Home / ମୁଖ୍ୟ ଖବର / ନୟାଗଡ଼ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିୟର ଗାଇଡ଼ାନ୍ସ ସେମିନାର ଅନୁଷ୍ଠିତ।

ନୟାଗଡ଼ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିୟର ଗାଇଡ଼ାନ୍ସ ସେମିନାର ଅନୁଷ୍ଠିତ।

whatsapp image 2025 12 24 at 9.29.50 pm

ନୟାଗଡ଼,ତା-୨୪.୧୨.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। -ନୟାଗଡ଼ ଅନ୍ତର୍ଗତ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ କ୍ୟାରିୟର ଗାଇଡ଼ାନ୍ସ ସେମିନାର ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାରରେ ଆଇ.ଆଇ.ଏମ୍‍.ଏସ୍‍. କଲେଜ ଇଟାମାଟି, ନୟାଗଡ଼ର ପ୍ରଫେସନାଲ କୋର୍ସ ପ୍ରିନ୍ସିପାଲ ଶ୍ରୀ ଦୁର୍ବାସା ପ୍ରଧାନ ଓ ମେଡିକାଲ କୋର୍ସ ପ୍ରିନ୍ସିପାଲ ଶ୍ରୀ କିଶୋର ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।
ସେମିନାରର ଆରମ୍ଭରେ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀ କିଶୋର ଚନ୍ଦ୍ର ଜେନା ଅତିଥିମାନଙ୍କୁ ପରିଚୟ କରାଇ ସ୍ବାଗତ ଜଣାଇଥିଲେ। କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ଶ୍ରୀ ସରୋଜ ରଥ, ଡା. ଉମେଶ ମହାରଣା, ଶ୍ରୀ ଆଲୋକ ସାମନ୍ତରାୟ, ଶ୍ରୀ ଗୋଦାବରୀଶ ଦାସ, ଶ୍ରୀ ରବିନ୍ଦ୍ର ଦଳବେହେରା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ମାନେ ସହଯୋଗ ପ୍ରଦାନ କରିଥିଲେ।

image
image


ସେମିନାରର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା—ଛାତ୍ରଛାତ୍ରୀମାନେ କିପରି ସାଧାରଣ ଡିଗ୍ରୀ କୋର୍ସରୁ ଟେକ୍ନିକାଲ କିମ୍ବା ପ୍ରଫେସନାଲ କୋର୍ସକୁ କ୍ୟାରିୟର ପରିବର୍ତ୍ତନ କରିପାରିବେ। ଏହା ସହିତ ବିଏ. ବି କମ୍‍. ବି.ଏସ୍‍.ସି. ପରି ସାଧାରଣ ଡିଗ୍ରୀ କୋର୍ସ ଓ ବି.ବି.ଏ., ବି.ସି.ଏ., ବି.ଜେ.ଏମ୍‍.ସି., ବି.ଆଇ.ଡି, ବି.ଟି.ଟି.ଏମ୍‍, ବି.ଏଫ୍‍.ଡି., ବି.ଏସ୍‍.ଡବ୍ଳୁ, ବି.ଏଚ୍‍.ଏମ୍‍., ଜି.ଏନ୍‍.ଏମ୍‍., ଡି.ଫାର୍ମା ଆଦି ଟେକ୍ନିକାଲ ଓ ପ୍ରଫେସନାଲ କୋର୍ସର ମଧ୍ୟରେ ଥିବା ପାର୍ଥକ୍ୟ, ସୁଯୋଗ ଓ ଭବିଷ୍ୟତ କ୍ୟାରିୟର ସମ୍ଭାବନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଥିଲା।
ପ୍ରେଜେଣ୍ଟେସନ୍ କାର୍ଯ୍ୟକ୍ରମକୁ ଆଇ.ଆଇ.ଏମ୍‍.ଏସ୍‍. କଲେଜ, ଇଟାମାଟି ପ୍ରିନ୍ସିପାଲ ଶ୍ରୀ କିଶୋର ଚନ୍ଦ୍ର ସାହୁ ଓ ଶ୍ରୀ ଦୁର୍ବାସା ପାଧାନ ସଂଯୁକ୍ତ ଭାବେ ପରିଚାଳନା କରିଥିଲେ। ସେମିନାରର ଶେଷରେ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀ ଜେନା ସାର୍ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply