ୟୃରିଟି ଡିପୋଜିଟ୍ ନୋଟିସ୍ ତୁରନ୍ତ ପ୍ରତ୍ୟାହାର କରନ୍ତୁ ।
(୨) ଟାଟା ପାଓ୍ବାର ଓଡ଼ିଶାର ଉପଭୋକ୍ତାଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ଠକେଇ ନେଇଥିବା ଟଙ୍କା ତୁରନ୍ତ ଫେରସ୍ତ କରନ୍ତୁ ।
(୩) ଟାଟା ପାଓ୍ବାର ବିଦ୍ୟୃତ ବିତରଣ ଲାଇସେନ୍ସ ପାଇବା ପୂର୍ବ ସମୟର ଆଳ ଦେଖାଇ ଉପଭୋକ୍ତା ମାନଙ୍କ ଠାରୁ ବେଆଇନ ଭାବେ କୋଟି କୋଟି ଟଙ୍କା ଜୋରିମାନା ଆଦାୟ କରିବା ତୁରନ୍ତ ବନ୍ଦ କରୁ ।
(୪)TPCODL ତରଫରୁ ଅତିରିକ୍ତ ସୁରକ୍ଷା ଜମା ରାଶି ପାଇଁ ନୋଟିସ ଦେବା ପୁର୍ବରୁ ବେଆଇନ ଭାବେ ବର୍ଷକର ୧୫ ପ୍ରତିଶତ ସୁଧ ରାଶି ନଭେମ୍ବର ଓ ଡିସେମ୍ବର ମାସର ବିଲ ରେ ଯୋଗ କରି ନେଇ ସାରିଲାଣି ଯାହା ତୁରନ୍ତ ଫେରସ୍ତ କରନ୍ତୁ ।
(୫) ଯଦି ଟାଟା ପାୱାର ବିରୁଦ୍ଧରେ କୌଣସି ଅଭିଯୋଗ ହୁଏ ତେବେ ଉପଭୋକ୍ତା ଅଭିଯୋଗ ସମାଧାନ କେନ୍ଦ୍ର (Grievance Redressal Forum) ଯାଇ ଅଭିଯୋଗ କରିବା ବ୍ୟବସ୍ଥା ଥିବା ବେଳେ ଏଥିରେ ସମସ୍ତ ଅଧିକାରୀ ଟାଟା ପାଓ୍ବାର ର କର୍ମଚାରୀ ହୋଇଥିବାରୁ ସଠିକ ନ୍ୟାୟ ହୋଇପାରୁନାହିଁ ଏଣୁ ପ୍ରତି ଜିଲ୍ଲା ରେ ଅଭିଯୋଗ ସମାଧାନ କେନ୍ଦ୍ର ପ୍ରତିଷ୍ଠା କରି ଏଠାରେ ଜଣେ ବିଦ୍ୟୃତ ନୀରୀକ୍ଷକଙ୍କୁ ସରକାର ଅବସ୍ଥାପିତ କରନ୍ତୁ ।
(୬) ବିଦ୍ୟୃତ ବିଲ ପ୍ରଦାନ ଏବଂ ସଂଗ୍ରହ ତଥା ଅନ୍ୟ ବୈଷୟିକ କର୍ମଚାରୀ ଯେଉଁ ମାନେ ନିଜ ଜିବନ ର ଅନେକ ମୁଲ୍ୟବାନ ସମୟ ଦେଇ ଚାକିରୀ ରେ ପ୍ରବେଶ ବୟସ ହରାଇ ସାରିଲାଣି ସେମାନଙ୍କୁ ଛଟେଇ କରିବା ବନ୍ଦ କରନ୍ତୁ ଏବଂ ଛଟେଇ କର୍ମଚାରୀଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ ।
(୭) ସ୍ମାର୍ଟ୍ ମିଟର ଉପଭୋକ୍ତା ଙ୍କ ଘରେ ଜୋର ଜବରଦସ୍ତ ଲଗାଯାଇ ବିଭିନ୍ନ ଆଳ ଦେଖାଇ ଆବଶ୍ୟକତା ଠାରୁ ଅଧିକ ଟଙ୍କା ଆଦାୟ କରାଯାଉଛି ଯାହା ଆବଶ୍ୟକତା ଠାରୁ କମ ସମୟରେ ଏବଂ ଯଦି ଏଥିରେ ବିଳମ୍ବ ହେଉଛି ତେବେ ବିଦ୍ୟୃତ ସଂଯୋଗ ବିଛିନ୍ନ କରାଯାଉଛି ।
