ପୁରୀ : ୨୨/୧୨/୨୦୨୫ – ଓଡ଼ିଶା ର କେବଳ ଅଚିହ୍ନା -ଅଜଣା ଶବ ନୁହେଁ, ମହାବାତ୍ୟା,ବନ୍ୟା, ବିଶେଷକରି ଭୂକମ୍ପ ବିଧ୍ୱସ୍ତ ଗୁଜୁରାଟ ଓ ନେପାଳରେ ଗଣ ଶବଦାହ କରିବା ଶହ ୧୬୩ ଥର ରକ୍ତଦାନ,ଏକ ଲକ୍ଷରୁ ଉର୍ଦ୍ଧ୍ବ ବୃକ୍ଷରୋପଣ ସହିତ ଶ୍ରୀଜଗନ୍ନାଥ ସଂସ୍କୃତି,, ଘରେଘରେ ଭାଗବତ ଓ ସଂଗୀତ ନାଟକ କୁ ସମଗ୍ର ଓଡ଼ିଶାରେ ପରିବ୍ୟାପ୍ତ କରିଥିବା ରାଜ୍ୟ ପୁରସ୍କାର ଓ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଥିବା ଓଡିଶାର ଗୌରବ ବଦ୍ରି ମିଶ୍ରଙ୍କୁ ପୁରୀ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ପୁରୀ ର ସ୍ବର୍ଣ୍ଣାଭ ବେଳାଭୂମି ରେ ଅନୁଷ୍ଠିତ ପୁରୀ ମହୋତ୍ସବ ରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ , ପୁରୀ ମୁନସିପାଲିଟିର ପୌର ଅଧିକାରୀ ଅଭିମନ୍ୟୁ ବେହେରା ସମେତ ଜାଗା ଆଖଡ଼ା ପ୍ରତିନିଧି ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ
୧୩୬୭ ଶବଦାହ ପାଇଁ ବଦ୍ରି ମିଶ୍ରଙ୍କୁ ପୁରୀ ମହୋତ୍ସବ ସମ୍ମାନ