(୮)ଏବଂ ପ୍ରିପେଡ ମିଟର ଲଗାଇବା ପାଇଁ ବାଧ୍ୟ କରାଯାଉଛି ଯାହା ତୁରନ୍ତ ବନ୍ଦ ହେଉ ଏବଂ ମିଟର ଟେଷ୍ଟିଙ୍ଗ ରିପୋର୍ଟ ପ୍ରଦାନ କରାଯାଉ ଯାହା ଓଡ଼ିଶା ସରକାରଙ୍କ ମିଟର ଟେଷ୍ଟିଙ୍ଗ ଲ୍ୟାବ ଦ୍ବାରା ପ୍ରଦାନ କରାଯାଏ । ଟାଟା ପାଓ୍ବାର ଜଣେ ବି ଉପଭୋକ୍ତାଙ୍କୁ ଏହା ପ୍ରଦାନ କରୁନଥିବା ଅଭିଯୋଗ ହେଉଛି ଏଣୁ ତୁରନ୍ତ ମିଟର ଟେଷ୍ଟିଙ୍ଗ ରିପୋର୍ଟ ପ୍ରଦାନ କରାଯାଉ ।
ଉପରୋକ୍ତ ସମସ୍ତ ଦାବି ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ କତ୍ତୃପକ୍ଷ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ । ଯଦି ତୁରନ୍ତ ଉପରୋକ୍ତ ଦାବି ଗୁଡ଼ିକ ପୂରଣ ନ ହୁଏ ତେବେ ଆଗାମୀ ଦିନରେ କଂଗ୍ରେସ ଦଳ ଆନ୍ଦୋଳନ କୁ ଦୃଢ଼ତା ର ସହ ସଂପାଦନ କରିବ । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ବିଶ୍ବଭୂଷଣ ଦାସ, ପୁରୀ ପ୍ରଭାରୀ ପିସିସି ସଂପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ, ଉତ୍ତମ ଆଚାର୍ଯ୍ୟ, ଜୟନାରାୟଣ ପଟ୍ଟନାୟକ, ବିନାୟକ ଦାସମହାପାତ୍ର, ସରସ୍ବତୀ ପାତ୍ର, ସିତାକାନ୍ତ ମହାନ୍ତି, ସୁଜିତ ମହାପାତ୍ର, ବିଶ୍ବନାଥ ଦାଶ, ବିଦ୍ୟୃତଲତା ଆଚାର୍ଯ୍ୟ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ରଜତ କୁମାର ସାହୁ, ନିରଞ୍ଜନ ରଥ, ଉମାକାନ୍ତ ବରାଳ, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ଭାସ୍କର ସେଠ, ବଂଶୀଧର ମହାନ୍ତି, କାଳୀ ପ୍ରସାଦ ନାୟକ, ଗୁଣନିଧି ପ୍ରଧାନ, ପ୍ରେମଜିତ ମହାନ୍ତି, ନିର୍ମଳ ପରିଡ଼ା, ସୁବାସ ନାୟକ, କାଳନ୍ଦୀ ଚରଣ ବାରିକ, ମାଲିକ ଏନାମୁଲ, ଗୋବିନ୍ଦ ମଲ୍ଲିକ୍, ସୌମ୍ୟକାନ୍ତ ଖୁଣ୍ଟିଆ, ସୌମ୍ୟକାନ୍ତ ପ୍ରଧାନ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ବିଶ୍ବରଂଜନ ସାମନ୍ତରାୟ, ଦୂର୍ଗା ଚରଣ ସାମନ୍ତରାୟ, ଉମାକାନ୍ତ ବେହେରା, ଦେବାଶିଷ ଦାସମହାପାତ୍ର, ମନୋଜ କୁମାର ବେହେରା, ଉମାପଦ ମିଶ୍ର, ସସ୍ମିତା ବେହେରା, ଦିପକ ଜେନା ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply